Biblia Todo Logo
Bib sou entènèt

- Piblisite -




ଯିରିମୀୟ 38:18 - ପବିତ୍ର ବାଇବଲ

18 ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ୱୀକାର ନ କରିବ, ତେବେ ଏହି ନଗର କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ଏହାକୁ ଦ‌ଗ୍‌ଧ କରିବେ। ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ମାତ୍ର ଯେବେ ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

18 ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍‍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।’”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍‍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।”

Gade chapit la Kopi




ଯିରିମୀୟ 38:18
20 Referans Kwoze  

ଆଉ ମଧ୍ୟ ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ନଗର ନିଶ୍ଚୟ ବାବିଲ ରାଜାଙ୍କ ସୈନ୍ୟ ହସ୍ତରେ ସମର୍ପିତ ହେବ ଓ ସେମାନେ ତାହାକୁ ଅଧିକାର କରିବେ।”


ସେ ଖସିଯିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା’ ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦରେ ପଡ଼ିଯିବ। ଏବଂ ଆମ୍ଭେ ତାକୁ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଦେଶ ବାବିଲକୁ ନେଇଯିବା। ଆଉ ସେ ସେହି ସ୍ଥାନରେ ମରିବ କିନ୍ତୁ ସେ ତାହା ଦେଖି ପାରିବ ନାହିଁ।


ତା'ପରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା: ନେର୍ଗଲଶରେତ୍ସର, ସ‌‌‌ମ୍‌‌‌ଗର-ନବୋ, ଶର୍ସଖୀମ, ରବସାରୀସ୍ ଓ ରବମା‌ଗ୍‌ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମଧ୍ୟମ ଦ୍ୱାରରେ ବସିଲେ।


“ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କ‌‌ଲ୍‌‌ଦୀୟମାନଙ୍କୁ ଦେବେ। ଆଉ ତୁମ୍ଭେ ମଧ୍ୟ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତରେ ଧରାଯିବ। ଆଉ ସେମାନେ ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।”


ପୁଣି କ‌‌ଲ୍‌‌ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହାକୁ ଅଧିକାର କରି ଅଗ୍ନିରେ ଦ‌ଗ୍‌ଧ କରିବେ।’


ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀ‌‌ନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖ‌ଦ୍‌ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା।


ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦ‌ଗ୍‌ଧ କରିବ।’”


“‘ପୁଣି ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲ ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ,” ସଦାପ୍ରଭୁ କହନ୍ତି, “ଆମ୍ଭେ ସେ ଦେଶକୁ ତାହାର ହସ୍ତରେ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭର ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା।


କ‌‌ଲ୍‌‌ଦୀୟମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନିରେ ଦ‌ଗ୍‌ଧ କଲେ। ଆଉ ଯିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।


କିନ୍ତୁ ସେ ବାବିଲର ରାଜା ବିରୁଦ୍ଧରେ ଗଲା। ସେ ତା'ର ବାର୍ତ୍ତାବହମାନଙ୍କୁ ଅଶ୍ୱ ଓ ସୈନ୍ୟ ସାହାଯ୍ୟ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ’ଣ କୃତକାର୍ଯ୍ୟ ହେବ? ଯିଏ ଏପରି କାର୍ଯ୍ୟସବୁ କରେ, ସେ କ’ଣ ରକ୍ଷା ପାଇବ? ଆଉ ସେ ଚୁକ୍ତି ଲଙ୍ଘନ କରି କ’ଣ ଦଣ୍ଡ ପାଇବ ନାହିଁ?”


Swiv nou:

Piblisite


Piblisite