Biblia Todo Logo
Bib sou entènèt

- Piblisite -




ଯିରିମୀୟ 44:12 - ପବିତ୍ର ବାଇବଲ

12 ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଆଗ୍ରହୀ ହୋଇଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା। ସେମାନେ ସମସ୍ତେ ଲୁପ୍ତ ହେବେ, ମିଶର ଦେଶରେ ପତିତ ହେବେ। ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ସମସ୍ତେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ମରିବେ। ଆଉ ସେମାନେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖରେ ଅଭିଶାପ, ବିସ୍ମୟ, ଶାପ ଓ ନିନ୍ଦାର ପାତ୍ର ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି, ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିସର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଉତ୍ସୁକ ଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା ଓ ସେସମସ୍ତେ ଲୁପ୍ତ ହେବେ; ମିସର ଦେଶରେ ସେମାନେ ପତିତ ହେବେ; ଖଡ଼୍‍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ଖଡ଼୍‍ଗ ଓ ଦୁର୍ଭିକ୍ଷରେ ମରିବେ; ଆଉ, ସେମାନେ ଅଭିଶାପ, ବିସ୍ମୟ, ଶାପ ଓ ନିନ୍ଦାର ପାତ୍ର ହେବେ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିସର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଉତ୍ସୁକ ଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା ଓ ସେସମସ୍ତେ ଲୁପ୍ତ ହେବେ; ମିସର ଦେଶରେ ସେମାନେ ପତିତ ହେବେ; ଖଡ୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ଖଡ୍ଗ ଓ ଦୁର୍ଭିକ୍ଷରେ ମରିବେ; ଆଉ, ସେମାନେ ଅଭିଶାପ, ବିସ୍ମୟ ଓ ନିନ୍ଦାର ପାତ୍ର ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିସର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଉତ୍ସୁକ ଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା ଓ ସେସମସ୍ତେ ଲୁପ୍ତ ହେବେ; ମିସର ଦେଶରେ ସେମାନେ ପତିତ ହେବେ; ଖଡ୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ଖଡ୍ଗ ଓ ଦୁର୍ଭିକ୍ଷରେ ମରିବେ; ଆଉ, ସେମାନେ ଅଭିଶାପ, ବିସ୍ମୟ ଓ ନିନ୍ଦାର ପାତ୍ର ହେବେ।

Gade chapit la Kopi




ଯିରିମୀୟ 44:12
18 Referans Kwoze  

ଏଣୁ ଏବେ ନିଶ୍ଚୟ ଜାଣ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଇଚ୍ଛା କରୁଛ, ସେହି ମିଶରକୁ ଯାଅ। କିନ୍ତୁ ଏହା ନିଶ୍ଚୟ ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”


ପୁନଶ୍ଚ ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖିଯିବ।” ତେଣୁ ମୋର ପ୍ରଭୁ ସଦାପ୍ରଭୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମରେ ନାମିତ କରିବେ।


“ଜ୍ଞାନ ଅଭାବ ଯୋଗୁଁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭେମାନେ ଜ୍ଞାନରୁ ବିମୁଖ ହୋଇଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହେବାକୁ ବାରଣ କରିବା। ତୁମ୍ଭେମାନେ ତୁମ୍ଭ ପରମେଶ୍ୱରଙ୍କ ନିୟମକୁ ଭୁଲିଯାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିଯିବା।


ପୁଣି ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ୱରୂପ ପ୍ରଗ୍ଭରିତ ହେବ। ସେହି ଲୋକମାନେ କହିବେ, ‘ବାବିଲର ରାଜା ଯେପରି ସିଦିକିୟ ଓ ଆହାବଙ୍କୁ ଅଗ୍ନିରେ ଦ‌ଗ୍‌ଧ କରିଥିଲେ ସଦାପ୍ରଭୁ ସେମାନଙ୍କୁ ସେହିପରି କରନ୍ତୁ।’


ଆମ୍ଭେ ଯିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସେମାନେ ଏକ ବସ୍ତୁ ହେବେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ଶୀସ୍ ଶବ୍ଦର ବସ୍ତୁରୂପେ ବ୍ୟବହାର କରିବ। ଆଉ ସେମାନେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜାର ଏକ ବିଷୟ ହେବେ


ଯିହୁଦା ଏକ ଶୂନ୍ୟ ମରୁପ୍ରାନ୍ତରରେ ପରିଣତ ହେବ। ସେମାନେ ଗମନ କଲାବେଳେ ଶୀସ୍ ଶବ୍ଦ କରିଯାଆନ୍ତି। ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହୋଇ ଆପଣା ମସ୍ତକ ହରାଇବ।


ମାତ୍ର ସମସ୍ତ ଅଧର୍ମାଗ୍ଭରୀ ଓ ପାପୀଗଣ ବିନଷ୍ଟ ହେବେ। ଯେଉଁମାନେ ସଦାପ୍ରଭୁଙ୍କୁ ଅବଜ୍ଞା କରନ୍ତି ସେମାନେ ସଂହାରିତ ହେବେ।


ଯେବେ ସେହି ସ୍ତ୍ରୀ ଭ୍ରଷ୍ଟ ଚରିତ୍ର ଏବଂ ତା'ର ସ୍ୱାମୀ ପ୍ରତି ଅବିଶ୍ୱସ୍ତ ହୋଇଥାଏ, ତେବେ ସେହି ଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ଯନ୍ତ୍ରଣା ଦେବ। ତାହାର ପ୍ରଜନନ ଅଙ୍ଗ ଫୁଲିବ ଏବଂ ଓହଳି ପଡ଼ିବ। ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଶାପ ସ୍ୱରୂପ ହେବ।


“ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିବେ। କେହି ସେମାନଙ୍କ ପାଇଁ ବିଳାପ କରିବେ ନାହିଁ। ସେମାନଙ୍କୁ କେହି କବର ଦେବେ ନାହିଁ। ସେମାନଙ୍କର ଶବ ଭୂମିରେ ଖତ ହେବ। ସେମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ସଂହାରିତ ହେବେ। ସେମାନଙ୍କର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହେବ।”


ମୁଁ ସେମାନଙ୍କ ଉପରେ ଏମିତି ବିପର୍ଯ୍ୟୟ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବେ। ସମସ୍ତେ ସେମାନଙ୍କୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ଷିପ୍ତ କରିବା, ସେହି ସ୍ଥାନର ଲୋକମାନେ ସେମାନଙ୍କୁ ଅଭିଶାପ ଦେବେ।


ଯେବେ ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ ନ କରିବ, ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ୟ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।’”


ଯେତେବେଳେ ସେମାନେ ଗେରୁତ୍ତ୍ୱକିମହମରେ ଥିଲେ ସେତେବେଳେ ଯୋହାନନ୍ ଓ ହୋଶୟିୟର ପୁତ୍ର ଯାସନିୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଗଲେ।


ତା'ପରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ୟକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହୋଇ ଶୂନ୍ୟ ମରୁରେ ପରିଣତ ହୋଇଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ୟବହାର କରନ୍ତି।


ହେ ଯିହୁଦା ଓ ଇସ୍ରାଏଲ, ଠିକ୍ ଯେପରି ତୁମ୍ଭେମାନେ ଦେଶ ମଧ୍ୟରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।”


ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀ ହେବା ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ‌‌ଖ‌ଡ଼୍‌ଗଯୋଗ୍ୟ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ସମର୍ପଣ କରିବ।


ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।


Swiv nou:

Piblisite


Piblisite