Biblia Todo Logo
Bib sou entènèt

- Piblisite -




ଯିରିମୀୟ 38:14 - ପବିତ୍ର ବାଇବଲ

14 ତତ୍ପରେ ସିଦିକିୟ ରାଜା ଲୋକ ପଠାଇ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ତୃତୀୟ ପ୍ରବେଶ ଦ୍ୱାର ଦେଇ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, “ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଗ୍ଭରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସତ ସତ କହିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏଥି ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋʼଠାରୁ କିଛି ଗୋପନ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

14 ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, “ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋ’ଠାରୁ କିଛି ଗୋପନ କରିବ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, “ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋʼ ଠାରୁ କିଛି ଗୋପନ କରିବ ନାହିଁ।”

Gade chapit la Kopi




ଯିରିମୀୟ 38:14
11 Referans Kwoze  

ତାହାପରେ ସିଦିକିୟ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହରେ ଗୋପନରେ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?” ଯିରିମିୟ ଉତ୍ତର କଲେ, “ହଁ, ସଦାପ୍ରଭୁଙ୍କଠାରୁ ବାର୍ତ୍ତା ଆସିଅଛି। ଆଉ ତୁମ୍ଭେ ବାବିଲ ରାଜା ହସ୍ତରେ ସମର୍ପିତ ହେବ।”


ଆହାବ ପୁଣି ମୀଖାୟକୁ କହିଲେ, “ତୁମ୍ଭେ ତୁମ୍ଭର ନିଜର ବାକ୍ୟ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମୋତେ ତୁମ୍ଭକୁ ଏହା କହିବାକୁ ପଡ଼ିବ? ସଦାପ୍ରଭୁଙ୍କଠାରୁ ସତ କୁହ।”


ପୁଣି ତୁମ୍ଭେମାନେ ନିଜ ନିଜ ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା ପାଳନ କରିବୁ।’


ରାଜା ମୀଖାୟଙ୍କୁ କହିଲେ, “କେବଳ ସଦାପ୍ରଭୁଙ୍କ ନାମରେ ସତ କହିବାକୁ କେତେଥର ମୋତେ ତୁମ୍ଭମାନଙ୍କୁ ଶପଥ କରାଇବା ପାଇଁ ପଡ଼ୁଛି?”


ଆଉ ବିଶ୍ରାମ ସଭା ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ବର୍ହିଦ୍ୱାର କରିଥିଲେ ତାହା ସେ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁ ନେଇଗଲେ।


ରାଣୀ ରାଜାଙ୍କର ଟେବୁଲରେ ଭିନ୍ନ ଖାଦ୍ୟଦ୍ରବ୍ୟ, ରାଜାଙ୍କର ଅଧିକାରୀଗଣ, ସେମାନଙ୍କର ସେବା, ସେମାନଙ୍କ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିରରେ ରାଜା ଉତ୍ସର୍ଗ କରିଥିବା ନୈବେଦ୍ୟ ଦେଖି ‘ସ୍ତମ୍ଭିଭୁତ ହୋଇଗଲେ।’


ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।


ରାଜା ଦାଉଦ ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭକୁ କେତେକ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା'ର ଉତ୍ତର ଦେବ।” ସ୍ତ୍ରୀଲୋକଟି କହିଲା, “ହେ ମୋର ପ୍ରଭୁ, ଆପଣଙ୍କର ପ୍ରଶ୍ନ ପଗ୍ଭରନ୍ତୁ।”


Swiv nou:

Piblisite


Piblisite