Biblia Todo Logo
Bib sou entènèt

- Piblisite -




ଯିରିମୀୟ 46:25 - ପବିତ୍ର ବାଇବଲ

25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଫାରୋ, ମିଶର, ତାହାର ଦେବଗଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର କହନ୍ତି: ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଆଉ ଫାରୋ ଓ ମିସର ଓ ତାହାର ଦେବଗଣ ଓ ରାଜଗଣକୁ; ହଁ, ଫାରୋ ଓ ତାହାର ଶରଣାପନ୍ନସମସ୍ତଙ୍କୁ ଦଣ୍ତ ଦେବା;

Gade chapit la Kopi

ଓଡିଆ ବାଇବେଲ

25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍‍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍‍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା;

Gade chapit la Kopi




ଯିରିମୀୟ 46:25
16 Referans Kwoze  

ସେହି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ୱଂସ କରିବେ। ତା'ପରେ ସବୁ ଦେଶରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।


“ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ।


ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।


ସଦାପ୍ରଭୁ ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକିୟକୁ ତାହାର ପ୍ରାଣ ନାଶକାରୀ ଶତ୍ରୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲୁ,’ ସେହିପରି, ‘ଆମ୍ଭେ ମିଶରର ରାଜା ଫାରୋ-ହଫ୍ରାକୁ ତାହାର ପ୍ରାଣନାଶକାରୀ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବା।’”


“ହେ ହି‌‌‌ଶ୍‌‌‌ବୋନ୍ ନିବାସୀଗଣ, ତୁମ୍ଭେମାନେ ଚିତ୍କାର କର। କାରଣ ଅୟ ଧ୍ୱଂସ ପାଇଲା। ହେ ରବ୍ବାର କନ୍ୟାଗଣ, ଚିତ୍କାର କର। ଚଟବସ୍ତ୍ର ପରିଧାନ କରି ବିଳାପ କର ଓ ପ୍ରାଚୀର ମଧ୍ୟରେ ଏଣେ ତେଣେ ଦୌଡ଼, କାରଣ ମି‌‌ଲ୍‌‌କ‌‌‌ମ୍‌‌‌ର ଯାଜକଗଣ ଓ ଅଧିପତିଗଣ ଏକତ୍ର ହୋଇ ନିର୍ବାସନକୁ ଯିବେ।


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ମିଶରର ରାଜା ଫାରୋର ବିପକ୍ଷ ଅଟେ। ମୁଁ ତା'ର ବାହୁ ଭାଙ୍ଗି ଦେବି। ଉଭୟକୁ ଯେଉଁଟାକି ବଳଶାଳୀ ଏବଂ ଅନ୍ୟ ଯେଉଁଟାକି ପୁରାପୁରି ଭାଙ୍ଗି ଯାଇଛି। ଏବଂ ତା’ ହସ୍ତରୁ ‌‌ଖ‌ଡ଼୍‌ଗ ଖସାଇ ଦେବି।


Swiv nou:

Piblisite


Piblisite