Biblia Todo Logo
Bib sou entènèt

- Piblisite -




ଯିରିମୀୟ 33:17 - ପବିତ୍ର ବାଇବଲ

17 ଆଉ ସଦାପ୍ରଭୁ କହନ୍ତି, “ଦାଉଦ ବଂଶରୁ ଜଣେ ସର୍ବଦା ଇସ୍ରାଏଲୀୟ ବଂଶର ସିଂହାସନରେ ଉପବିଷ୍ଟ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କାରଣ ସଦାପ୍ରଭୁ ଏହି କଥା କହନ୍ତି : ଇସ୍ରାଏଲ ବଂଶୀୟ ସିଂହାସନରେ ଉପବିଷ୍ଟ ହେବା ପାଇଁ ଦାଉଦ ସମ୍ପର୍କୀୟ ପୁରୁଷର ଅଭାବ କେତେବେଳେ ନୋହିବ

Gade chapit la Kopi

ଓଡିଆ ବାଇବେଲ

17 କାରଣ ସଦାପ୍ରଭୁ ଏହି କଥା କହନ୍ତି: “ଇସ୍ରାଏଲ ବଂଶୀୟ ସିଂହାସନରେ ଉପବିଷ୍ଟ ହେବା ପାଇଁ ଦାଉଦ ସମ୍ପର୍କୀୟ ପୁରୁଷର ଅଭାବ କଦାପି ହେବ ନାହିଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କାରଣ ସଦାପ୍ରଭୁ ଏହି କଥା କହନ୍ତି: ଇସ୍ରାଏଲ ବଂଶୀୟ ସିଂହାସନରେ ଉପବିଷ୍ଟ ହେବା ପାଇଁ ଦାଉଦ ସମ୍ପର୍କୀୟ ପୁରୁଷର ଅଭାବ କଦାପି ହେବ ନାହିଁ,

Gade chapit la Kopi




ଯିରିମୀୟ 33:17
15 Referans Kwoze  

ଯଦି ତୁମ୍ଭେ ସଦାପ୍ରଭୁଙ୍କର ଏହି ନିୟମ ପାଳନ କରିବ, ତେବେ ସଦାପ୍ରଭୁ ମୋ’ ବିଷୟରେ ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ହେବ। ସଦାପ୍ରଭୁ କହିଥିଲେ, ‘ଯଦି ତୁମ୍ଭର ସନ୍ତାନମାନେ ସମସ୍ତ ମନ ଓ ପ୍ରାଣ ସହିତ ମୁଁ ଦେଇଥିବା ଆଜ୍ଞାନୁସାରେ ଜୀବନ ଧାରଣ କରିବେ, ତେବେ ଇସ୍ରାଏଲର ସିଂହାସନରେ ତୁମ୍ଭ ବଂଶରୁ ହିଁ ବସିବେ। ସଦାପ୍ରଭୁ ତାଙ୍କର ଏହି ବାକ୍ୟ ପୂରଣ କରିବେ।’”


ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ।


ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିୟମକୁ ଅନୁସରଣ କରୁଅଛ, ଯଦି ତୁମ୍ଭର ପୁତ୍ରମାନେ ସେହିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତେବେ ଇସ୍ରାଏଲ ସିଂହାସନରେ ତୁମ୍ଭ ବଂଶରୁ ହିଁ ସର୍ବଦା ଇସ୍ରାଏଲ ଉପରେ ରାଜ୍ୟ କରିବେ। ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ତୁମ୍ଭର ସେହି ବାକ୍ୟ ଏବେ ସଫଳ କର।’


ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ହକନ୍ତି, ‘ଆମ୍ଭର ସେବା ନିମନ୍ତେ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକ ଆମ୍ଭ ସମ୍ମୁଖରେ ସର୍ବଦା ଠିଆ ହେବ।’”


ହେ ସଦାପ୍ରଭୁ, ତୁମ୍ଭେ ସ୍ୱୟଂ ମୋର ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମୋର ପରିବାର ପ୍ରକୃତରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହେବ।”


ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାୟୀ ଏବଂ ମୁଁ ଭାବୁଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କୁଷ୍ଠରୋଗରେ ଆକ୍ରାନ୍ତ ହେବେ, ଅଭାବରେ ରହିବେ ଓ ଯୁଦ୍ଧରେ ହତ ହେବେ।”


“‘ତେବେ ଦାଉଦଙ୍କ ସିଂହାସନାରୂଢ଼ ଅଧିପତିଗଣ ଓ ରାଜଗଣ, ରଥରେ ଓ ଅଶ୍ୱରେ ଚଢ଼ି ସେମାନେ ଓ ସେମାନଙ୍କର ଅଧିପତିମାନେ, ଯିହୁଦାର ଲୋକମାନେ ଓ ଯିରୁଶାଲମ ନିବାସୀମାନେ ଏହି ନଗରଦ୍ୱାର ମଧ୍ୟରେ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।


“‘ଯେତେବେଳେ ତୁମ୍ଭେ ମୃତ୍ୟୁବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧ୍ୟରେ କବର ଦିଆଯିବ। ତା'ପରେ ମୁଁ ତୁମ୍ଭର ଔରଷରୁ ରାଜା କରିବି ଏବଂ ତାଙ୍କର ରାଜ୍ୟ ସ୍ଥାପନ କରିବି।


ସେ ମୋ’ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଏବଂ ମୁଁ ତା'ର ରାଜ୍ୟକୁ ଚିରଦିନ ପାଇଁ ଶକ୍ତିଶାଳୀ କରିବି।


ମାତ୍ର ଯୋରାମଙ୍କ ରାଜକନ୍ୟା, ଅହସିୟଙ୍କର ଭଗିନୀ ଯିହୋଶେବା ଯେତେବେଳେ ଦେଖିଲେ ରାଜପୁତ୍ରମାନେ ନିହତ ହେଲେ, ସେ ପୁତ୍ରମାନଙ୍କ ମଧ୍ୟରୁ ଯୋୟାଶକୁ ନେଇଗଲେ। ସେ ଶିଶୁ ଯୋୟାଶ ଓ ତାହାର ଧାତ୍ରୀକୁ ନେଇ ଶୟନାଗାରରେ ଲୁଗ୍ଭଇ ରଖିଲା। ତାକୁ ଲୁଗ୍ଭଇ ରଖିବାରୁ ସେ ଅଥଲିୟାଠାରୁ ହତ ହେଲା ନାହିଁ।


“ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି, ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”


Swiv nou:

Piblisite


Piblisite