Biblia Todo Logo
Bib sou entènèt

- Piblisite -




ଯିରିମୀୟ 43:6 - ପବିତ୍ର ବାଇବଲ

6 ସେମାନେ ସମସ୍ତ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ଯେଉଁ ରାଜକନ୍ୟାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ ଆଉ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଓ ନେରିୟର ପୁତ୍ର ବାରୂକକୁ ମିଶରକୁ ନେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟା-ମାନଙ୍କୁ ଓ ଯେପ୍ରତ୍ୟେକ ଲୋକକୁ ପ୍ରହରୀ-ବର୍ଗର ସେନାପତି ନବୂସର୍ଦନ୍ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ,

Gade chapit la Kopi

ଓଡିଆ ବାଇବେଲ

6 ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟାଗଣକୁ ଓ ଯେ ପ୍ରତ୍ୟେକ ଲୋକକୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟାଗଣକୁ ଓ ଯେ ପ୍ରତ୍ୟେକ ଲୋକକୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ,

Gade chapit la Kopi




ଯିରିମୀୟ 43:6
11 Referans Kwoze  

କିନ୍ତୁ ସେହି ପ୍ରହରୀବର୍ଗରେ ସେନାପତି ନବୂଷରଦନ୍ କେତେକ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିଗଲା, ଆଉ ସେମାନଙ୍କୁ ସେହି ଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।


ଯେତେବେଳେ ଯିରୁଶାଲମ ଧ୍ୱଂସ ହେଲା, ସେତେବେଳେ ଯିହୁଦାର କେତେକ ସେନାପତି, ଅଧିପତି ଓ ଲୋକ ବାହାରେ ଥିଲେ। ସେମାନେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିୟକୁ ଦେଶର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛନ୍ତି। ସେ ତାଙ୍କ ଉପରେ ବାବିଲକୁ ନିଆଯାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ୟସ୍ତ କରିଅଛନ୍ତି।


ମୁଁ ସେହି ମନୁଷ୍ୟ, ଯେ କି ସଦାପ୍ରଭୁଙ୍କ କ୍ରୋଧରୂପ ପାଞ୍ଚଣ ଦ୍ୱାରା ପ୍ରହୃତ ହୋଇଥିବା କ୍ଳେଶ ଦେଖିଅଛି।


ଏହା ପରେ ଇ‌ଶ୍‌ମାୟେଲ, ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣଙ୍କୁ ଓ ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀକରି ନେଇଗଲା। ସେ ସେମାନଙ୍କୁ ବନ୍ଦୀକରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।


ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସମ୍ମୁଖରେ ବଧ କଲା। ଆଉ ମଧ୍ୟ ଯିହୁଦାର ସମସ୍ତ ଅଧିପତିଙ୍କୁ ରି‌‌‌ବ୍‌‌‌ଲାରେ ବଧ କଲା।


ମୁଁ ତୁମ୍ଭକୁ ସତ୍ୟ କହୁଛି ତୁମ୍ଭେ ଯେତେବେଳେ ଯୁବକ ଥିଲ, ସେତେବେଳେ ତୁମ୍ଭେ ଅଣ୍ଟାରେ ନିଜଲୁଗା ଭିଡ଼ି ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସରେ ତୁମ୍ଭେ ହାତ ବଢ଼ାଇବ ଓ ଯେଉଁଆଡ଼େ ତୁମ୍ଭର ଯିବାକୁ ଇଚ୍ଛା ନ ଥିବ, ସେହିଠାକୁ ଅନ୍ୟମାନେ ତୁମ୍ଭକୁ ନେଇଯିବେ।”


ଦେଖନ୍ତୁ, ଯିହୁଦାର ରାଜଗୃହରେ ଯେତେ ସ୍ତ୍ରୀଲୋକ ଅବଶିଷ୍ଟ ଅଛନ୍ତି, ସେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ଏହି ସ୍ତ୍ରୀମାନେ କହିବେ, ‘ତୁମ୍ଭର ବନ୍ଧୁମାନେ ତୁମ୍ଭକୁ ପ୍ରବର୍ତ୍ତାଇ ତୁମ୍ଭକୁ ପରାସ୍ତ କରିଅଛନ୍ତି, ଆଉ ଏବେ ତୁମ୍ଭର ପାଦ ପଙ୍କରେ ନିମଗ୍ନ ହେବାରୁ ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’


କିନ୍ତୁ ନେରିୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଇ ଅଛି। କ‌‌ଲ୍‌‌ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ଆମ୍ଭମାନଙ୍କୁ ବାବିଲକୁ ନେଇଯିବେ।”


ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ଚତୁର୍ଥ ବର୍ଷରେ ନେରିୟର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିବା ବେଳେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ତାକୁ ଏହି କଥା କହିଲେ।


ଯିହୁଦାର ଯେଉଁସବୁ ଲୋକ ମୋୟାବ, ଅମ୍ମୋନ, ଇଦୋମ ଓ ଅନ୍ୟାନ୍ୟ ସବୁ ଦେଶରେ ଥିଲେ, ସେମାନେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟକୁ ସେମାନଙ୍କୁ ଶାସନ କରିବାକୁ ନିଯୁକ୍ତ କରିଅଛି।


Swiv nou:

Piblisite


Piblisite