Biblia Todo Logo
Bib sou entènèt

- Piblisite -




ଯିରିମୀୟ 48:38 - ପବିତ୍ର ବାଇବଲ

38 ମୋୟାବର ସମସ୍ତ ଗୃହର ଛାତ ଉପରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ୟୁର ଶୋକ ବ୍ୟାପି ଯାଇଛି।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

38 ମୋୟାବର ସମସ୍ତ ଗୃହ ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ।

Gade chapit la Kopi

ଓଡିଆ ବାଇବେଲ

38 ମୋୟାବର ସମସ୍ତ ଗୃହ ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି; କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

38 ମୋୟାବର ସମସ୍ତ ଗୃହ-ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ।

Gade chapit la Kopi




ଯିରିମୀୟ 48:38
13 Referans Kwoze  

କନିୟ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ୟ ଯାହା ବାହାରେ ନିକ୍ଷିପ୍ତ ହେବା ଯୋଗ୍ୟ। ସେ ଏକ ଅପ୍ରୀତିକର ପାତ୍ର। ସେ ଓ ତାହାର ବଂଶ କାହିଁକି ଦୂରିକୃତ ହୋଇ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ?


ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ହେ ମେଷଗଣର ଅଧିପତିମାନେ, ତୁମ୍ଭେମାନେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭେମାନେ ଭଗ୍ନପାତ୍ର ତୁଲ୍ୟ ବିକ୍ଷିପ୍ତ ହୋଇପଡ଼ିବ।


ଦର୍ଶନ ଉପତ୍ୟକା ସମ୍ବନ୍ଧୀୟ ଏକ ଦୁଃଖବାର୍ତ୍ତା: ତୁମ୍ଭମାନଙ୍କର କ’ଣ ହୋଇଛି? ତୁମ୍ଭେମାନେ କାହିଁକି ଛାତ ଉପରକୁ ଯାଇଅଛ?


“ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବ। ସେ ସେମାନଙ୍କୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦେବ।”


“ଇସ୍ରାଏଲ ଧ୍ୱଂସ ହୋଇଯାଇଛି। କେହି ବ୍ୟବହାର କରିବାକୁ ଗ୍ଭହୁଁ ନ ଥିବା ଅଦରକାରୀ ଯନ୍ତ୍ର ପରି ଇସ୍ରାଏଲର ଲୋକମାନେ ଦେଶର ଗ୍ଭରିଆଡ଼େ ବିଛାଡ଼ି ହୋଇଗଲେ।


ତୁମ୍ଭେମାନେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ତାହା ଏପରି ଅଦରକାରୀ ହେବ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥିରେ ଚୁଲ୍ଲୀରୁ ନିଆଁ ଆଣି ହେବ ନାହିଁ କି କୁଣ୍ଡରୁ ପାଣି ନେଇ ହେବ ନାହିଁ।”


ମୋୟାବର ସବୁ ସ୍ଥାନରେ, ଘର ଉଚ୍ଚସ୍ଥାନମାନଙ୍କରେ ଓ ରାସ୍ତାମାନଙ୍କରେ ଚଟବସ୍ତ୍ର ପରିଧାନ କରି କାନ୍ଦୁଛନ୍ତି।


ତୁମ୍ଭେ ସେହି ରାଜ୍ୟସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ୱଂସ କରିଦେଇ ପାରିବ।”


ମୁଁ ଗୋପନରେ ତୁମ୍ଭକୁ ଯାହାସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ୟ ଦିବାଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।


“ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସେମାନେ ଲକ୍ଷ୍ୟ କଲାବେଳେ ସେମାନଙ୍କର ସାକ୍ଷାତରେ ଏହି ପାତ୍ରକୁ ଭାଙ୍ଗିବ।


ସେହି ସମୟରେ ସେମାନଙ୍କୁ କହିବ, ‘ସୈନ୍ୟାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କେହି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ଯୋଡ଼ା ହୁଏ ନାହିଁ। ସେହିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସେମାନେ ସମସ୍ତେ ତୋଫ‌ତ୍‌ରେ କବର ନେବେ।’


Swiv nou:

Piblisite


Piblisite