Biblia Todo Logo
Bib sou entènèt

- Piblisite -




ଯିରିମୀୟ 40:14 - ପବିତ୍ର ବାଇବଲ

14 ଯୋହାନନ୍ ଓ ସେହି ଅଧିପତିଗଣ ଗଦଲିୟକୁ କହିଲେ, “ଅମ୍ମୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନିୟର ପୁତ୍ର ଇ‌ଶ୍‌ମାୟେଲକୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି?” ମାତ୍ର ଅହୀକାମର ପୁତ୍ର ଗଦଲିୟ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆଉ ତାହାକୁ କହିଲେ, ଅମ୍ମୋନ-ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନୀୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି କି ଆପଣ ଜାଣନ୍ତି? ମାତ୍ର ଅହୀକାମର ପୁତ୍ର ଗଦଲୀୟ ସେମାନଙ୍କ କଥାରେ ବିଶ୍ଵାସ କଲା ନାହିଁ।

Gade chapit la Kopi

ଓଡିଆ ବାଇବେଲ

14 ଆଉ ତାହାକୁ କହିଲେ, “ଅମ୍ମୋନ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନୀୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି କି ଆପଣ ଜାଣନ୍ତି ?” ମାତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ସେମାନଙ୍କ କଥାରେ ବିଶ୍ୱାସ କଲା ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆଉ ତାହାକୁ କହିଲେ, “ଅମ୍ମୋନ-ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନୀୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି କି ଆପଣ ଜାଣନ୍ତି?” ମାତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ସେମାନଙ୍କ କଥାରେ ବିଶ୍ୱାସ କଲା ନାହିଁ।

Gade chapit la Kopi




ଯିରିମୀୟ 40:14
15 Referans Kwoze  

ଏହା ପରେ ଇ‌ଶ୍‌ମାୟେଲ, ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣଙ୍କୁ ଓ ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀକରି ନେଇଗଲା। ସେ ସେମାନଙ୍କୁ ବନ୍ଦୀକରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।


ତା'ପରେ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ ସେହି ପାତ୍ରରୁ ପାନ କରାଇଲି।


ତୁମ୍ଭର ପ୍ରତିବାସୀ କି ମିତ୍ରଙ୍କୁ ବିଶ୍ୱାସ କର ନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖରେ ମୁଖ ଖୋଲ ନାହିଁ।


ସେମାନେ ଏକତ୍ର ଭୋଜନ କରୁଥିବା ବେଳେ ଇ‌ଶ୍‌ମାୟେଲ ଓ ତାର ଦଶ ଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିୟକୁ ହତ୍ୟା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାଯ୍ୟରେ ନିଯୁକ୍ତ କରିଥିଲେ।


ଯେଉଁମାନେ ମି‌‌ସ୍‌‌ପୀକୁ ଗଦଲିୟ ନିକଟକୁ ଗଲେ ସେମାନଙ୍କ ମଧ୍ୟରେ ନଥନିୟର ପୁତ୍ର ଇ‌ଶ୍‌ମାୟେଲ, କାରେହର ପୁତ୍ର ଯୋହାନନ୍ ଓ ଯୋନାଥନ୍, ତ‌‌‌ନ୍‌‌‌ହୂମତର ପୁତ୍ର ସରାୟ, ନଟୋଫାତୀୟ ଏଫୟର ପୁତ୍ରମାନେ ଓ ମାଖାତୀୟର ପୁତ୍ର ଯାସନୀୟ ଥିଲେ।


ମନ୍ଦାଗ୍ଭରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ୟ ସେମାନେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ୟାୟପୂର୍ଣ୍ଣ ଦେଶରେ ମଧ୍ୟ ସେମାନେ ଅନ୍ୟାୟ କରିବେ। ଏପରିକି ସେମାନେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।


ଆହୁରି କାରେହର ପୁତ୍ର ଯୋହାନନ୍ ଓ ପଦାରେ ଅବସ୍ଥିତ ସେନାପତି ସକଳ ମି‌‌ସ୍‌‌ପାରେ ଗଦଲିୟ ନିକଟକୁ ଆସିଲେ।


ଅନନ୍ତର ସପ୍ତମ ମାସରେ ରାଜବଂଶୀ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇ‌ଶ୍‌ମାୟେଲ ଦଶ ଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିୟ ନିକଟକୁ ମି‌‌ସ୍‌‌ପାକୁ ଆସିଲେ। ସେମାନେ ସେଠାରେ ଗଦଲିୟ ସହିତ ଏକତ୍ର ଭୋଜନ କଲେ।


Swiv nou:

Piblisite


Piblisite