Biblia Todo Logo
Bib sou entènèt

- Piblisite -




ଯିରିମୀୟ 34:21 - ପବିତ୍ର ବାଇବଲ

21 ପୁଣି ଯିହୁଦାର ରାଜା ସିଦିକିୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ଆଉ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠିଯାଇ ଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।

Gade chapit la Kopi

ଓଡିଆ ବାଇବେଲ

21 ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।’”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।

Gade chapit la Kopi




ଯିରିମୀୟ 34:21
16 Referans Kwoze  

ବାବିଲ ରାଜା ରି‌‌‌ବ୍‌‌‌ଲାରେ ସିଦିକିୟର ସମ୍ମୁଖରେ ସିଦିକିୟର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ୟ ତାଙ୍କର ଅଧିପତିଙ୍କୁ ବଧ କଲେ।


ସଦାପ୍ରଭୁ ମୋର ପ୍ରଭୁ, ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲରେ ମୃତ୍ୟୁବରଣ କରିବ, ଯେହେତୁ ସେ ରାଜା ବିରୁଦ୍ଧରେ ବିଦ୍ରୋହ କଲା, ଯିଏ ତାକୁ ସିଂହାସନରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ।


ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସମ୍ମୁଖରେ ବଧ କଲା। ଆଉ ମଧ୍ୟ ଯିହୁଦାର ସମସ୍ତ ଅଧିପତିଙ୍କୁ ରି‌‌‌ବ୍‌‌‌ଲାରେ ବଧ କଲା।


ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ୟ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ୱାସସ୍ୱରୂପ ଥିଲେ। ଆମ୍ଭେମାନେ କହୁଥିଲୁ, “ତାଙ୍କର ଛାୟାତଳେ ଆମ୍ଭେମାନେ ବଞ୍ଚିବା ଓ ସେ ଗୋଷ୍ଠୀୟମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ।” ମାତ୍ର ସଦାପ୍ରଭୁଙ୍କ ସେହି ଅଭିଷିକ୍ତ ଲୋକ ସେମାନଙ୍କ ଦ୍ୱାରା ଗର୍ତ୍ତରେ ଧରାଗଲେ।


ଆଉ ଯିହୁଦାର ରାଜା ସିଦିକିୟ କ‌‌ଲ୍‌‌ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜାର ହସ୍ତରେ ସମର୍ପିତ ହେବ ଓ ସମ୍ମୁଖା-ସମ୍ମୁଖୀ ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ସେ ତାହା ଦେଖିବ।


ତା'ପରେ ସେମାନେ ରାଜାଙ୍କୁ ଧରି ରି‌ବ୍‌ଲାରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସେମାନେ ତାଙ୍କୁ ଦଣ୍ତ ଦେବାକୁ ସ୍ଥିର କଲେ।


ହେ ଯିହୋୟାକୀନ୍, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ ଅର୍ଥାତ୍ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କ ହସ୍ତରେ ଓ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା।


ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା।


ସଦାପ୍ରଭୁ ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକିୟକୁ ତାହାର ପ୍ରାଣ ନାଶକାରୀ ଶତ୍ରୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲୁ,’ ସେହିପରି, ‘ଆମ୍ଭେ ମିଶରର ରାଜା ଫାରୋ-ହଫ୍ରାକୁ ତାହାର ପ୍ରାଣନାଶକାରୀ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବା।’”


ମାତ୍ର କ‌‌ଲ୍‌‌ଦୀୟମାନେ ରାଜା ସିଦିକିୟଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିୟଙ୍କ ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାଇଲେ।


“ତୁମ୍ଭେ ସେହି ବିଦ୍ରୋହୀ ଜାତିକୁ କୁହ, ଇସ୍ରାଏଲ ତୁମ୍ଭେ କ’ଣ ଏସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ୟଗଣଙ୍କୁ ଆପଣାର ନ୍ୟାୟାଳୟ ବାବିଲକୁ ନେଇଗଲା।


ମୁଁ ମୋର ଜାଲ ବିଛାଇବି ଓ ତାକୁ ଫାଶରେ ପକାଇ ବାବିଲକୁ ନେଇଯିବି ଏବଂ ମୁଁ ସେଠାରେ ତା'ର ବିଗ୍ଭର କରିବି। କାରଣ ସେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲା।


Swiv nou:

Piblisite


Piblisite