Biblia Todo Logo
Bib sou entènèt

- Piblisite -




ଯିରିମୀୟ 34:16 - ପବିତ୍ର ବାଇବଲ

16 ମାତ୍ର ତେମ୍ଭେମାନେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାୟ ଦେଇଥିଲୁ, ପୁନର୍ବାର ସେମାନଙ୍କୁ ଆଣି ଆପଣା ଆପଣା ଦାସ୍ୟକର୍ମରେ ବାଧ୍ୟ କରି ନିଯୁକ୍ତ କଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ମାତ୍ର ତୁମ୍ଭେମାନେ ଫେରି ଆମ୍ଭ ନାମ ଅପବିତ୍ର କଲ, ଆଉ ଯେଉଁମାନଙ୍କୁ ମୁକ୍ତ କରି ସେମାନଙ୍କ ଇଚ୍ଛାନୁସାରେ ବିଦାୟ କରି ଦେଇଥିଲ, ତୁମ୍ଭମାନଙ୍କର ପ୍ରତ୍ୟେକେ ଆପଣା ଆପଣା ସେହି ଦାସଦାସୀକି ପୁନର୍ବାର ଅଣାଇ ଆପଣାମାନଙ୍କର ଦାସଦାସୀ ହେବା ପାଇଁ ବଶୀଭୂତ କରିଅଛ।

Gade chapit la Kopi

ଓଡିଆ ବାଇବେଲ

16 ମାତ୍ର ତୁମ୍ଭେମାନେ ଫେରି ଆମ୍ଭ ନାମ ଅପବିତ୍ର କଲ, ଆଉ ଯେଉଁମାନଙ୍କୁ ମୁକ୍ତ କରି ସେମାନଙ୍କ ଇଚ୍ଛାନୁସାରେ ବିଦାୟ କରି ଦେଇଥିଲ, ତୁମ୍ଭମାନଙ୍କର ପ୍ରତ୍ୟେକେ ଆପଣା ଆପଣା ସେହି ଦାସଦାସୀକୁ ପୁନର୍ବାର ଅଣାଇ ଆପଣାମାନଙ୍କର ଦାସଦାସୀ ହେବା ପାଇଁ ବଶୀଭୂତ କରିଅଛ।’”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ମାତ୍ର ତୁମ୍ଭେମାନେ ଫେରି ଆମ୍ଭ ନାମ ଅପବିତ୍ର କଲ, ଆଉ ଯେଉଁମାନଙ୍କୁ ମୁକ୍ତ କରି ସେମାନଙ୍କ ଇଚ୍ଛାନୁସାରେ ବିଦାୟ କରି ଦେଇଥିଲ, ତୁମ୍ଭମାନଙ୍କର ପ୍ରତ୍ୟେକେ ଆପଣା ଆପଣା ସେହି ଦାସଦାସୀକୁ ପୁନର୍ବାର ଅଣାଇ ଆପଣାମାନଙ୍କର ଦାସଦାସୀ ହେବା ପାଇଁ ବଶୀଭୂତ କରିଅଛ।

Gade chapit la Kopi




ଯିରିମୀୟ 34:16
15 Referans Kwoze  

ଆଉ ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ରାଣ କରିବ ନାହିଁ। ତାହାହେଲେ ତୁମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ।


“କିନ୍ତୁ ଯଦି ଜଣେ ଧାର୍ମିକ ବ୍ୟକ୍ତି ତା'ର ଧାର୍ମିକତାରୁ ବିରତ ହୁଏ ଏବଂ ଦୁଷ୍ଟ ଲୋକର ସମସ୍ତ ଜଘନ୍ୟ କାର୍ଯ୍ୟ କରେ, ସେ ବଞ୍ଚିବ କି? ତା'ର (ଆଗରୁ କରିଥିବା) ଧାର୍ମିକତା କାର୍ଯ୍ୟସବୁ ହିସାବକୁ ନିଆଯିବ ନାହିଁ। ତା'ର ବର୍ତ୍ତମାନର ପାପ ଯୋଗୁଁ ସେ ନିଶ୍ଚିତ ଭାବରେ ମରିବ।


“ସେହିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହେବା ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା’ ସମ୍ମୁଖରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତେବେ ସେ ମୃତ୍ୟୁବରଣ କରିବ ଏବଂ ତା'ର ପୁଣ୍ୟକର୍ମସବୁ ହିସାବକୁ ନିଆଯିବ ନାହିଁ। ସେ ମୃତ୍ୟୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା'ର ମୃତ୍ୟୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାୟୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ।


ମାତ୍ର ତାହାପରେ ସେମାନେ ନିଜ ନିଜ ହୃଦୟ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସେମାନଙ୍କୁ ପୁନର୍ବାର ଆଣି ଦାସ୍ୟକର୍ମରେ ନିଯୁକ୍ତ କଲେ।


“ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।


ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।


“ମାତ୍ର, ତୁମ୍ଭେମାନେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭେମାନେ କହୁଛ ସଦାପ୍ରଭୁଙ୍କର ଯଜ୍ଞବେଦି ଅପବିତ୍ର।


ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦି ଉପରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ। “ତଥାପି ତୁମ୍ଭେମାନେ କହୁଛ, ‘ଆମ୍ଭେମାନେ କ’ଣ ଖାଦ୍ୟକୁ ଅଶୁଚି କରୁଛୁ?’ ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦିକୁ ଅସମ୍ମାନ କରୁଛ।


ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ମୋର ପବିତ୍ର ନାମକୁ ଜ୍ଞାତ କରାଇବି। ମୋର ପବିତ୍ର ନାମକୁ ଆଉ ଅପବିତ୍ର ହେବାକୁ ଦେବି ନାହିଁ। ତାହାହେଲେ ମୁଁ ଯେ ଇସ୍ରାଏଲ ମଧ୍ୟରେ ଧର୍ମମୟ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀୟମାନେ ଜାଣିବେ।


ହେ ଇସ୍ରାଏଲର ଭବିଷ୍ୟଦ୍ ବଂଶଧରଗଣ! ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯଦି ମୋ’ ନିର୍ଦ୍ଦେଶ ପ୍ରତି ଧ୍ୟାନ ନ ଦିଅ, ଯାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ୱାରା ମୋର ପବିତ୍ର ନାମକୁ ନଷ୍ଟ କରିବ ନାହିଁ।”


“‘କାରଣ ଯେତେବେଳେ ମୁଁ ଧାର୍ମିକମାନଙ୍କୁ ଦୟନୀୟ କରି ନାହିଁ, କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦ୍ୱାରା ସେମାନଙ୍କୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସେମାନଙ୍କର କୁପଥରୁ ନ ଫେରନ୍ତି ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଉତ୍ସାହିତ କରିଛ।


Swiv nou:

Piblisite


Piblisite