Biblia Todo Logo
Bib sou entènèt

- Piblisite -




ଯିରିମୀୟ 48:15 - ପବିତ୍ର ବାଇବଲ

15 ଶତ୍ରୁସୈନ୍ୟ ମୋୟାବକୁ ଆକ୍ରମଣ କରି ତାହାକୁ ଧ୍ୱଂସ କରିବେ। ତାହା ବଳବାନ୍ ସୈନ୍ୟମାନଙ୍କୁ ବଧ୍ୟ ସ୍ଥାନରେ ବଧ କରିବ।” ଏହା ସୈନ୍ୟାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ମୋୟାବ ଉତ୍ସନ୍ନ ହୋଇଅଛି ଓ ସେମାନେ ତାହାର ନଗରସମୂହର ମଧ୍ୟକୁ ଯାଇଅଛନ୍ତି, ପୁଣି ତାହାର ମନୋନୀତ ଯୁବାମାନେ ବଧ ସ୍ଥାନକୁ ଓହ୍ଳାଇ ଯାଇଅଛନ୍ତି, ଆଉ ରାଜା, ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ, ସେ ଏହି କଥା କହନ୍ତି।

Gade chapit la Kopi

ଓଡିଆ ବାଇବେଲ

15 ମୋୟାବ ଉତ୍ସନ୍ନ ହୋଇଅଛି ଓ ସେମାନେ ତାହାର ନଗରସମୂହର ମଧ୍ୟକୁ ଯାଇଅଛନ୍ତି, ପୁଣି ତାହାର ମନୋନୀତ ଯୁବାମାନେ ବଧ ସ୍ଥାନକୁ ଓହ୍ଳାଇ ଯାଇଅଛନ୍ତି, ରାଜା, ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ,” ସେ ଏହି କଥା କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ମୋୟାବ ଉତ୍ସନ୍ନ ହୋଇଅଛି ଓ ସେମାନେ ତାହାର ନଗରସମୂହର ମଧ୍ୟକୁ ଯାଇଅଛନ୍ତି, ପୁଣି ତାହାର ମନୋନୀତ ଯୁବାମାନେ ବଧ ସ୍ଥାନକୁ ଓହ୍ଲାଇ ଯାଇଅଛନ୍ତି, ରାଜା, ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ, ସେ ଏହି କଥା କହନ୍ତି।

Gade chapit la Kopi




ଯିରିମୀୟ 48:15
17 Referans Kwoze  

ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ଯାଆନ୍ତୁ। ସେମାନେ ସନ୍ତାପର ପାତ୍ର, କାରଣ ସେମାନଙ୍କର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।


ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ଯିଏ କି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।


ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦେଶାଧ୍ୟକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ପୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ ଓ କେବେ ଜାଗ୍ରତ ହେବେ ନାହିଁ।” ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।


“କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁ‌ଗ୍‌ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।


ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା: ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ


ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।


ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।


ଏଣୁ ମୁଁ ନବୂଖ‌ଦ୍‌ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।


“ବାବିଲକୁ ଆମ୍ଭେ ବଧ ଯୋଗ୍ୟ ମେଷ ଓ ଛାଗ ସଦୃଶ ବଧ୍ୟ ସ୍ଥାନକୁ ଆଗେଇ ନେବା।


ମୋୟାବ ଧ୍ୱଂସ ପାଇବ ଓ ତାହାର ଛୋଟ ପିଲାମାନେ ସାହାଯ୍ୟ ପାଇଁ କ୍ରନ୍ଦନ କରିବେ।


ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।


“ମିଶରରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ରୋଗଗୁଡ଼ିକୁ ପ୍ରେରଣ କଲୁ। ‌‌ଖ‌ଡ଼୍‌ଗରେ ଆମ୍ଭେ ତୁମ୍ଭର ଯୁବକମାନଙ୍କୁ ହତ୍ୟା କଲୁ। ତୁମ୍ଭମାନଙ୍କର ଘୋଡ଼ାଗୁଡ଼ିକୁ ନେଇଗଲୁ। ତୁମ୍ଭର ଶିବିରଗୁଡ଼ିକୁ ମୃତଶବର ଦୁର୍ଗନ୍ଧରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭେମାନେ ଆମ୍ଭ ସାହାଯ୍ୟ ଭିକ୍ଷା ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।


ମାତ୍ର ସେମାନଙ୍କର ମୁକ୍ତିଦାତା ବଳବାନ, ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ପୁନର୍ବାର ଫେରାଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉ‌‌ଦ୍‌‌ବିଗ୍ନ କରିବାକୁ ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।”


Swiv nou:

Piblisite


Piblisite