Biblia Todo Logo
Bib sou entènèt

- Piblisite -




ଯିରିମୀୟ 39:3 - ପବିତ୍ର ବାଇବଲ

3 ତା'ପରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା: ନେର୍ଗଲଶରେତ୍ସର, ସ‌‌‌ମ୍‌‌‌ଗର-ନବୋ, ଶର୍ସଖୀମ, ରବସାରୀସ୍ ଓ ରବମା‌ଗ୍‌ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମଧ୍ୟମ ଦ୍ୱାରରେ ବସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ବାବିଲ ରାଜାର ଅଧିପତିସକଳ, ଅର୍ଥାତ୍, ନେର୍ଗଲଶରେତ୍ସର, ସମ୍ଗର-ନବୋ, ଶର୍ସଖୀମ୍, ରବସାରୀସ୍, ନେର୍ଗଲ-ଶରେତ୍ସର, ରବମାଗ୍, ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ଵାରରେ ବସିଲେ।

Gade chapit la Kopi

ଓଡିଆ ବାଇବେଲ

3 ବାବିଲ ରାଜାର ଅଧିପତିସକଳ, ଅର୍ଥାତ୍‍, ନେର୍ଗଲ ଶରେତ୍ସର, ସମ୍‍ଗର-ନବୋ, ଶର୍ସଖୀମ୍‍, ରବ୍‍ସାରୀସ୍‍, ନେର୍ଗଲ ଶରେତ୍ସର, ରବମାଗ୍‍ ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ୱାରରେ ବସିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ବାବିଲ ରାଜାର ଅଧିପତିସକଳ, ଅର୍ଥାତ୍‍, ନେର୍ଗଲ ଶରେତ୍ସର, ସମ୍‍ଗର-ନବୋ, ଶର୍ସଖୀମ୍‍, ରବ୍‍ସାରୀସ୍‍, ନେର୍ଗଲ ଶରେତ୍ସର, ରବମାଗ୍‍ ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ୱାରରେ ବସିଲେ।

Gade chapit la Kopi




ଯିରିମୀୟ 39:3
6 Referans Kwoze  

ତା'ପରେ ଯିରିମିୟ ରାଜା ସିଦିକିୟଙ୍କୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ୱୀକାର କରିବ, ତେବେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦ‌ଗ୍‌ଧ ହେବ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ।


‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସବୁ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କ‌‌ଲ୍‌‌ଦୀୟମାନଙ୍କ ସହିତ ପ୍ରାଚୀର ବାହାରେ ଯୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା। “‘ଖୁବ୍ ଶୀଘ୍ର ପ୍ରାଚୀର ବାହାରେ ଥିବା ଶତ୍ରୁଗଣଙ୍କୁ ଯିରୁଶାଲମ ମଧ୍ୟରେ ପ୍ରବେଶ କରାଇବା।


ତେଣୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ସେନାଧ୍ୟକ୍ଷ ନବୂଶସବନ୍ ଓ ନେର୍ଗଲ-ଶରେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡକାଇଲେ।


ସଦାପ୍ରଭୁ ପୁଣି କହିଲେ, “ଏହା ହେବ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟ ସମୂହର ସମୁଦାୟ ଗୋଷ୍ଠୀକୁ ଡାକିବା।” “ତେଣୁ ସେମାନେ ଆସି ଯିରୁଶାଲମ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ ନିଜ ନିଜ ସିଂହାସନ ସ୍ଥାପନ କରିବେ।


ପୁଣି ବାବିଲୀୟ ଲୋକମାନେ ସୁ‌କ୍‌କୋତ୍-ବନୋତ୍ ମିଥ୍ୟା ଦେବତା ତିଆରି କଲେ। ହମାତୀୟ ଲୋକମାନେ ଅଶୀମା ମିଥ୍ୟା ଦେବତା ତିଆରି କଲେ ଓ କୂଥୀୟ ଲୋକମାନେ ମଧ୍ୟ ନେର୍ଗଲ ମିଥ୍ୟା ଦେବତା ମାନ ତିଆରି କଲେ।


ତାହାର ବିପୁଳ ପରିମାଣର ଅଶ୍ୱ ହେତୁ ଧୂଳିରେ ତୁମ୍ଭେ ଆଚ୍ଛାଦିତ ହେବ। ଯେତେବେଳେ ସେମାନେ ତୁମ୍ଭ ନଗର ଦ୍ୱାରରେ ପ୍ରବେଶ କରିବେ, ସେତେବେଳେ ଅଶ୍ୱାରୋହୀଗଣର ଶଗଡ଼ ଓ ରଥ ସମୂହର ଶବ୍ଦରେ ତୁମ୍ଭର ପ୍ରାଚୀର ସବୁ କମ୍ପି ଉଠିବ। ସେମାନେ ପ୍ରବେଶ କରିବେ, କାରଣ ତୁମ୍ଭର ପ୍ରାଚୀରସବୁ ଭଗ୍ନ ହେବ।


Swiv nou:

Piblisite


Piblisite