Biblia Todo Logo
Bib sou entènèt

- Piblisite -




ଯିରିମୀୟ 37:17 - ପବିତ୍ର ବାଇବଲ

17 ତାହାପରେ ସିଦିକିୟ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହରେ ଗୋପନରେ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?” ଯିରିମିୟ ଉତ୍ତର କଲେ, “ହଁ, ସଦାପ୍ରଭୁଙ୍କଠାରୁ ବାର୍ତ୍ତା ଆସିଅଛି। ଆଉ ତୁମ୍ଭେ ବାବିଲ ରାଜା ହସ୍ତରେ ସମର୍ପିତ ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି? ତହିଁରେ ଯିରିମୀୟ କହିଲେ, ଆସିଅଛି। ସେ ଆହୁରି କହିଲେ, ଆପଣ ବାବିଲ-ରାଜାର ହସ୍ତରେ ସମର୍ପିତ ହେବେ।

Gade chapit la Kopi

ଓଡିଆ ବାଇବେଲ

17 ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି ?” ତହିଁରେ ଯିରିମୀୟ କହିଲେ, “ଆସିଅଛି।” ସେ ଆହୁରି କହିଲେ, “ଆପଣ ବାବିଲର ରାଜାର ହସ୍ତରେ ସମର୍ପିତ ହେବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?” ତହିଁରେ ଯିରିମୀୟ କହିଲେ, “ଆସିଅଛି। ସେ ଆହୁରି କହିଲେ, ଆପଣ ବାବିଲର ରାଜାର ହସ୍ତରେ ସମର୍ପିତ ହେବେ।”

Gade chapit la Kopi




ଯିରିମୀୟ 37:17
25 Referans Kwoze  

ଏସବୁ ଘଟିଲା ପରେ’” ସଦାପ୍ରଭୁ କହନ୍ତି, “‘ଆମ୍ଭେ ଯିହୁଦା ରାଜା ସିଦିକିୟଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କ ହସ୍ତରେ, ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ଆଉ ସେମାନେ ସେମାନଙ୍କୁ ଦୟା, କରୁଣା ଓ କ୍ଷମା ନ କରି ‌‌ଖ‌ଡ଼୍‌ଗରେ ବଧ କରିବେ।’


ତେଣୁ ରାଜା ସିଦିକିୟ ସେହି ଅଧିପତିମାନଙ୍କୁ କହିଲେ, “ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନରେ ଅଛି। ତୁମ୍ଭେମାନେ ତା’ ବିରୁଦ୍ଧରେ ଯାହା କରିବ ମୁଁ ବାରଣ କରିବି ନାହିଁ।”


ପୁଣି ସିଦିକିୟ ରାଜା ଶେଲିମିୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଏକ ବାର୍ତ୍ତା ଦେଇ ପଠାଇଲେ। ସେମାନେ ଯିରିମିୟଙ୍କୁ ବିନୟ କରି କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”


“ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା।


ଆହାବ ପୁଣି ମୀଖାୟକୁ କହିଲେ, “ତୁମ୍ଭେ ତୁମ୍ଭର ନିଜର ବାକ୍ୟ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମୋତେ ତୁମ୍ଭକୁ ଏହା କହିବାକୁ ପଡ଼ିବ? ସଦାପ୍ରଭୁଙ୍କଠାରୁ ସତ କୁହ।”


ହେରୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହେରୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହେରୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ ହେରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।


ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।


ତା'ପରେ ମୀଖାୟ ରାଜାଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ ରାଜା ଆହାବ ତାଙ୍କୁ ପଗ୍ଭରିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯିବା ଉଚିତ୍ କି କ୍ଷାନ୍ତ ହେବା ଉଚିତ୍?” ତହୁଁ ମୀଖାୟ ଉତ୍ତର କଲେ, “ଆପଣ ଯୁଦ୍ଧ କରନ୍ତୁ ସଦାପ୍ରଭୁ ଆପଣଙ୍କୁ ଜୟ କରାଇବେ।”


ମାତ୍ର କ‌‌ଲ୍‌‌ଦୀୟମାନେ ରାଜା ସିଦିକିୟଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିୟଙ୍କ ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାଇଲେ।


ଗୋଟିଏ ବିପର୍ଯ୍ୟୟ ପରେ ଆଉ ଗୋଟିଏ ବିପର୍ଯ୍ୟୟ ଘଟିବ ଓ ଜନରବ ଉପରେ ଜନରବ ହେବ। ତେଣୁ ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତାର ନିକଟରୁ ଦର୍ଶନର ଚେଷ୍ଟା କରିବ। କିନ୍ତୁ ଯାଜକମାନଙ୍କର ଶିକ୍ଷା ଓ ପ୍ରାଚୀନ ଲୋକମାନଙ୍କର ଜ୍ଞାନ ଲୋପ ପାଇବ।


ତହୁଁ ସେ ବାଲାକ୍ ନିକଟକୁ ଫେରି ଆସିଲେ ଏବଂ ତାକୁ ନିଜର ଯଜ୍ଞବେଦି ନିକଟରେ ଛିଡ଼ା ହୋଇଥିବାର ଦେଖିଲେ। ମୋୟାବର କୁଳୀନମାନେ ମଧ୍ୟ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କ’ଣ କହିଲେ?”


ସେମାନେ ସିଦିକିୟଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖରେ ବଧ କଲେ। ତା'ପରେ ସେମାନେ ସିଦିକିୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ ଓ ତାଙ୍କୁ ଶୃଙ୍ଖଳରେ ବାନ୍ଧି ବାବିଲକୁ ନେଇ ଗଲେ।


ପୁଣି ମେଷପାଳକଗଣ ପଳାୟନ କରି ଲୁଚି ପାରିବେ ନାହିଁ। ସେମାନଙ୍କର ଅଧିପତିଗଣ ରକ୍ଷା ପାଇବେ ନାହିଁ।


Swiv nou:

Piblisite


Piblisite