Biblia Todo Logo
Bib sou entènèt

- Piblisite -




ଯିରିମୀୟ 34:2 - ପବିତ୍ର ବାଇବଲ

2 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ହେ ଯିରିମିୟ, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକିୟଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତରେ ଯିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନିରେ ଦ‌ଗ୍‌ଧ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକୀୟର ସଙ୍ଗେ ଆଳାପ କରି ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲ ରାଜାର ହସ୍ତରେ ଏହି ନଗର ସମର୍ପଣ କରିବା, ତହିଁରେ ସେ ଅଗ୍ନିରେ ତାହା ଦଗ୍ଧ କରିବ।

Gade chapit la Kopi

ଓଡିଆ ବାଇବେଲ

2 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକୀୟର ସଙ୍ଗେ ଆଳାପ କରି ତାହାକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ବାବିଲ ରାଜାର ହସ୍ତରେ ଏହି ନଗର ସମର୍ପଣ କରିବା, ତହିଁରେ ସେ ଅଗ୍ନିରେ ତାହା ଦଗ୍ଧ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକୀୟର ସଙ୍ଗେ ଆଳାପ କରି ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲ ରାଜାର ହସ୍ତରେ ଏହି ନଗର ସମର୍ପଣ କରିବା, ତହିଁରେ ସେ ଅଗ୍ନିରେ ତାହା ଦଗ୍ଧ କରିବ।

Gade chapit la Kopi




ଯିରିମୀୟ 34:2
14 Referans Kwoze  

ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦ‌ଗ୍‌ଧ କରିବ।’”


ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସେମାନଙ୍କୁ ଆମ୍ଭର ଆଜ୍ଞାରେ ଏହି ନଗରକୁ ଅଣାଇବା। ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନିରେ ଦ‌ଗ୍‌ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ୟ କରି ଧ୍ୱଂସ ସ୍ତୁପରେ ପରିଣତ କରିବା।”


ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା।


କ‌‌ଲ୍‌‌ଦୀୟମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନିରେ ଦ‌ଗ୍‌ଧ କଲେ। ଆଉ ଯିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।


“ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କ‌‌ଲ୍‌‌ଦୀୟମାନଙ୍କୁ ଦେବେ। ଆଉ ତୁମ୍ଭେ ମଧ୍ୟ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତରେ ଧରାଯିବ। ଆଉ ସେମାନେ ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।”


‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସବୁ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କ‌‌ଲ୍‌‌ଦୀୟମାନଙ୍କ ସହିତ ପ୍ରାଚୀର ବାହାରେ ଯୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା। “‘ଖୁବ୍ ଶୀଘ୍ର ପ୍ରାଚୀର ବାହାରେ ଥିବା ଶତ୍ରୁଗଣଙ୍କୁ ଯିରୁଶାଲମ ମଧ୍ୟରେ ପ୍ରବେଶ କରାଇବା।


ଅନନ୍ତର ସିଦିକିୟଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାଙ୍କର ସମସ୍ତ ସୈନ୍ୟ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ ଏବଂ ଯିରୁଶାଲମକୁ ଅବରୋଧ କଲେ ଓ ତା'ର ଗ୍ଭରିପାଖରେ ସୈନ୍ୟ କତ୍ତୃର୍କ ଅବରୋଧ ନିର୍ମାଣ କଲେ।


‘ସେହିସବୁ ବାବିଲକୁ ଅଣାଯିବ ଏବଂ ଆମ୍ଭେ ସେଗୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ଯ୍ୟନ୍ତ ସେ ସବୁ ସେ ସ୍ଥାନରେ ଥିବ।’ ପୁଣି ସଦାପ୍ରଭୁ କହନ୍ତି, ‘ତାହାପରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫେରାଇ ଆଣିବା।’”


ନବୂସ‌ର୍‌ଦ‌‌ନ୍‌ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ଯିରୁଶାଲମର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କଲା।


Swiv nou:

Piblisite


Piblisite