Biblia Todo Logo
Bib sou entènèt

- Piblisite -




ଯିରିମୀୟ 47:5 - ପବିତ୍ର ବାଇବଲ

5 ଘସାର ଲୋକମାନେ ଦୁଃଖିତ ହୋଇ ସେମାନଙ୍କର ମସ୍ତକ ଟାଙ୍ଗରା କରିଛନ୍ତି। ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହୋଇଅଛନ୍ତି। ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ନିଜକୁ କାଟିବ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଘସାର ମସ୍ତକ ଟାଙ୍ଗରା ହୋଇଅଛି; ଅସ୍କିଲୋନ୍, ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଅକିଞ୍ଚନ ହୋଇଅଛି; ତୁମ୍ଭେ କେତେ କାଳ ଆପଣାକୁ କଟାକଟି କରିବ?

Gade chapit la Kopi

ଓଡିଆ ବାଇବେଲ

5 ଘସାର ମସ୍ତକ ଟାଙ୍ଗରା ହୋଇଅଛି; ଅସ୍କିଲୋନ, ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଲୋକମାନେ ନୀରବ ହୋଇଅଛନ୍ତି; ତୁମ୍ଭେ କେତେ କାଳ ଆପଣାକୁ କଟାକଟି କରିବ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଘସାର ମସ୍ତକ ଟାଙ୍ଗରା ହୋଇଅଛି; ଅସ୍କିଲୋନ, ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଲୋକମାନେ ନୀରବ ହୋଇଅଛନ୍ତି; ତୁମ୍ଭେ କେତେ କାଳ ଆପଣାକୁ କଟାକଟି କରିବ?

Gade chapit la Kopi




ଯିରିମୀୟ 47:5
20 Referans Kwoze  

ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହୋଇଛନ୍ତି। ପ୍ରତ୍ୟେକଙ୍କର ହାତ କାଟି ରକ୍ତାକ୍ତ ହୋଇଅଛି ଓ ପ୍ରତ୍ୟେକ କଟିଦେଶରେ ଚଟବସ୍ତ୍ର ପରିଧାନ କରିଛନ୍ତି।


ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଏବଂ ଅସ୍କିଲୋନ, ଘଷା, ଇକ୍ରୋଣ ଓ ଅ‌‌ସ୍‌‌ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି।


ଏଥିପାଇଁ ତୁମ୍ଭେମାନେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିୟ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀ ପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦେଖାଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢ଼ି ନିଆଯିବ।


ସେ ଦିନରାତି ସଦାବେଳେ କବର ଓ ପାହାଡ଼ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥରରେ କ୍ଷତ ବିକ୍ଷତ କରି ପକାଉଥିଲା।


ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଦେଖ, ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ମୋର ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀୟ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ୱଂସ କରିବି।


ଏବଂ ସେମାନେ ଚଟବସ୍ତ୍ର ପରିଧାନ କରିବେ। ସେମାନେ ଭୟରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜାରେ ଆଚ୍ଛାଦିତ ହେବ ଓ ଦୁଃଖର ଚିହ୍ନ ସ୍ୱରୂପ ସେମାନେ ସେମାନଙ୍କର ମସ୍ତକ ଲଣ୍ଡିତ କରିବେ।


ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ୱଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ସମୟ ଆସୁଅଛି। ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ।


ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।


ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା,


ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ଯାଇଛନ୍ତି। ମୋୟାବର ଲୋକମାନେ ନେବୋ ଓ ମେଦବା ପାଇଁ କାନ୍ଦୁଛନ୍ତି। ସେମାନଙ୍କର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।


ତେଣୁ ସେମାନେ ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। ସେମାନେ ଖଣ୍ତା ଓ ବର୍ଚ୍ଛାରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସେମାନେ ପୂଜା କରୁଥିଲେ। ସେମାନଙ୍କ ଶରୀରରୁ ଧାର ଧାର ରକ୍ତ ବହିଲା।


ଯିହୁଦାର ଲୋକମାନେ ଘସା ସହର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ସହର ଅଧିକାର କଲେ। ସେମାନେ ଅସ୍କିଲୋନ୍ ସହରଗୁଡ଼ିକ ଓ ଇକ୍ରୋଣ ଓ ତା'ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଅଧିକାର କଲେ।


“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ।


“ଆଉ ଯାଜକଗଣ ସେମାନଙ୍କର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ।


ପୁଣି ତୁମ୍ଭେମାନେ ମୃତ ଲୋକ ପାଇଁ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦେହରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।


“ଏହି ଦେଶରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମରିବେ। ସେମାନଙ୍କୁ କେହି କବର ଦେବେ ନାହିଁ କିଅବା ସେମାନଙ୍କ ପାଇଁ କେହି ବିଳାପ କରିବେ ନାହିଁ। ସେମାନଙ୍କ ପାଇଁ କେହି ଦୁଃଖରେ ଆପଣା ଶରୀରରେ ଅସ୍ତ୍ରାଘାତ ଓ ମସ୍ତକ ମୁଣ୍ଡନ କରିବେ ନାହିଁ।


Swiv nou:

Piblisite


Piblisite