Biblia Todo Logo
Bib sou entènèt

- Piblisite -




ଯିରିମୀୟ 39:17 - ପବିତ୍ର ବାଇବଲ

17 ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା। ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସେମାନଙ୍କ ହସ୍ତରେ ତୁମ୍ଭେ ସମର୍ପିତ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ମାତ୍ର ସଦାପ୍ରଭୁ କହନ୍ତି, ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ନୋହିବ।

Gade chapit la Kopi

ଓଡିଆ ବାଇବେଲ

17 ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ହେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ମାତ୍ର ସଦାପ୍ରଭୁ କହନ୍ତି, ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ହେବ ନାହିଁ।

Gade chapit la Kopi




ଯିରିମୀୟ 39:17
16 Referans Kwoze  

ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।”


ଯଦିଓ ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ, ସେମାନେ ତୁମ୍ଭକୁ ଜୟ କରି ପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା।” ଏହା ସଦାପ୍ରଭୁ କହନ୍ତି।


ଦାଉଦ ଗା‌‌‌‌ଦ୍‌‌‌‌କୁ କହିଲେ, “ମୁଁ କି ଅସୁବିଧାରେ ପଡ଼ିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତୁ, କିନ୍ତୁ ମଣିଷ ହାତରେ ଦଣ୍ତ ନ ଦିଅନ୍ତୁ।”


ଏହିସବୁ ଘଟିଯିବା ପରେ ସଦାପ୍ରଭୁଙ୍କର ବାକ୍ୟ ଦର୍ଶନରେ ଅବ୍ରାମ ନିକଟକୁ ଆସିଲା। ଏହା କହି, “ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦେବି।”


“ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’


ତହୁଁ ରାଜାଙ୍କ ଆଦେଶରେ ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, “ତୁମ୍ଭେ ଯେଉଁ ପରମେଶ୍ୱରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।”


ଯିରିମିୟଙ୍କ ପ୍ରଗ୍ଭରିତ ବାକ୍ୟ ମତ୍ତନର ପୁତ୍ର ଶଫଟିୟ, ପଶହୂର ପୁତ୍ର ଗଦଲିୟ, ଶେଲିମିୟର ପୁତ୍ର ଯିହଖଲ ଓ ମ‌‌ଲ୍‌‌କିୟର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ।


ଏଲିୟ ଉତ୍ତର କଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚୟ ରାଜାଙ୍କୁ ଆଜି ଦେଖା କରିବି।”


ତେଣୁ ଓବଦିୟ ରାଜା ଆହାବଙ୍କୁ ଏଲିୟଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିୟଙ୍କୁ ସାକ୍ଷାତ କରିବାକୁ ଗଲେ।


ଇଲୀଶାୟ କହିଲେ, “ଭୟ କର ନାହିଁ, କାରଣ ଯେଉଁ ଯୋଦ୍ଧା ଆମ୍ଭ ପାଇଁ ଯୁଦ୍ଧ କରୁଛନ୍ତି, ସେମାନଙ୍କଠାରୁ ଅଧିକ।”


Swiv nou:

Piblisite


Piblisite