Biblia Todo Logo
Bib sou entènèt

- Piblisite -




ଯିରିମୀୟ 44:1 - ପବିତ୍ର ବାଇବଲ

1 ଯେଉଁ ଯିହୁଦୀୟମାନେ ମିଶର ଦେଶସ୍ଥ ମି‌ଗ୍‌ଦୋଲରେ, ତଫ‌‌‌ନ୍‌‌‌ହେଷରେ, ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ ସେମାନଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯେଉଁ ଯିହୁଦୀୟମାନେ ମିସର ଦେଶରେ ବାସ କଲେ, ଯେଉଁମାନେ ମିଗ୍ଦୋଲରେ ଓ ତଫନ୍ହେଷରେ ଓ ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ, ସେସମସ୍ତଙ୍କ ବିଷୟରେ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତାହା ଏହି, ଯଥା,

Gade chapit la Kopi

ଓଡିଆ ବାଇବେଲ

1 ଯେଉଁ ଯିହୁଦୀୟମାନେ ମିସର ଦେଶରେ ବାସ କଲେ, ଯେଉଁମାନେ ମିଗ୍‍ଦୋଲରେ ଓ ତଫନ୍‍ହେଷରରେ ଓ ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ, ସେସମସ୍ତଙ୍କ ବିଷୟରେ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତାହା ଏହି, ଯଥା,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯେଉଁ ଯିହୁଦୀୟମାନେ ମିସର ଦେଶରେ ବାସ କଲେ, ଯେଉଁମାନେ ମିଗ୍‍ଦୋଲରେ ଓ ତଫନ୍‍ହେଷରରେ ଓ ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ, ସେସମସ୍ତଙ୍କ ବିଷୟରେ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତାହା ଏହି, ଯଥା,

Gade chapit la Kopi




ଯିରିମୀୟ 44:1
19 Referans Kwoze  

“ତୁମ୍ଭେମାନେ ମିଶରରେ ପ୍ରଗ୍ଭର କର, ମି‌ଗ୍‌ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫ‌‌‌ନ୍‌‌‌ହେଷରେ କୁହ, ‘ତୁମ୍ଭେମାନେ ଯୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ‌‌ଖ‌ଡ଼୍‌ଗ ତୁମ୍ଭ ଗ୍ଭରିଆଡ଼େ ଲୋକମାନଙ୍କୁ ବିନାଶ କରିଗ୍ଭଲିଛି।’


ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ।


“ଇସ୍ରାଏଲର ଲୋକମାନଙ୍କୁ କୁହ, ସେମାନେ ପୀହହୀରୋତକୁ ଫେରି ଯାଆନ୍ତୁ ଏବଂ ସାମନାରେ ଛାଉଣି ପକାନ୍ତୁ। ସେମାନଙ୍କୁ କୁହ, ସେମାନେ ମି‌ଗ୍‌ଦୋଲ ଓ ସମୁଦ୍ର ମଧ୍ୟରେ ଏବଂ ବା‌ଲ୍‌ସଫୋନ୍ ଆଗରେ ଛାଉଣି ସ୍ଥାପନ କରନ୍ତୁ।


ସିୟୋନର ଅଧିପତିମାନେ ନିର୍ବୋଧ ହୋଇ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସେହି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି।


ଆମ୍ଭେ ଯେତେବେଳେ ତଫ‌ନ୍‌ହେଷରେ ମିଶରର ଯୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ତାହା ତଫ‌ନ୍‌ହେଷର ଅନ୍ଧକାର ଦିନ ଥିଲା। ଏହା ମେଘ ଦ୍ୱାରା ଆଚ୍ଛାଦିତ ହେବ ଓ ଏହାର କନ୍ୟାମାନେ ମଧ୍ୟ ବନ୍ଦୀରୂପେ ନୀତ ହେବେ।


ଏବଂ ମୁଁ ମିଶରରେ ଅଗ୍ନି ସଂଯୋଗ କରିବି। ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ। ଏବଂ ନୋଫର ଶତ୍ରୁମାନେ ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।


ପୁଣି ମୁଁ ପାଥ୍ରୋଷକୁ ଧ୍ୱଂସ କରିବି ଓ ସୋୟନରେ ଅଗ୍ନି ଲଗାଇବି। ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବି।


ଏବଂ ମୁଁ ମିଶରୀୟମାନଙ୍କୁ ଫେରାଇ ଆଣିବି, ମୁଁ ସେମାନଙ୍କୁ ସେମାନଙ୍କର ଜନ୍ମଭୂମି ପାଥ୍ରୋଷକୁ ଫେରାଇ ଆଣିବି। ଏବଂ ସେଠାରେ ସେମାନେ ଗୋଟିଏ ଅପ୍ରଧାନ ରାଜ୍ୟ ହୋଇ ରହିବେ।


ହେ ମିଶରର କନ୍ୟା, ତୁମ୍ଭେ ନିର୍ବାସନ ଯିବା ପାଇଁ ନିଜକୁ ପ୍ରସ୍ତୁତ କର। କାରଣ ନୋଫ ଧ୍ୱଂସପ୍ରାପ୍ତ ଓ ଦ‌ଗ୍‌ଧିଭୂତ ହେବ। ସେଠାରେ କେହି ଲୋକ ବାସ କରିବେ ନାହିଁ।


ଅଧିକନ୍ତୁ ନୋଫର ଓ ତଫ‌ନ୍‌ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।


ତେଣୁ ମୁଁ (ପରମେଶ୍ୱର) ତୁମ୍ଭର ଓ ତୁମ୍ଭ ନଦୀ ସମୂହର ପ୍ରତିକୂଳ ଅଟେ। ମୁଁ ସିବେନୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ଯ୍ୟନ୍ତ ସମଗ୍ର ମିଶର ଦେଶକୁ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବି।


ପଥ୍ରୋଷୀୟ, କ‌ସ୍‌ଲୁହୀୟ ଓ କପ୍ତୋରିୟ (ଏହି ପଲେଷ୍ଟୀୟ ଲୋକମାନେ କ‌ସ୍‌ଲୁହୀୟରୁ ଆସିଲେ।)


“ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା।


ଆଉ ମଧ୍ୟ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ଯ୍ୟ ଦେବର ମନ୍ଦିରରେ ଥିବ, ସେଗୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦେବାଳୟ ସବୁ ସେ ଅଗ୍ନିରେ ଦ‌ଗ୍‌ଧ କରିବ।’”


ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହିଛନ୍ତି, “ମୁଁ ଦେବତାଗଣଙ୍କୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶେଷ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶରେ ଭୟ ସୃଷ୍ଟି କରିବି।


ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।


ସେତେବେଳେ ବହୁ ସ୍ତ୍ରୀଲୋକ ଯିହୁଦାର ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଉଥିଲେ। ସେମାନଙ୍କର ସ୍ୱାମୀମାନେ ଏହା ଜାଣିଲେ ମଧ୍ୟ ସେମାନଙ୍କୁ ନିବୃତ୍ତ କରୁ ନ ଥିଲେ। ସେମାନଙ୍କ ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନଙ୍କର ମହାସମାଜ ଆଉ ମିଶରର ପାଥ୍ରୋଷ୍ ପ୍ରଦେଶରେ ବାସକାରୀ ସମସ୍ତ ଲୋକ ଯିରିମିୟଙ୍କୁ କହିଲେ,


Swiv nou:

Piblisite


Piblisite