Biblia Todo Logo
Bib sou entènèt

- Piblisite -




ଯିରିମୀୟ 48:40 - ପବିତ୍ର ବାଇବଲ

40 ସଦାପ୍ରଭୁ ମଧ୍ୟ କହନ୍ତି, “ଦେଖ, ଏକ ଉତ୍କ୍ରୋଶପକ୍ଷୀ ପରି ତୀବ୍ର ଗତିରେ ତଳକୁ ଖସିବ ଏବଂ ମୋୟାବ ବିରୁଦ୍ଧରେ ତା'ର ପକ୍ଷ ବିସ୍ତାର କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ସେ ଉତ୍କୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ଵୟ ବିସ୍ତାର କରିବ।

Gade chapit la Kopi

ଓଡିଆ ବାଇବେଲ

40 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।

Gade chapit la Kopi




ଯିରିମୀୟ 48:40
11 Referans Kwoze  

ସେହି ଜଳରାଶି ଯିହୁଦା ପର୍ଯ୍ୟନ୍ତ ମାଡ଼ିଯିବ ଓ ଯିହୁଦାର କଣ୍ଠ ପର୍ଯ୍ୟନ୍ତ ବ୍ୟାପିବ। ପରିଶେଷରେ ତାକୁ ବୁଡ଼ାଇ ଦେବ। “ହେ ଇମ୍ମାନୁୟେଲ, ଏହି ବନ୍ୟାଦ୍ୱାରା ତୁମ୍ଭର ସମସ୍ତ ଦେଶ ଜଳମଗ୍ନ ହେବ।”


“ସଦାପ୍ରଭୁ ତୁମ୍ଭ ପାଇଁ ଦୂରରୁ ଅନ୍ୟ ଏକ ଜାତି ଆଣିବେ, ତୁମ୍ଭ ବିରୁଦ୍ଧରେ ସେମାନେ ଯୁଦ୍ଧ କରିବେ। ତୁମ୍ଭେ ସେମାନଙ୍କର ଭାଷା ବୁଝିପାରିବ ନାହିଁ। ସେମାନେ ଖୁବ୍ ଶୀଘ୍ର ଆସିବେ। ଯେପରି ଆକାଶରୁ ବାଜପକ୍ଷୀ ଓହ୍ଲାଇଲା ପରି।


ସେ ସମୟରେ ଏକ ପକ୍ଷୀ ଉଡ଼ି ଉଡ଼ି ଆସିବ, ଆଉ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ। ସେତେବେଳେ ଇଦୋମର ବୀର ସୈନିକଗଣ ଭୟଭୀତ ହେବେ ଓ ପ୍ରସବକାଳୀନ ବେଦନାଗ୍ରସ୍ତା ସ୍ତ୍ରୀ ପରି ଯନ୍ତ୍ରଣାରେ କ୍ରନ୍ଦନ କରିବେ।


“ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପରେ ବାଜପକ୍ଷୀ ପରି ଜଗି ରୁହ। ଇସ୍ରାଏଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସେମାନେ ଆମ୍ଭ ବ୍ୟବସ୍ଥା ବିଷୟକୁ ଅମାନ୍ୟ କରିଛନ୍ତି।


ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହିଛନ୍ତି, ‘‘‘ଗୋଟିଏ ବଡ଼ ଉତ୍କ୍ରୋଶପକ୍ଷୀ ଥିଲା, ତାହାର ପକ୍ଷ ବଡ଼ ଓ ପର ବହୁତ ଥିଲା ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ। ଆଉ ଏହା ଲିବାନୋନକୁ ଆସିଲା ଏବଂ ଏକ ବଡ଼ ଏରସବୃକ୍ଷର ଅଗ୍ରଭାଗରେ ବସିଲା।”


ସେମାନଙ୍କର ଘୋଡ଼ାଗୁଡ଼ିକ ଚିତାବାଘଠାରୁ ଦ୍ରୁତଗାମୀ ହେବେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳରେ ହେବେ। ସେମାନଙ୍କର ସୈନ୍ୟମାନେ ଘୋଡ଼ା ଚଢ଼ି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପରେ ଝାମ୍ପ ମାରିଲା ପରି ସେମାନେ ଦ୍ରୁତ ବେଗରେ ଶତ୍ରୁଙ୍କୁ ଆକ୍ରମଣ କରିବେ।


ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଶପକ୍ଷୀର ଡେଣାପରି ତା'ର ଡେଣା ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡେଣା ଉପୁଡ଼ାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ୟ ପରି ଦୁଇ ପାଦରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।


ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ ଆକାଶର ଉତ୍କ୍ରୋଶପକ୍ଷୀଠାରୁ ଅଧିକ ବେଗଗାମୀ। ସେମାନେ ଆମ୍ଭମାନଙ୍କୁ ପର୍ବତରେ ଗୋଡ଼ାଇଲେ ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଲୁଚି ରହିଲେ।


ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାୟୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଉତ୍କ୍ରୋଶପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହେବେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହେବ ଓ ଆମ୍ଭେମାନେ ବିନଷ୍ଟ ହେବା।


ଆକାଶରେ ଉତ୍କ୍ରୋଶପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି।


ମାତ୍ର ଇଫ୍ରୟିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀୟ ଲୋକମାନଙ୍କର ସେମାନେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣଙ୍କୁ ଆୟତ୍ତ କରିବେ।


Swiv nou:

Piblisite


Piblisite