Biblia Todo Logo
Bib sou entènèt

- Piblisite -




ଯିରିମୀୟ 42:21 - ପବିତ୍ର ବାଇବଲ

21 ତେଣୁ ଆଜି ସଦାପ୍ରଭୁଙ୍କ ସେହି ବାକ୍ୟ ତୁମ୍ଭମାନଙ୍କୁ ଜଣାଇଲି। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ବାକ୍ୟ ପ୍ରତି ଧ୍ୟାନ ଦେଲ ନାହିଁ। ଆଉ ତୁମ୍ଭମାନଙ୍କ ପରମେଶ୍ୱର ଯାହା କରିବାକୁ ମୋତେ କହି ପଠାଇଲେ, ତାହା ତୁମ୍ଭେମାନେ କଲ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ।

Gade chapit la Kopi

ଓଡିଆ ବାଇବେଲ

21 ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ।

Gade chapit la Kopi




ଯିରିମୀୟ 42:21
16 Referans Kwoze  

ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସେମାନଙ୍କୁ କୁହ କାରଣ ସେମାନେ ଅତ୍ୟନ୍ତ ବିଦ୍ରୋହୀ।


ଯେଉଁସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସେହିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚରେ ପ୍ରଗ୍ଭର କରିଛି। ଜନସାଧାରଣଙ୍କ ସାମନାରେ ଓ ଘରେ ଘରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦେଇଛି।


“ହେ ମନୁଷ୍ୟ ପୁତ୍ର, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ।


“ଆଉ ଯେପରି ଏହି ଅଭିଶାପର କଥା ଶୁଣି ମନେ ମନେ ଆପଣାର ଧନ୍ୟବାଦ କରି ନ କହେ ଯେ, ‘ଆମ୍ଭେ ଶୁଖିଲା ସଙ୍ଗେ ଓଦାକୁ ଧ୍ୱଂସ କରିବା ପାଇଁ ଆପଣା ହୃଦୟରେ କାଠିନ୍ୟ ଅନୁସାରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହେବ।’


ଏବଂ ତା'ପରେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଲୋକମାନଙ୍କୁ କ’ଣ କହିବା ପାଇଁ ଗ୍ଭହିଁଥିଲେ, ଯିରିମିୟ ତାହା କହିବା ଶେଷ କରୁ ନ କରୁଣୁ।


ଏହିରୂପେ କାରେହର ପୁତ୍ର ଯୋହାନନ୍, ତାହାର ସେନାପତି ସକଳ ଓ ସମସ୍ତ ଲୋକ ଯିହୁଦାରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କଲେ ନାହିଁ।


“ଆଜି ଆମ୍ଭେ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ୟରୁ ଗୋଟିକୁ ବାଛିବାକୁ ଦେଇଅଛୁ।


“ଆଜି ମୁଁ ସ୍ୱର୍ଗ ଓ ପୃଥିବୀକୁ ଡାକୁଛି, ସାକ୍ଷୀରୂପେ ଜୀବନ ଓ ମୃତ୍ୟୁ, ଆଶୀର୍ବାଦ ଓ ଅଭିଶାପ, ଏହା ଭିତରୁ ମୁଁ ତୁମ୍ଭକୁ ପସନ୍ଦ କରିବାକୁ ଦେଇଛି। ତେଣୁ ତୁମ୍ଭେମାନେ ଜୀବନକୁ ବାଛ। ତେବେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।


ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ। ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।


ସେ ସମସ୍ତ ଲୋକ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଅବଧାନ କଲେ ନାହିଁ। ତେଣୁ ସେମାନେ ମିଶରକୁ ଯାଇ ତଫ‌‌‌ନ୍‌‌‌ହେଷ ସହରରେ ଉପସ୍ଥିତ ହେଲେ।


ଏବଂ ସେମାନେ ମୋ’ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମୋ’ ଲୋକପରି ସେମାନେ ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସେମାନେ ମୋ’ କଥା ମାନନ୍ତି ନାହିଁ। କାରଣ ସେମାନେ କେବଳ ତାହା କରନ୍ତି, ଯାହା ସେମାନେ କରିବାକୁ ଗ୍ଭହାନ୍ତି। ଏବଂ ସେମାନଙ୍କ ହୃଦୟ ଅସାଧୁ ଲାଭ ପାଇଁ ଲୋଭି ଅଟେ।


“‘ତୁମ୍ଭେ ସେମାନଙ୍କ ନିକଟରେ ମଧୁର ସଙ୍ଗୀତ ଗାନ କରୁଥିବା ଗାୟକ ସଦୃଶ ଅଟ। ତୁମ୍ଭର ମଧୁର ସ୍ୱର ଅଛି, ତୁମ୍ଭେ ଉତ୍ତମ ରୂପେ ବାଦ୍ୟଯନ୍ତ୍ର ବଜାଇ ପାର। ତେଣୁ ସେମାନେ ତୁମ୍ଭର କଥା ଶୁଣନ୍ତି, କିନ୍ତୁ ତୁମ୍ଭେ ଯାହା କୁହ ତାହା କରନ୍ତି ନାହିଁ।


Swiv nou:

Piblisite


Piblisite