Biblia Todo Logo
Bib sou entènèt

- Piblisite -




ଯିରିମୀୟ 48:13 - ପବିତ୍ର ବାଇବଲ

13 ଯେପରି ଇସ୍ରାଏଲ ବଂଶ ଆପଣା ବିଶ୍ୱାସ ଭୂମି ବୈଥେଲ୍ ବିଷୟରେ ଲଜ୍ଜିତ ହୋଇଥିଲେ, ସେହିପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି, ଇସ୍ରାଏଲ-ବଂଶ ଆପଣା ବିଶ୍ଵାସଭୂମି ବୈଥେଲ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ଇସ୍ରାଏଲ ବଂଶ ଆପଣା ବିଶ୍ୱାସଭୂମି ବେଥେଲ୍‍ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ଇସ୍ରାଏଲ ବଂଶ ଆପଣା ବିଶ୍ୱାସଭୂମି ବେଥେଲ୍‍ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।

Gade chapit la Kopi




ଯିରିମୀୟ 48:13
21 Referans Kwoze  

“ମୋୟାବ ଭଗ୍ନ ହୋଇଅଛି, ତା'ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମୋୟାବ ଲଜ୍ଜିତ ହୋଇଅଛି ଓ ଲୋକମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି।”


ସେମାନେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହେବେ। ପ୍ରତିମା ନିର୍ମାଣକାରୀ ସମସ୍ତେ ଏକା ସଙ୍ଗେ ଅପମାନିତ ହେବେ।


ତୁମ୍ଭମାନଙ୍କର ଦେବତା ସେହି କମୋଶ ତୁମ୍ଭମାନଙ୍କୁ ଯେଉଁ ଦେଶ ଦିଅନ୍ତି, ସେହି ଦେଶ ତୁମ୍ଭେମାନେ ଅଧିକାର କରି ପାରିବ। ସେହିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅମ୍ମୋନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭେମାନେ ଅଧିକାର କରିବୁ।


ହେ ମୋୟାବ, ତୁମ୍ଭକୁ ଧିକ୍, କମୋଶର ଲୋକମାନେ ବିନଷ୍ଟ ହେଲେ। କାରଣ ତୁମ୍ଭର ପୁତ୍ରକନ୍ୟାମାନେ ବନ୍ଦୀ ହୋଇ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।


“ତୁମ୍ଭେମାନେ ନିଜ କର୍ମରେ ଓ ଧନ ସମ୍ପତ୍ତିରେ ନିର୍ଭର କରିଅଛ। ଏଣୁ ତୁମ୍ଭେମାନେ ଧରାଯିବ। ଆଉ କମୋଶ ତା'ର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ।


“ହେ ନାନା ଦେଶୀୟ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୋଇ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖୋଦିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।


ମୋୟାବର ଲୋକମାନେ ସେମାନଙ୍କର ପ୍ରାର୍ଥନା ସ୍ଥଳୀକୁ ଯିବେ। ସେଠାରେ ସେମାନେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ। ମାତ୍ର ସେମାନେ ଏତେ ଦୁର୍ବଳ ଯେ ସେଥିରେ ସେମାନେ କୃତାର୍ଥ ହେବେ ନାହିଁ।


ସେତେବେଳେ ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦେବେ। ସେମାନେ ସେହି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ୱର ଭିତରରେ ଫିଙ୍ଗି ଦେବେ।


ତା'ପରେ ଏଲିୟ ସେମାନଙ୍କୁ କହିଲେ, “ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ।


ଶଲୋମନ ଯିରୁଶାଲମର ପରବର୍ତ୍ତୀ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ୍ ମୂର୍ତ୍ତି ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମୋଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।


ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚା‌ଦ୍‌ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମି‌ଲ୍‌‌‌କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ।


ଆଉ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢାଳି ପକାଇବା। ସେମାନେ ସେହି ପାତ୍ରକୁ ଢାଳି ଦେବେ ଓ ପାତ୍ରଗୁଡ଼ିକୁ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ। ଏପରି ସମୟ ଆସୁଅଛି।”


ସଦାପ୍ରଭୁ ଅମତ୍‌ସିୟଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ଅମତ୍‌ସିୟଙ୍କ ନିକଟକୁ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇଲେ। ଭବିଷ୍ୟ‌ଦ୍‌ବକ୍ତା କହିଲେ, “ଅମତ୍‌ସିୟ, ତୁମ୍ଭେ କାହିଁକି ସେହି ଲୋକମାନେ ପୂଜା କରୁଥିବା ଦେବତାମାନଙ୍କର ପୂଜା କଲ? ସେହି ଦେବତାମାନେ ସେମାନଙ୍କ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରି ପାରିଲେ ନାହିଁ।”


Swiv nou:

Piblisite


Piblisite