Biblia Todo Logo
Bib sou entènèt

- Piblisite -




ଯିରିମୀୟ 40:1 - ପବିତ୍ର ବାଇବଲ

1 ଯିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ରାମା ନଗରରେ ଯାଇ ମୁକ୍ତ କଲେ। ଏହା ପରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯିରୂଶାଲମ ଓ ଯିହୁଦାର ଯେସମସ୍ତ ବନ୍ଦୀ ଲୋକ ବାବିଲକୁ ନିଆ ଯାଉଥିଲେ, ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମୀୟଙ୍କୁ ପ୍ରହରୀବର୍ଗର ସେନାପତି ନବୂସର୍ଦନ୍ ନେଇ ରାମା ନଗରରୁ ବିଦାୟ କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତା;।

Gade chapit la Kopi

ଓଡିଆ ବାଇବେଲ

1 ଯିରୂଶାଲମ ଓ ଯିହୁଦାର ଯେସମସ୍ତ ବନ୍ଦୀ ଲୋକ ବାବିଲକୁ ନିଆ ଯାଉଥିଲେ, ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମୀୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ନେଇ ରାମା ନଗରରୁ ବିଦାୟ କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯିରୂଶାଲମ ଓ ଯିହୁଦାର ଯେସମସ୍ତ ବନ୍ଦୀ ଲୋକ ବାବିଲକୁ ନିଆଯାଉଥିଲେ, ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମୀୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ନେଇ ରାମା ନଗରରୁ ବିଦାୟ କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।

Gade chapit la Kopi




ଯିରିମୀୟ 40:1
14 Referans Kwoze  

ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ।


କିନ୍ତୁ ପାଉଲ କହିଲେ, “ତୁମ୍ଭେମାନେ କାହିଁକି କାନ୍ଦୁଛ? ତୁମ୍ଭେମାନେ କାହିଁକି ଏପରି ମୋତେ ଦୁଃଖିତ କରୁଛ? ଯିରୁଶାଲମରେ ମୁଁ ବନ୍ଧା ହେବା ପାଇଁ ଯେ କେବଳ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି।”


ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ରାମାରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାଯିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷୟରେ ସାନ୍ତ୍ୱନାବାଣୀ ଶୁଣିବ ନାହିଁ, କାରଣ ସେମାନେ ମୃତ।”


ବିନ୍ୟାମୀନ ବଂଶ ମଧ୍ୟ ଗିବିୟୋନର ରାମତ୍, ବେରୋତ୍,


ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହେବା ପାଇଁ ଗ୍ଭହିଁଲି। ଇସ୍ରାଏଲର ଭରସାରେ ବିଶ୍ୱାସ କରୁଥିବା ହେତୁ ମୁଁ ଆଜି ଏହି ଶିକୁଳିରେ ବନ୍ଧା ହୋଇଛି।”


ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ। ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।


ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି, ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି। କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।


ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ।


ବାବିଲ ରାଜାର ନବୂଷରଦନ୍ ନାମକ ଜଣେ ପ୍ରହରୀବର୍ଗର ସେନାପତି ଯିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନେଇଗଲା।


ଅନନ୍ତର ଆମ୍ଭମାନଙ୍କ ନିର୍ବାସରେ ଦ୍ୱାଦଶ ବର୍ଷର ଦଶମ ମାସର ପଞ୍ଚମ ଦିନରେ ଯିରୁଶାଲମରୁ ଜଣେ ପଳାତକ ମୋ’ ନିକଟକୁ ଆସି କହିଲା, “ନଗର ପରାଜିତ ହୋଇଅଛି।”


ଆସା ରାଜା ହେବାର ଛତିଶ୍ ତମ ବର୍ଷରେ, ବାଶା ଯିହୁଦା ଦେଶକୁ ଆକ୍ରମଣ କଲେ। ବାଶା ଇସ୍ରାଏଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ୟବହାର କଲେ।


ଅନନ୍ତର ଦଶ ଦିନ ଅନ୍ତେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।


Swiv nou:

Piblisite


Piblisite