Biblia Todo Logo
Bib sou entènèt

- Piblisite -




ଯିରିମୀୟ 37:20 - ପବିତ୍ର ବାଇବଲ

20 କିନ୍ତୁ ବର୍ତ୍ତମାନ ହେ ମୋର ପ୍ରଭୁ, ମହାରାଜ, ମୋର ଅନୁରୋଧ ରକ୍ଷାକରି ମୋର କଥା ଶ୍ରବଣ କରନ୍ତୁ, ଆପଣ ଯୋନାଥନ୍ ଲେଖକର ଗୃହକୁ ମୋତେ ପୁନର୍ବାର ପଠାନ୍ତୁ ନାହିଁ। ତାହାହେଲେ ସେଠାରେ ମୁଁ ମରିଯିବି। ମୁଁ ନିବେଦନ କରୁଛି, ମୋର ଏହି ଅନୁରୋଧ ଆପଣଙ୍କ ଛାମୁରେ ଗ୍ରାହ୍ୟ ହେଉ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଏବେ ହେ ମୋର ପ୍ରଭୁ, ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ; ଆପଣ ଯୋନାଥନ୍ ଲେଖକର ଗୃହକୁ ମୋତେ ଫେରି ନ ପଠାଉନ୍ତୁ, ନୋହିଲେ ମୁଁ ସେଠାରେ ମରିଯିବି; ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ।

Gade chapit la Kopi

ଓଡିଆ ବାଇବେଲ

20 ଏବେ ହେ ମୋର ପ୍ରଭୁ, ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ; ଆପଣ ଯୋନାଥନ ଲେଖକର ଗୃହକୁ ମୋତେ ଫେରି ନ ପଠାଉନ୍ତୁ, ନୋହିଲେ ମୁଁ ସେଠାରେ ମରିଯିବି; ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଏବେ ହେ ମୋର ପ୍ରଭୁ, ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ; ଆପଣ ଯୋନାଥନ ଲେଖକର ଗୃହକୁ ମୋତେ ଫେରି ନ ପଠାଉନ୍ତୁ, ନୋହିଲେ ମୁଁ ସେଠାରେ ମରିଯିବି; ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ।”

Gade chapit la Kopi




ଯିରିମୀୟ 37:20
10 Referans Kwoze  

ସେମାନେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତରେ ନିଜ ନିଜର ବିନତି ଜଣାଇବେ ଓ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ଭୟଙ୍କର କ୍ରୋଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।”


ସେହି ସମୟରେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନୟ କଲି। ତା’ ନ ହେଲେ ମୁଁ ସେଠାରେ ମରିଯିବି।’”


ତୁମ୍ଭେମାନେ ଯଦି ମୋତେ ବଧ କରିବ, ତେବେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”


ତେଣୁ ଯିରୁଶାଲମ ଅଧିକୃତ ହେବା ପର୍ଯ୍ୟନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।


ସେ ସମସ୍ତ ଲୋକ ତାଙ୍କୁ କହିଲେ, “ହେ ଯିରିମିୟ, ଆମ୍ଭେମାନେ ତୁମ୍ଭକୁ ନିବେଦନ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭେମାନେ ଅନେକ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।


ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।


Swiv nou:

Piblisite


Piblisite