Biblia Todo Logo
Bib sou entènèt

- Piblisite -




ଯିରିମୀୟ 36:6 - ପବିତ୍ର ବାଇବଲ

6 ତେଣୁ ତୁମ୍ଭେ ଯାଅ ଓ ମୋ’ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିରରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କର। ଆଉ ମଧ୍ୟ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏଣୁ ତୁମ୍ଭେ ଯାଅ, ପୁଣି ମୋʼ ମୁଖରୁ ଶୁଣି ଯାହା ଯାହା ଏହି ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ-ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର; ମଧ୍ୟ ଆପଣା ଆପଣା ନଗରରୁ ଆଗତ ଯିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ।

Gade chapit la Kopi

ଓଡିଆ ବାଇବେଲ

6 ଏଣୁ ତୁମ୍ଭେ ଯାଅ, ପୁଣି ମୋ’ ମୁଖରୁ ଶୁଣି ଯାହା ଯାହା ଏହି ନଳାକାର ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର; ମଧ୍ୟ ଆପଣା ଆପଣା ନଗରରୁ ଆଗତ ଯିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଣୁ ତୁମ୍ଭେ ଯାଅ, ପୁଣି ମୋʼ ମୁଖରୁ ଶୁଣି ଯାହା ଯାହା ଏହି ନଳାକାର ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର; ମଧ୍ୟ ଆପଣା ଆପଣା ନଗରରୁ ଆଗତ ଯିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ।

Gade chapit la Kopi




ଯିରିମୀୟ 36:6
13 Referans Kwoze  

ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସେମାନଙ୍କୁ ଆମ୍ଭର ଆଜ୍ଞାନୁସାରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ।


‘ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ଓ ତୁମ୍ଭର ଦାସଗଣ ଏହିସବୁ ଫାଟକ ଦେଇ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଶୁଣ।


ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ୱାରଦେଶରେ ଠିଆ ହୋଇ ସେଠାରେ ଏହିକଥା ପ୍ରଗ୍ଭର କରି କୁହ। “‘ହେ ଯିହୁଦାର ଲୋକମାନେ, ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଆସୁଛ। ତୁମ୍ଭେମାନେ ସେତେବେଳେ ସଦାପ୍ରଭୁଙ୍କର ଏହି ବାକ୍ୟ ଶୁଣ।


ଏହିପରି ବହୁତ ସମୟ ବିତିଗଲା। ସେତେବେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହୋଇ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହୋଇ ଆସୁଥିଲା। ତେଣୁ ପାଉଲ ସେମାନଙ୍କୁ ସାବଧାନ କରେଇ କହିଲେ, “ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହେବ।


ତା'ପରେ ଯିରିମିୟ ତୋଫ‌‌‌ତ୍‌‌‌ର ସେହି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣାରେ ଛିଡ଼ା ହୋଇଥିବା ସମସ୍ତଙ୍କୁ ଏହା କହିଥିଲେ।


“ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମ ନିବାସୀଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେର ଓ ଆପଣା ଆପଣା ପଥ ସଂଶୋଧନ କରି ସୁକର୍ମ କର।’


“ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ।


ତେଣୁ ଯିରିମିୟ ନେରିୟର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ୟ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ।


ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମୟ ଦିନ ହେବ। ତାହା ବିଜୟ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହେବ। ସେଥିପାଇଁ ତୁମ୍ଭେମାନେ ନିଶ୍ଚୟ ସତ୍ୟ ଓ ଶାନ୍ତିକୁ ପ୍ରେମ କରିବ।”


Swiv nou:

Piblisite


Piblisite