Biblia Todo Logo
Bib sou entènèt

- Piblisite -




ଯିରିମୀୟ 37:10 - ପବିତ୍ର ବାଇବଲ

10 ହେ ଯିରୁଶାଲମ ନିବାସୀ, ତୁମ୍ଭେମାନେ କ‌‌ଲ୍‌‌ଦୀୟର ସମୁଦାୟ ସୈନ୍ୟଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ୟମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ହେଁ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ଵୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।

Gade chapit la Kopi

ଓଡିଆ ବାଇବେଲ

10 ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”

Gade chapit la Kopi




ଯିରିମୀୟ 37:10
15 Referans Kwoze  

ସଦାପ୍ରଭୁ ଉଚ୍ଚ ସ୍ୱରରେ ତାଙ୍କର ସୈନ୍ୟବାହିନୀକୁ ଆହ୍ୱାନ କରନ୍ତି। ତାଙ୍କର ଶିବୀର ଅତି ବିରାଟ। ସେହି ସୈନ୍ୟଗଣ ତାଙ୍କର ଆଦେଶକୁ ପାଳନ କରନ୍ତି। ସେମାନେ ଅତି ଶକ୍ତିଶାଳୀ। ସଦାପ୍ରଭୁଙ୍କର ସେହି ଦିନଟି ଅତି ମହାନ ଓ ଭୟଙ୍କର। କେହି ତାକୁ ଅଟକାଇ ପାରିବେ ନାହିଁ।


ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ କ‌‌ଲ୍‌‌ଦୀୟମାନଙ୍କ ବିପକ୍ଷରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ। ଲୋକମାନେ ସେମାନଙ୍କ ପଲର ଛୁଆମାନଙ୍କୁ ଟାଣି ନେଇଯିବେ। ସେମାନଙ୍କର ଚରାଭୂମି ଓ ନିବାସସ୍ଥାନ ଶୂନ୍ୟ ହୋଇଯିବ।


ଜଣେ ବ୍ୟକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାୟନ କରିବେ। ପାଞ୍ଚ ଜଣଙ୍କ ଧମକରେ ତୁମ୍ଭେମାନେ ସମସ୍ତେ ପଳାୟନ କରିବ। କେବଳ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡସ୍ୱରୂପ ହୋଇ ଅବଶିଷ୍ଟ ରହିବ।


ବାବିଲର ସୈନ୍ୟମାନେ କ‌‌ଲ୍‌‌ଦୀୟ ଦେଶରେ ମୃତ୍ୟୁବରଣ କରିବେ ଓ ରାଜପଥରେ ଆହତ ହୋଇପଡ଼ିବେ।”


ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚୟ ସେମାନଙ୍କୁ ଓ ପଲର ଛୁଆମାନଙ୍କୁ ଟାଣି ନେଇଯିବେ। ଯାହା ଘଟିଗଲା ପ୍ରତ୍ୟେକ ବ୍ୟକ୍ତି ସେଥିରେ ଚକିତ ହୋଇଯିବେ।


ପୁଣି କ‌‌ଲ୍‌‌ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହାକୁ ଅଧିକାର କରି ଅଗ୍ନିରେ ଦ‌ଗ୍‌ଧ କରିବେ।’


ମାତ୍ର ତୁମ୍ଭେ ଦୁଷ୍ଟାଗ୍ଭରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହୋଇଛ। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ୟୁତ ହୋଇ ବାହାରେ ନିକ୍ଷିପ୍ତ ହେଲାପରି ଏବଂ ଯୁଦ୍ଧରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ୟମାନଙ୍କ ଦ୍ୱାରା ପଦଦଳିତ ହେଲାପରି ତୁମ୍ଭେ ହେବ। ବର୍ତ୍ତମାନ ତୁମ୍ଭେ ମୃତ୍ୟୁ ବସ୍ତ୍ରରେ ଆଚ୍ଛାଦିତ ହୋଇ ନିଜ କବର ବାହାରେ ପଡ଼ି ରହିଛ।


ମାତ୍ର ଶତ୍ରୁଗଣ ବାବିଲନୀୟଙ୍କ ପଶ୍ଚା‌‌‌ତ୍‌‌‌ଧାବନ କରିବେ ଓ ଯେତେବେଳେ ସେମାନଙ୍କୁ ଧରିବେ ‌‌ଖ‌ଡ଼୍‌ଗରେ ସେମାନଙ୍କୁ ହତ୍ୟା କରିବେ।


ତୁମ୍ଭେ ଜଣେ ବନ୍ଦୀଲୋକ ପରି ମୁଣ୍ଡ ନୁଆଁଇବ। ଜଣେ ମୃତଲୋକ ପରି ପଡ଼ିରହିବ। ମାତ୍ର ତାହା ତୁମ୍ଭକୁ ସାହାଯ୍ୟ କରିବ ନାହିଁ। ପରମେଶ୍ୱର ତଥାପି କ୍ରୋଧାନ୍ୱିତ ରହିବେ। ସେ ତଥାପି ତୁମ୍ଭକୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ।


ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦ‌ଗ୍‌ଧ କରିବ।’”


ଆଉ କ‌‌ଲ୍‌‌ଦୀୟମାନେ ଏହି ନଗର ବିରୁଦ୍ଧରେ ସେମାନଙ୍କର ଆକ୍ରମଣ ଆରମ୍ଭ କରିଦେଇଛନ୍ତି, ସେମାନେ ଖୁବଶୀଘ୍ର ଏହି ନଗରରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ‌ବା‌ଲ୍‌ଦେବ ପାଇଁ ନୈବେଦ୍ୟ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କ୍ରୋଧିତ କରିବା ପାଇଁ ଅନ୍ୟ ଦେବତାମାନଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କଲ, ସେମାନେ ସେହିସବୁ ଗୃହଗୁଡ଼ିକୁ ଦ‌ଗ୍‌ଧ କରିବେ।


ଯେତେବେଳେ କ‌‌ଲ୍‌‌ଦୀୟମାନେ ଫାରୋର ସୈନ୍ୟମାନଙ୍କ ଭୟରେ ଯିରୁଶାଲମରୁ ଗ୍ଭଲି ଯାଇଥିଲେ,


“ସଦାପ୍ରଭୁ ମଝିରେ ଛିଡ଼ା ହୋଇଥିବା ଯୋଦ୍ଧାମାନଙ୍କୁ ପଠେଇ ଦେଇଛନ୍ତି। ସଦାପ୍ରଭୁ ମୋର ଯୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପେଷଣ କରିଅଛନ୍ତି।


Swiv nou:

Piblisite


Piblisite