ଯିରିମୀୟ 40:5 - ପବିତ୍ର ବାଇବଲ5 ଅଥବା ତୁମ୍ଭେ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ନିକଟକୁ ଫେରିଯାଅ। ବାବିଲର ରାଜା ତାକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛି। ତୁମ୍ଭେ ତାଙ୍କ ସହିତ ବାସ କର କିଅବା ଯେକୌଣସି ସ୍ଥାନକୁ ଯିବାକୁ ଇଚ୍ଛା କରୁଛ ସେ ସ୍ଥାନକୁ ଯାଅ।” ତା'ପରେ ନବୂଷରଦନ୍ ଯିରିମିୟଙ୍କୁ କିଛି ଖାଦ୍ୟ ଓ ପାରିତୋଷିକ ଦେଇ ବିଦାୟ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)5 ଯିରିମୀୟ ଫେରି ନ ଯାଉଣୁ ସେ ତାଙ୍କୁ କହିଲା, ତେବେ ତୁମ୍ଭେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟ ନିକଟକୁ ଫେରି ଯାଅ, ବାବିଲର ରାଜା ତାହାକୁ ଯିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର; ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ, ସେ ସ୍ଥାନକୁ ଯାଅ। ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା। Gade chapit laଓଡିଆ ବାଇବେଲ5 ଯିରିମୀୟ ଫେରି ନ ଯାଉଣୁ ନବୂଷରଦନ୍ ତାଙ୍କୁ କହିଲା, “ତେବେ ତୁମ୍ଭେ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଫେରି ଯାଅ, ବାବିଲର ରାଜା ତାହାକୁ ଯିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର; ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ, ସେ ସ୍ଥାନକୁ ଯାଅ।” ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଯିରିମୀୟ ଫେରି ନ ଯାଉଣୁ ନବୂଷରଦନ୍ ତାଙ୍କୁ କହିଲା, “ତେବେ ତୁମ୍ଭେ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଫେରିଯାଅ, ବାବିଲର ରାଜା ତାହାକୁ ଯିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର; ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ, ସେ ସ୍ଥାନକୁ ଯାଅ।” ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା। Gade chapit la |
ସେମାନେ ଆମ୍ଭକୁ ବହୁତ ଉପହାର ସହିତ ସମ୍ମାନ ଦେଲେ। ଆମ୍ଭେ ସେଠାରେ ତିନି ମାସ ପର୍ଯ୍ୟନ୍ତ ରହିଲୁ। ଆମ୍ଭେ ଜଳଯାତ୍ରାରେ ବାହାରିବା ସମୟରେ ସେମାନେ ଆମ୍ଭକୁ ଆବଶ୍ୟକୀୟ ଜିନିଷମାନ ମଧ୍ୟ ଦେଲେ। ଆମ୍ଭେ ତିନି ମାସ ପରେ ଆଲେକ୍ଜାଣ୍ଡ୍ରିୟା ନଗରୀରେ ଗୋଟିଏ ଜାହାଜରେ ଚଢ଼ି ପୁଣି ଯାତ୍ରା କଲୁ। ତା'ର ନାମ ମିଥୁନ ଥିଲା। ଏହି ଜାହାଜଟି ମେଲିତୀ ଦ୍ୱୀପରେ ଶୀତକାଳ ବିତାଇଥିଲା।