Biblia Todo Logo
Bib sou entènèt

- Piblisite -




ଯିରିମୀୟ 43:4 - ପବିତ୍ର ବାଇବଲ

4 ଏହିରୂପେ କାରେହର ପୁତ୍ର ଯୋହାନନ୍, ତାହାର ସେନାପତି ସକଳ ଓ ସମସ୍ତ ଲୋକ ଯିହୁଦାରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏହିରୂପେ କାରେହର ପୁତ୍ର ଯୋହାନନ୍ ଓ ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 ଏହିରୂପେ କାରେହର ପୁତ୍ର ଯୋହାନନ୍‍, ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏହିରୂପେ କାରେହର ପୁତ୍ର ଯୋହାନନ୍‍, ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।

Gade chapit la Kopi




ଯିରିମୀୟ 43:4
10 Referans Kwoze  

ମାତ୍ର ସେମାନେ ସେମାନଙ୍କର କଥା ଶୁଣିଲେ ନାହିଁ। ସେମାନେ ଆପଣା ଦୁଷ୍କର୍ମରୁ ନିବୃତ୍ତ ହୋଇ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ନ ଜଳାଇବା ପାଇଁ ଭବିଷ୍ୟ‌ଦ୍‌ବକ୍ତାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ।


ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।


ଭବିଷ୍ୟ‌ଦ୍‌ବକ୍ତା ଯେତେବେଳେ ଏହି କଥା କହିଲେ, ଅମତ୍‌ସିୟ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ, “ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ! ଯଦି ତୁମ୍ଭେ ନୀରବ ନ ରୁହ, ତେବେ ତୁମ୍ଭକୁ ହତ୍ୟା କରାଯିବ!” ଭବିଷ୍ୟ‌ଦ୍‌ବକ୍ତା ନୀରବ ହୋଇଗଲେ, କିନ୍ତୁ ତା'ପରେ କହିଲେ, “ପରମେଶ୍ୱର ପ୍ରକୃତରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାରଣ ତୁମ୍ଭେ ସେହି ମନ୍ଦକାର୍ଯ୍ୟସବୁ କଲ ଓ ମୋର ଉପଦେଶ ଶୁଣିଲ ନାହିଁ।”


ତେବେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କହେ କେହି ଶୁଣନ୍ତି ନାହିଁ।


ତା'ପରେ ସମସ୍ତ ସେନାପତିଗଣ ଓ ଛୋଟ ବଡ଼ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସେମାନେ କ‌ଲ୍‌‌‌ଦୀୟମାନଙ୍କୁ ଭୟ କରୁଥିଲେ।


ଯୋହାନନ୍ ଏବଂ ତାଙ୍କର ସୈନ୍ୟବାହିନୀର ସେନାପତିଗଣ ଗିବିୟୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନିୟର ପୁତ୍ର ଇ‌ଶ୍‌ମାୟେଲ, ଗଲିୟଦକୁ ହତ୍ୟା କଲା ପରେ, ମି‌‌ସ୍‌‌ପାକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରେ ଯୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।


ତା'ପରେ ଯିରିମିୟ କାରେହର ପୁତ୍ର ଯୋହାନ‌‌‌ନ୍‌‌‌କୁ, ତାହାର ସଙ୍ଗୀ ସମସ୍ତ ସେନାପତିଙ୍କୁ ଓ ଛୋଟ ବଡ଼ ଅନ୍ୟ ସମସ୍ତ ଲୋକଙ୍କୁ ଡାକି କହିଲେ।


ତେଣୁ ଆଜି ସଦାପ୍ରଭୁଙ୍କ ସେହି ବାକ୍ୟ ତୁମ୍ଭମାନଙ୍କୁ ଜଣାଇଲି। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ବାକ୍ୟ ପ୍ରତି ଧ୍ୟାନ ଦେଲ ନାହିଁ। ଆଉ ତୁମ୍ଭମାନଙ୍କ ପରମେଶ୍ୱର ଯାହା କରିବାକୁ ମୋତେ କହି ପଠାଇଲେ, ତାହା ତୁମ୍ଭେମାନେ କଲ ନାହିଁ।


Swiv nou:

Piblisite


Piblisite