Biblia Todo Logo
Bib sou entènèt

- Piblisite -




ଯିରିମୀୟ 36:21 - ପବିତ୍ର ବାଇବଲ

21 ଏଣୁ ରାଜା ଯିହୋୟାକୀମ୍ ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା'ପରେ ଯିହୁଦୀ ରାଜା ଓ ରାଜାଙ୍କ ଗ୍ଭରି ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତହୁଁ ରାଜା ପୁସ୍ତକ ଆଣିବା ପାଇଁ ଯିହୁଦିକୁ ପଠାନ୍ତେ, ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲା। ପୁଣି, ଯିହୁଦି ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।

Gade chapit la Kopi

ଓଡିଆ ବାଇବେଲ

21 ତହୁଁ ରାଜା ନଳାକାର ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାନ୍ତେ, ସେ ଇଲୀଶାମା ଲେଖକର କୋଠରିରୁ ତାହା ଆଣିଲା। ପୁଣି, ଯିହୁଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତହୁଁ ରାଜା ନଳାକାର ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାନ୍ତେ, ସେ ଇଲୀଶାମା ଲେଖକର କୋଠରିରୁ ତାହା ଆଣିଲା। ପୁଣି, ଯିହୁଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।

Gade chapit la Kopi




ଯିରିମୀୟ 36:21
7 Referans Kwoze  

ତା'ପରେ ଶାଫନ୍ ଲେଖକ ରାଜାଙ୍କୁ କହିଲେ, “ମହାଯାଜକ ହି‌ଲ୍‌‌‌କିୟ ଏହି ପୁସ୍ତକ ମୋତେ ଦେଇଛନ୍ତି।” ତା'ପରେ ଶାଫନ୍ ରାଜାଙ୍କ ସାକ୍ଷାତରେ ତାହା ପାଠ କଲା।


ଏହା ପରେ ଶାଫନ୍ ଯିଏ କି ସମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, “ଯାଜକ ହି‌ଲ୍‌‌‌କିୟ ମୋତେ ଏକ ପୁସ୍ତକ ଦେଇଛନ୍ତି।” ଏହା ପରେ ଶାଫନ୍ ସେହି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ।


ତା'ପରେ ସେହି ଅଧିପତିଗଣ ବାରୂକକୁ କହିଲେ, “ଏଠାରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ତେଣୁ ବାରୂକ ସେମାନଙ୍କ ସମ୍ବନ୍ଧରେ ତାହା ପାଠ କଲେ।


ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସେମାନଙ୍କୁ ଆମ୍ଭର ଆଜ୍ଞାନୁସାରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ।


ଶସ୍ୟ ସହିତ ପାଳ ସମାନ ନୁହେଁ। ଦେହିପରି ଯେଉଁ ଭବିଷ୍ୟ‌ଦ୍‌ବକ୍ତାଗଣ ଆମ୍ଭର ସ୍ୱପ୍ନ ଦେଖିଛନ୍ତି, ସେମାନେ ସେ ସ୍ୱପ୍ନକଥା ପ୍ରକାଶ କରନ୍ତୁ। ଯଦି ସେମାନେ ଆମ୍ଭର ବାକ୍ୟ ପାଇଛନ୍ତି ତେବେ ସେମାନେ ବିଶ୍ୱସ୍ତ ଭାବରେ ତାହା କୁହନ୍ତୁ।”


ତାହାପରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶେଲିମିୟର ପୌତ୍ର, ନଥନିୟର ପୁତ୍ର ଯିହୁଦୀକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, “ତାହା ନେଇ ଏଠାକୁ ଆସ।” ତା'ପରେ ନେରିୟର ପୁତ୍ର ବାରୂକ ଚିଟାଉ ନେଇ ସେମାନଙ୍କ ନିକଟକୁ ଗଲା।


Swiv nou:

Piblisite


Piblisite