Biblia Todo Logo
Bib sou entènèt

- Piblisite -




ଯିରିମୀୟ 46:17 - ପବିତ୍ର ବାଇବଲ

17 ସେମାନଙ୍କ ଜନ୍ମଭୂମିରେ ଲୋକମାନେ କହିବେ, ‘ଫାରୋ କେବଳ ଜଣେ ଅହଙ୍କାରୀ, ଯିଏ କି ଉତ୍ତମ ସୁଯୋଗ ହାତଛଡ଼ା କରନ୍ତି।”’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ସେସ୍ଥାନରେ ଲୋକମାନେ ଉଚ୍ଚ ସ୍ଵରରେ କହିଲେ, ମିସରର ରାଜା ଫାରୋ ଶଦ୍ଦମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।

Gade chapit la Kopi

ଓଡିଆ ବାଇବେଲ

17 ସେସ୍ଥାନରେ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ମିସରର ରାଜା ଫାରୋ ଶବ୍ଦମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ସେସ୍ଥାନରେ ଲୋକମାନେ ଉଚ୍ଚସ୍ୱରରେ କହିଲେ, ‘ମିସରର ରାଜା ଫାରୋ ଶବ୍ଦ ମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।’

Gade chapit la Kopi




ଯିରିମୀୟ 46:17
11 Referans Kwoze  

ତା'ପରେ ସେହି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନେଇ ବି‌ନ୍‌ହଦ‌ଦ୍‌ଠାରୁ ଫେରି ଆସିଲେ ଓ କହିଲେ, “ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିୟାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗରରେ କିଛି ରହିବ ନାହିଁ। ଏପରି ମୋର ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ୟ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତେବେ ଦେବତାମାନଙ୍କ ଦ୍ୱାରା ମୁଁ ଅଧିକ ଦଣ୍ତିତ ହୋଇପାରେ।”


“ଶତ୍ରୁ କହିଲା, ‘ମୁଁ ସେମାନଙ୍କୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ୟ ଭାଗ କରି ନେବି। ସେମାନଙ୍କର ଉପରେ ମୋର ଅଭିଳାଷ ପୂର୍ଣ୍ଣ ହେବ। ମୁଁ ଆପଣା ଖ‌ଡ଼୍‌ଗ ନିକ୍ଷେପ କରିବି, ମୋର ହସ୍ତ ସେମାନଙ୍କୁ ବିନାଶ କରିବ।’


“ମିଶର, ଯିଏ କି ମହାନତାରେ ଗୌରବରେ ଏଦନର ବୃକ୍ଷଗୁଡ଼ିକ ତୁମ୍ଭପରି? ଏହା ବ୍ୟତୀତ ତୁମ୍ଭେ ଏଦନର ବୃକ୍ଷଗୁଡ଼ିକ ସହିତ ପୃଥିବୀ ଭୂତଳକୁ ଅଣାଯିବ। ଆଉ ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ‌‌ଖ‌ଡ଼୍‌ଗହତ ଲୋକମାନଙ୍କ ସହିତ ଶୟନ କରିବ। “ହଁ, ଫାରୋ ଓ ତାହାର ଲୋକମାନଙ୍କ ପ୍ରତି ଏହା ହିଁ ଘଟିବ।” ସଦାପ୍ରଭୁ, ମୋର ପ୍ରଭୁ ତାହା କରିଛନ୍ତି।


ଆଉ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ହେ ମିଶରର ରାଜା ଫାରୋ, ମୁଁ ତୁମ୍ଭର ବିପକ୍ଷ ଅଟେ। ତୁମ୍ଭେ ଆପଣା ସ୍ରୋତ ସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ ଜୀବ କୁମ୍ଭୀର ସଦୃଶ। ତୁମ୍ଭେ କହିଅଛ, “ଏ ନଦୀ ମୋର, ମୁଁ ନିଜ ପାଇଁ ଏହାକୁ ସୃଷ୍ଟି କରିଅଛି।”


ମିଶରୀୟମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ୱର ନୁହନ୍ତି। ସେମାନଙ୍କର ଅଶ୍ୱଗଣ ମାଂସରୁ ଏବଂ ହାଡ଼ରୁ ତିଆରି ମାତ୍ର ଆତ୍ମା ନୁହନ୍ତି। ସଦାପ୍ରଭୁ ଯେତେବେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିର ମଧ୍ୟ ପତନ ଘଟିବ। ଉଭୟ ଏକତ୍ର ଧ୍ୱଂସ ହେବେ।


ତେଣୁ ବି‌ନ୍‌ହଦଦ୍ କହିଲେ, “ସେମାନେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସେମାନେ ଯୁଦ୍ଧପାଇଁ ଆସିଥିଲେ ସେମାନଙ୍କୁ ଜୀବିତ ଧର।”


ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କରେ ଉଡ଼ାଇ ଦେଲ ଓ ସମୁଦ୍ରରେ ସେମାନଙ୍କୁ ବୁଡ଼ାଇ ଦେଲ। ସେମାନେ ସୀସା ପରି ଅଗାଧ ସମୁଦ୍ରରେ ବୁଡ଼ିଗଲେ।


ରାଜା ଆହାବ ଉତ୍ତର ଦେଲେ, “ବି‌ନ୍‌ହଦ‌ଦଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢ଼ିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।”


ପ୍ରତ୍ୟେକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ୱର୍ଗ ତଳେ ପ୍ରତ୍ୟେକ ଯୋଜନା ଠିକ୍ ସମୟରେ ଘଟିବ।


Swiv nou:

Piblisite


Piblisite