ଯିରିମୀୟ 44:18 - ପବିତ୍ର ବାଇବଲ18 ମାତ୍ର ଆମ୍ଭେମାନେ ଯେତେବେଳେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ଓ ପେୟନୈବେଦ୍ୟ ଢାଳିବା ଛାଡ଼ିଦେଲୁ, ଆମ୍ଭମାନଙ୍କ ସବୁ ବିଷୟରେ ଅଭାବ ଘଟିଲା ଓ ଆମ୍ଭେମାନେ ଖଡ଼୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେଲୁ।” Gade chapit laପବିତ୍ର ବାଇବଲ (Re-edited) - (BSI)18 ମାତ୍ର ଆମ୍ଭେମାନେ ଆକାଶ-ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇବାର ଓ ପେୟ-ନୈବେଦ୍ୟ ଢାଳିବାର ଛାଡ଼ିଦେବା ସମୟଠାରୁ ଆମ୍ଭମାନଙ୍କର ସବୁ ବିଷୟରେ ଅଭାବ ହୋଇଅଛି ଓ ଆମ୍ଭେମାନେ ଖଡ଼୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହୋଇଅଛୁ। Gade chapit laଓଡିଆ ବାଇବେଲ18 ମାତ୍ର ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାର ଓ ପେୟ ନୈବେଦ୍ୟ ଢାଳିବାର ଛାଡ଼ିଦେବା ସମୟଠାରୁ ଆମ୍ଭମାନଙ୍କର ସବୁ ବିଷୟରେ ଅଭାବ ହୋଇଅଛି ଓ ଆମ୍ଭେମାନେ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହୋଇଅଛୁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ମାତ୍ର ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାର ଓ ପେୟ-ନୈବେଦ୍ୟ ଢାଳିବାର ଛାଡ଼ିଦେବା ସମୟଠାରୁ ଆମ୍ଭମାନଙ୍କର ସବୁ ବିଷୟରେ ଅଭାବ ହୋଇଅଛି ଓ ଆମ୍ଭେମାନେ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହୋଇଅଛୁ।” Gade chapit la |
ଦମ୍ମେଶକ ଲୋକମାନେ ଯେଉଁ ଦେବତାର ପୂଜା କରୁଥିଲେ, ସେ ସେମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀୟ ଲୋକମାନେ ଆହସଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, “ଅରାମର ଲୋକମାନେ ଯେଉଁ ଦେବତାର ପୂଜା କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କଲେ। ତେଣୁ ଯଦି ମୁଁ ସେହି ଦେବତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତେବେ ହୁଏତ ସେମାନେ ମୋତେ ମଧ୍ୟ ସାହାଯ୍ୟ କରି ପାରିନ୍ତି।” ଆହସ୍ ସେହି ଦେବତାମାନଙ୍କୁ ପୂଜା କଲେ। ଏହି ପ୍ରକାରେ ସେ ନିଜେ ପାପ କଲେ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଲେ।