Biblia Todo Logo
Bib sou entènèt

- Piblisite -




ଯିରିମୀୟ 48:36 - ପବିତ୍ର ବାଇବଲ

36 “ଆମ୍ଭର ହୃଦୟ ମୋୟାବ ପାଇଁ ଦୁଃଖିତ ଓ ତା’ ପାଇଁ ଆମ୍ଭ ହୃଦୟ ମୃତ୍ୟୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ୟ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀପରି ବାଜୁ ଅଛି। କାରଣ ସେମାନଙ୍କର ଧନ ସମ୍ପଦସବୁ ଅପହରଣ କରାଯାଇଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ଏହେତୁ ମୋୟାବର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି; ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

36 ଏହେତୁ ମୋୟାବର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି; ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଏହେତୁ ମୋୟାବର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି; ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି।

Gade chapit la Kopi




ଯିରିମୀୟ 48:36
14 Referans Kwoze  

ଲୋକମାନେ ସେମାନଙ୍କର ନିଜ ନିଜର ସମସ୍ତ ଦ୍ରବ୍ୟ ଏକାଠି କରିବେ ଓ ମୋୟାବ ପରିତ୍ୟାଗ କରିବେ। ସେ ସମସ୍ତ ଦ୍ରବ୍ୟକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ।


ତେଣୁ ମୁଁ ଦୁଇଟି ନଗର ମୋୟାବ ଓ କୀରହେରସ ପାଇଁ ବିଶେଷ ଭାବରେ ଦୁଃଖିତ।


ମୋର ହୃଦୟ ମୋୟାବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ଲତ୍-ଇଲୀଶୀୟା ଓ ଦୂରସ୍ଥ ସୋୟରକୁ ନିରାପତ୍ତା ପାଇଁ ପଳାୟନ କରୁଛନ୍ତି। ସେମାନେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନୟିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ୱରରେ ବିଳାପ କରୁଛନ୍ତି।


ଏକା ତିତ୍ତିରି ପକ୍ଷୀ ଯିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ। ଜଣେ ବ୍ୟକ୍ତି ଯିଏ ଅନ୍ୟାୟରେ ଧନ ସଂଗ୍ରହ କରେ ତାହାରି ତୁଲ୍ୟ ହେବ। ସେ ନିଜ ଜୀବନ କାଳ ଅଧାରେ ଏହିସବୁ ହରାଇବ ଓ ଆପଣା ଅନ୍ତିମ ଜୀବନ କାଳରେ ସେ ନିର୍ବୋଧ ହେବ।”


ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି। ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସେହି ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିପାରୁଛି।


ବର୍ତ୍ତମାନ ସ୍ୱର୍ଗ ଉପରୁ ଦେଖ, ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ, ତୁମ୍ଭର ଶାଶ୍ୱତ ପ୍ରେମ କାହିଁ? ତୁମ୍ଭର କୋହ ଓ ଦୟା କାହିଁ?


ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତରେ ଏହା ଉଚ୍ଚ ପ୍ରାଚୀର ସ୍ୱରୂପ, ଯେକେହି ହେଲେ ଚଢ଼ି ପାରିବେ ନାହିଁ।


ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।


ପ୍ରଭୁଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା ପାଇବ।


ଇସ୍ରାଏଲର ସେନା ନଗରଟିକୁ ଧ୍ୱଂସ କରିଦେଲେ। ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତରଦ୍ୱାରା ପୂର୍ଣ୍ଣ କଲେ। ସେମାନେ ଜଳ ନିର୍ଝରଗୁଡ଼ିକୁ ବନ୍ଦ କରି ଦେଲେ। ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇଲେ, ଇସ୍ରାଏଲୀୟମାନେ କୀ‌ର୍‌ହେରସ‌ତ୍‌ର ସମସ୍ତ ପଥରେ ଯୁଦ୍ଧ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ଘେରିଗଲେ ଓ ଏହା ଉପରେ ମଧ୍ୟ ଆକ୍ରମଣ କଲେ।


ତେଣୁ ଆମ୍ଭେ ମୋୟାବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀର୍ହେରସର ଲୋକମାନଙ୍କ ପାଇଁ ମଧ୍ୟ ଆମ୍ଭେ ଶୋକ କରିବା।


Swiv nou:

Piblisite


Piblisite