Biblia Todo Logo
Bib sou entènèt

- Piblisite -




ଯିରିମୀୟ 36:8 - ପବିତ୍ର ବାଇବଲ

8 ତେଣୁ ନେରିୟର ପୁତ୍ର ବାରୂକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କର କହିବାନୁସାରେ ସମସ୍ତ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ପାଠ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତହିଁରେ ନେରୀୟର ପୁତ୍ର ବାରୂକ ଯିରିମୀୟ ଭବିଷ୍ୟଦ୍-ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା।

Gade chapit la Kopi

ଓଡିଆ ବାଇବେଲ

8 ତହିଁରେ ନେରୀୟର ପୁତ୍ର ବାରୂକ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତହିଁରେ ନେରୀୟର ପୁତ୍ର ବାରୂକ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା।

Gade chapit la Kopi




ଯିରିମୀୟ 36:8
9 Referans Kwoze  

“ଏଣୁ ତୁମ୍ଭ ବିଷୟରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ। ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସେମାନଙ୍କୁ କୁହ। ସେମାନଙ୍କ ପାଇଁ ଉ‌‌ଦ୍‌‌ବିଗ୍ନ ହୁଅ ନାହିଁ। ତୁମ୍ଭେ ସେମାନଙ୍କ ପାଇଁ ଭୟଭୀତ ହେଲେ ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉ‌‌ଦ୍‌‌ବିଗ୍ନ କରିବା।


ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧ୍ୟରେ ସେ ଯେପରି ସ୍ୱଚ୍ଛନ୍ଦରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋଯୋଗୀ ହୁଅ। ମୋ’ ଭଳି ସେ ମଧ୍ୟ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି।


ତା'ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯଦି କେହି ଲୋକ ମୋର ଅନୁସରଣ କରିବାକୁ ଇଚ୍ଛା କରୁଛି, ତେବେ ସେ ନିଜ ବିଷୟରେ ଭୁଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କ୍ରୁଶ ବହନ କରୁ, ତା'ପରେ ସେ ମୋର ଅନୁସରଣ କରିବା ଉଚିତ୍।


ତେଣୁ ଯିରିମିୟ ନେରିୟର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ୟ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ।


ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।


ପୁଣି ମୋ’ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ, କ୍ରୟପତ୍ରର ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରିୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି।


ତେଣୁ ତୁମ୍ଭେ ଯାଅ ଓ ମୋ’ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିରରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କର। ଆଉ ମଧ୍ୟ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର।


Swiv nou:

Piblisite


Piblisite