Biblia Todo Logo
Bib sou entènèt

- Piblisite -




ଯିରିମୀୟ 39:4 - ପବିତ୍ର ବାଇବଲ

4 ତହୁଁ ଯିହୁଦାର ରାଜା ସିଦିକିୟ ଓ ସମସ୍ତ ସୈନ୍ୟଗଣ ସେମାନଙ୍କୁ ଦେଖି ପଳାୟନ କଲେ। ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରି ଗଲେ। ପୁଣି ସେମାନେ ପ୍ରାନ୍ତର ଆଡ଼େ ଗ୍ଭଲିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ଵାରରେ ନଗରରୁ ବାହାରିଗଲେ; ପୁଣି, ସେ ଆରାବା ପଥରେ ଚାଲିଗଲା।

Gade chapit la Kopi

ଓଡିଆ ବାଇବେଲ

4 ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରି ଗଲେ; ପୁଣି, ସେ ଆରାବା ପଥରେ ଚାଲିଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରିଗଲେ; ପୁଣି, ସେ ଆରବା ପଥରେ ଚାଲିଗଲା।

Gade chapit la Kopi




ଯିରିମୀୟ 39:4
17 Referans Kwoze  

କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡ଼ାଳି ମଧ୍ୟ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ୟ ବଳ ନ ଥିବ। ସୈନ୍ୟମାନେ ନିଜକୁ ରକ୍ଷା କରି ପାରିବେ ନାହିଁ।


ହିଜକିୟ ଯିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ୟ ଭାଗରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ଯିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନେକ ଅସ୍ତ୍ର ଓ ଢାଲମାନ ନିର୍ମାଣ କଲେ।


ଏବଂ ତୁମ୍ଭର ନେତା ତା'ର ଜିନିଷପତ୍ର ତା’ କାନ୍ଧରେ ବହିବ ଏବଂ ସୂର୍ଯ୍ୟାସ୍ତ ସମୟରେ କାନ୍ଥରେ ତା’ ପାଇଁ ଖୋଳା ଯାଇଥିବା ମଧ୍ୟଦେଇ ବାହାରିଯିବ ଓ ସେ ତା'ର ମୁଖ ଆଚ୍ଛାଦନ କରିବ, ଯେପରି ସେ ଭୂମିକୁ ଦେଖି ପାରିବ ନାହିଁ।


“ସଦାପ୍ରଭୁ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁମାନଙ୍କ ହାତରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ଯୁଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତୋଟି ବାଟରେ ପଳାୟନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥିରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।


ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ ସେମାନେ ଶତ୍ରୁମାନଙ୍କ ଦେଶରେ ସାହସିକତା ହରାଇବେ। ସେମାନେ ପତ୍ରଝଡ଼ାର ଶବ୍ଦ ଶୁଣିଲେ ମଧ୍ୟ ଦୌଡ଼ି ପଳାଇବେ। ପୁଣି ‌‌ଖ‌ଡ଼୍‌ଗଧାରରୁ ପଲାଇଲା ଲୋକପରି ସେମାନେ ଦୌଡ଼ିବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ।


ଆମ୍ଭେ ତୁମ୍ଭ ବିରୁଦ୍ଧରେ ଯିବା, ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହେବ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସେମାନେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କେହି ତୁମ୍ଭମାନଙ୍କ ପଛରେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ଦୌଡ଼ି ପଳାଇଯିବ।


ଆଉ ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ସ୍ଥାନରେ ବଡ଼ ଜଳାଶୟ ଖୋଳିଲ। ତୁମ୍ଭେମାନେ ନିଜର ସୁରକ୍ଷା ପାଇଁ ଏ ସବୁ କଲ। ମାତ୍ର ଯେ ଏହାକୁ ସାଧନ କଲେ ସେ ସୃଷ୍ଟିକର୍ତ୍ତାଙ୍କୁ ତୁମ୍ଭେ ବିଶ୍ୱାସ କଲ ନାହିଁ। ଦୀର୍ଘକାଳ ଧରି ଯେ ଏହାକୁ ଗଢ଼ିଲେ, ତୁମ୍ଭେମାନେ ତାଙ୍କୁ ଆଦର କଲ ନାହିଁ।


ଆଉ ଯିହୁଦାର ରାଜା ସିଦିକିୟ କ‌‌ଲ୍‌‌ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜାର ହସ୍ତରେ ସମର୍ପିତ ହେବ ଓ ସମ୍ମୁଖା-ସମ୍ମୁଖୀ ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ସେ ତାହା ଦେଖିବ।


“ତୁମ୍ଭେ ଦିନ ବେଳେ ତୁମ୍ଭମାନଙ୍କର ଗଣ୍ଠିଲିପତ୍ର ସଜାଡ଼ି ଦିଅ, ସତେ ଯେପରି ତୁମ୍ଭେମାନେ ନିର୍ବାସନକୁ ଯାଉଛ ଏବଂ ସେମାନେ ଦେଖୁଥିବା ସମୟରେ ଯିବାକୁ ପ୍ରସ୍ତୁତ ହୁଅ। ତା'ପରେ ସନ୍ଧ୍ୟା ସମୟରେ ତୁମ୍ଭେମାନେ ବହୁ ଦୂର ଦେଶକୁ ଯାଇଥିବା ପରି ଅଭିନୟ କର, ନିର୍ବାସିତ ବନ୍ଦୀମାନଙ୍କ ପରି ଏହାକୁ ଯେତେବେଳେ ସେମାନେ ଦେଖୁଛନ୍ତି।


ତୁମ୍ଭର ଶାସକକର୍ତ୍ତାଗଣ ଏକତ୍ର ଏକ ସମୟରେ ପଳାୟନ କଲେ। ମାତ୍ର ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ୱାରା ବନ୍ଧା ହେଲେ। ପୁଣି ସମସ୍ତ ପ୍ରାପ୍ତ ଲୋକେ ଏକତ୍ର ବନ୍ଧାଗଲେ। ମାତ୍ର ସେମାନେ ଦୂରକୁ ପଳାୟନ କଲେ।


ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ୍ଭ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।


ପୁଣି ସେ ସିଦିକିୟକୁ ବାବିଲକୁ ଘେନିଯିବ। ଆମ୍ଭେ ଯେପର୍ଯ୍ୟନ୍ତ ତାକୁ ଶାସ୍ତି ନ ଦେଇଛୁ ସେ ପର୍ଯ୍ୟନ୍ତ ସେ ସେଠାରେ ରହିବ।’ ଆଉ ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ କ‌‌ଲ୍‌‌ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”


Swiv nou:

Piblisite


Piblisite