Biblia Todo Logo
Bib sou entènèt

- Piblisite -




ଯିରିମୀୟ 36:12 - ପବିତ୍ର ବାଇବଲ

12 ସେତେବେଳେ ସେ ସଦାପ୍ରଭୁଙ୍କ ବାକ୍ୟ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକୁ ଗଲା, ସେତେବେଳେ ସେ ସ୍ଥାନରେ ସମସ୍ତ ଅଧିପତି, ଯଥା: ଇଲୀଶାମା ଲେଖକ, ଶମୟିୟର ପୁତ୍ର ଦଲୟିୟ, ଅକବୋରର ପୁତ୍ର ଇ‌‌ଲ୍‌‌ନାଥନ୍, ଶାଫନର ପୁତ୍ର ଗମରିୟ ଓ ହନାନିୟର ପୁତ୍ର ସିଦିକିୟ ଉପବିଷ୍ଟ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକି ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟୀୟ, ଅକବୋରର ପୁତ୍ର ଇଲନାଥନ୍, ଶାଫନର ପୁତ୍ର ଗମରୀୟ,ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।

Gade chapit la Kopi

ଓଡିଆ ବାଇବେଲ

12 ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍‍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକବୋରର ପୁତ୍ର ଇଲ୍‍ନାଥନ୍‍, ଶାଫନ୍‍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍‍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକ୍‍ବୋରର ପୁତ୍ର ଇଲ୍‍ନାଥନ୍‍, ଶାଫନ୍‍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।

Gade chapit la Kopi




ଯିରିମୀୟ 36:12
13 Referans Kwoze  

ମାତ୍ର ରାଜା ଯିହୋୟାକୀମ୍ ଅକବୋରର ପୁତ୍ର ଇ‌‌ଲ୍‌‌ନାଥ‌‌‌ନ୍‌‌‌କୁ ଓ ତାଙ୍କ ସହିତ ଅନ୍ୟ କେତେକ ଲୋକଙ୍କୁ ମିଶରକୁ ପଠାଇଲା।


ଆଉ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇ‌‌ଲ୍‌‌ନାଥନ୍, ଦଲାୟ ଓ ଗମରିୟ ତାହାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ।


ତା'ପରେ ରାଜା ହି‌ଲ୍‌‌‌କିୟ ଯାଜକକୁ, ଶାଫ‌ନ୍‌ର ପୁତ୍ର ଅହୀକାମକୁ, ମିଖାୟର ପୁତ୍ର ଅ‌କ୍‌ବୋରକୁ, ଶାଫନ୍ ସମ୍ପାଦକ ଓ ଅସାୟ ନାମକ ରାଜ ଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ।


ଅନନ୍ତର ସପ୍ତମ ମାସରେ ରାଜବଂଶୀ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇ‌ଶ୍‌ମାୟେଲ ଦଶ ଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିୟ ନିକଟକୁ ମି‌‌ସ୍‌‌ପାକୁ ଆସିଲେ। ସେମାନେ ସେଠାରେ ଗଦଲିୟ ସହିତ ଏକତ୍ର ଭୋଜନ କଲେ।


ଯିହୋୟାଖୀନ୍ ଅଷ୍ଟାଦଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ମାତ୍ର ତିନି ମାସ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ଯିରୁଶାଲମ ନିବାସୀ ଇ‌ଲ୍‌‌‌ନାଥ‌ନ୍‌ର କନ୍ୟା।


ଏଣୁ ହି‌ଲ୍‌‌‌କିୟ ଯାଜକ, ଅହୀକାମ୍, ଅ‌କ୍‌ବୋର, ଶାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତି‌କ୍‌ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲଦା ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଗଲେ। ଯିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ଯିରୁଶାଲମର ଦ୍ୱିତୀୟ କୋଠରୀରେ ବାସ କରୁଥିଲା। ସେମାନେ ତା’ ସହିତ କଥାବାର୍ତ୍ତା ହେଲେ।


ଯୋଶିୟ ତାଙ୍କ ରାଜତ୍ୱର ଅଷ୍ଟାଦଶ ବର୍ଷରେ ମଶୁଲ୍ଲମର ପୌତ୍ର, ଅ‌ତ୍‌ସଲିୟର ପୁତ୍ର ଶାଫନ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ।


ତେଣୁ ସେହି ଅଧିପତିଗଣ ରାଜାଙ୍କୁ କହିଲେ, “ଆମ୍ଭେମାନେ ଅନୁରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ୟୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଗ୍ଭହୁଁ ନାହିଁ, ବରଂ ସେମାନଙ୍କର ଅମଙ୍ଗଳ ଗ୍ଭହୁଁଛି।”


ଅନନ୍ତର ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ।


ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।


Swiv nou:

Piblisite


Piblisite