Biblia Todo Logo
Bib sou entènèt

- Piblisite -




ଯିରିମୀୟ 42:17 - ପବିତ୍ର ବାଇବଲ

17 ଯେଉଁମାନେ ମିଶରରେ ପ୍ରବାସ କରିବା ପାଇଁ ସ୍ଥିର କରିଛନ୍ତି। ସେମାନଙ୍କ ପାଇଁ ଏହି ପ୍ରକାର ଘଟିବ। ସେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବା ସେଥିରୁ ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର ପାଇବେ ନାହିଁ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଯେଉଁମାନେ ମିସରକୁ ଯାଇ ସେଠାରେ ପ୍ରବାସ କରିବା ପାଇଁ ଉତ୍ସୁକ ହୁଅନ୍ତି, ସେସମସ୍ତ ଲୋକଙ୍କ ପ୍ରତି ଏହି ପକାରଘଟିବ; ସେମାନେ ଖଡ଼୍‍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ; ପୁଣି, ଆମ୍ଭେ ସେମାନଙ୍କ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁରୁ ସେମାନଙ୍କ ମଧ୍ୟରେ କେହି ଉତ୍ତୀର୍ଣ୍ଣ ଅବା ରକ୍ଷାପ୍ରାପ୍ତ ହେବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

17 ଯେଉଁମାନେ ମିସରକୁ ଯାଇ ସେଠାରେ ପ୍ରବାସ କରିବା ପାଇଁ ଉତ୍ସୁକ ହୁଅନ୍ତି, ସେସମସ୍ତ ଲୋକଙ୍କ ପ୍ରତି ଏହି ପ୍ରକାର ଘଟିବ; ସେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ; ପୁଣି, ଆମ୍ଭେ ସେମାନଙ୍କ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁରୁ ସେମାନଙ୍କ ମଧ୍ୟରେ କେହି ଉତ୍ତୀର୍ଣ୍ଣ ଅବା ରକ୍ଷାପ୍ରାପ୍ତ ହେବେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଯେଉଁମାନେ ମିସରକୁ ଯାଇ ସେଠାରେ ପ୍ରବାସ କରିବା ପାଇଁ ଉତ୍ସୁକ ହୁଅନ୍ତି, ସେସମସ୍ତ ଲୋକଙ୍କ ପ୍ରତି ଏହି ପ୍ରକାର ଘଟିବ; ସେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ; ପୁଣି, ଆମ୍ଭେ ସେମାନଙ୍କ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁରୁ ସେମାନଙ୍କ ମଧ୍ୟରେ କେହି ଉତ୍ତୀର୍ଣ୍ଣ ଅବା ରକ୍ଷାପ୍ରାପ୍ତ ହେବେ ନାହିଁ।

Gade chapit la Kopi




ଯିରିମୀୟ 42:17
7 Referans Kwoze  

ଏଣୁ ଏବେ ନିଶ୍ଚୟ ଜାଣ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଇଚ୍ଛା କରୁଛ, ସେହି ମିଶରକୁ ଯାଅ। କିନ୍ତୁ ଏହା ନିଶ୍ଚୟ ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”


‌‌ଖ‌ଡ଼୍‌ଗରୁ ରକ୍ଷା ପାଇ ଅଳ୍ପ କେତେକ ଲୋକ ମିଶରରୁ ଯିହୁଦାକୁ ଫେରିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକେ, ସେମାନେ ଜାଣିବେ କାହାର ବାକ୍ୟ ବିଶ୍ୱାସ ଯୋଗ୍ୟ, ମୋର ନା ସେମାନଙ୍କର।”


ସେମାନେ ସେଇ ଭୂମିରୁ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ବିପକ୍ଷରେ, ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲି। ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା।”


“ସଦାପ୍ରଭୁ ଏହି କଥା କହନ୍ତି, ‘ଯେଉଁ ଲୋକ ଏହି ନଗରରେ ରହିବ, ସେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ। ମାତ୍ର ଯେଉଁ ଲୋକ ବାହାର ହୋଇ କ‌‌ଲ୍‌‌ଦୀୟମାନଙ୍କ ନିକଟକୁ ଯିବ ସେ ବଞ୍ଚିବ। ସେମାନେ ମୃତ୍ୟୁରୁ ବଞ୍ଚିବେ ଓ ରକ୍ଷା ପାଇବେ।’


ଏଣୁ ହେ ଯିହୁଦାର ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେମାନେ ମିଶରକୁ ଯିବା ପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ।


ତୁମ୍ଭେମାନେ ‌‌ଖ‌ଡ଼୍‌ଗକୁ ଭୟ କରିଅଛ; ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବା।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।


Swiv nou:

Piblisite


Piblisite