Biblia Todo Logo
Bib sou entènèt

- Piblisite -




ଯିରିମୀୟ 46:20 - ପବିତ୍ର ବାଇବଲ

20 “ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି, ମାତ୍ର ଡାଆଁଶ ସଦୃଶ ଉତ୍ତର ଦିଗରୁ କ‌‌ଲ୍‌‌ଦୀୟମାନେ ତାକୁ ବିନାଶ କରିବାକୁ ଆସିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ; ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି।

Gade chapit la Kopi

ଓଡିଆ ବାଇବେଲ

20 ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ; ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ; ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି।

Gade chapit la Kopi




ଯିରିମୀୟ 46:20
8 Referans Kwoze  

“ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା'ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।”


ସଦାପ୍ରଭୁ କହନ୍ତି, “ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ୟ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଳାବନକାରୀ ବନ୍ୟା ସଦୃଶ ସମଗ୍ର ଦେଶ, ତନ୍ମଧ୍ୟସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାଯ୍ୟ ପାଇଁ ହାହାକାର କରିବେ।


“ଦ୍ରୁତଗାମୀ ଲୋକ ପଳାୟନ କରି ପାରିବେ ନାହିଁ, କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ। ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିବେ ଓ ସେମାନଙ୍କର ପତନ ହେବ।


ତା'ପରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।”


“ହେ ବାବିଲ, ତୁମ୍ଭେ ମୋର ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭେମାନେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭେମାନେ ଶସ୍ୟ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ୱପରି ହେସ୍ରାରାବ କରୁଅଛ।


ମିଶର ଲଜ୍ଜିତା ହେବ। ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେବ।”


“କିନ୍ତୁ ସେତେବେଳେ ଆମ୍ଭର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ପ୍ରତିଶୋଧ ନେବେ ଓ ସେହି ଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦେବେ। ‌‌ଖ‌ଡ଼୍‌ଗ ସମସ୍ତଙ୍କୁ ନିଃଶେଷ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନକରି ତୃଷା ନିବାରଣ କରିବ। କାରଣ ଉତ୍ତର ଦେଶରେ ଫରାତ୍ ନଦୀ ନିକଟରେ ଆମ୍ଭମାନଙ୍କର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞସ୍ଥଳୀ ଅଛି।


ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ।


Swiv nou:

Piblisite


Piblisite