Biblia Todo Logo
Bib sou entènèt

- Piblisite -




ଯିରିମୀୟ 33:15 - ପବିତ୍ର ବାଇବଲ

15 ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମସ୍ୱରୂପ ଏକ ‘ଶାଖା’ ଉତ୍ପନ୍ନ କରାଇବା। ସେହି ‘ଶାଖା’ ସେ ଦେଶରେ ନ୍ୟାୟ ଓ ଧାର୍ମିକତା ବିଗ୍ଭର ପ୍ରତିଷ୍ଠା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ-ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟ ବିଚାର ଓ ଧର୍ମ ପ୍ରଚଳିତ କରିବେ।

Gade chapit la Kopi

ଓଡିଆ ବାଇବେଲ

15 ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟ ବିଚାର ଓ ଧର୍ମ ପ୍ରଚଳିତ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ-ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟବିଚାର ଓ ଧର୍ମ ପ୍ରଚଳିତ କରିବେ।

Gade chapit la Kopi




ଯିରିମୀୟ 33:15
21 Referans Kwoze  

ସେହି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀୟ ଓ ମହାନ ହେବ। ଇସ୍ରାଏଲର ପରିବେଷ୍ଟନୀୟର ଉପଯୋଗୀ ସେମାନଙ୍କ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ୱିତ ହେବେ।


ହେ! ମହାଯାଜକ ଯିହୋଶୂୟ ଓ ତୁମ୍ଭ ସମ୍ମୁଖରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ। ଯେତେବେଳେ ଆମ୍ଭେ ଆପଣା ସ୍ୱତନ୍ତ୍ର ଅନୁଚର ଆଣିବା ସେତେବେଳେ ଏହି ଲୋକମାନେ ଯିଏ କି କ’ଣ ଘଟିବ ବୋଲି ଦେଖାଇବେ ଉଦାହରଣ ହେବେ। ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାଯିବ।


ତା'ପରେ ମୁଁ ସ୍ୱର୍ଗ ଖୋଲିଯିବାର ଦେଖିଲି। ସେଠାରେ ଗୋଟିଏ ଶ୍ୱେତ ଅଶ୍ୱ, ଠିଆ ହୋଇଥିଲା। ଅଶ୍ୱାରୋହୀଙ୍କ ନାମ ‘ବିଶ୍ୱସ୍ତ’ ଓ ‘ସତ୍ୟବାନ’। ସେ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି ଓ ଲଢ଼ନ୍ତି।


କାରଣ ସେ ତାହାଙ୍କ ଦୃଷ୍ଟିରେ ଗ୍ଭରା ତୁଲ୍ୟ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ। ତାଙ୍କର ଐଶ୍ୱର୍ଯ୍ୟ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ଯ୍ୟ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।


ସଦାପ୍ରଭୁ ନିଜର ଶିକ୍ଷା ବ୍ୟବସ୍ଥାକୁ ମହତ୍ ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।


ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ।


ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର। ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।


ତୁମ୍ଭେ ଆଶ୍ଚର୍ଯ୍ୟ ଦିଶୁଛ। ଯାଅ ନ୍ୟାୟ ଓ ଧର୍ମପାଇଁ ଯୁଦ୍ଧରେ ବିଜୟୀ ହୁଅ। ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ପ୍ରଶିକ୍ଷିତ।


“‘ତେବେ ଦାଉଦଙ୍କ ସିଂହାସନାରୂଢ଼ ଅଧିପତିଗଣ ଓ ରାଜଗଣ, ରଥରେ ଓ ଅଶ୍ୱରେ ଚଢ଼ି ସେମାନେ ଓ ସେମାନଙ୍କର ଅଧିପତିମାନେ, ଯିହୁଦାର ଲୋକମାନେ ଓ ଯିରୁଶାଲମ ନିବାସୀମାନେ ଏହି ନଗରଦ୍ୱାର ମଧ୍ୟରେ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।


ଆଉ ସେମାନେ ବିଦେଶୀମାନଙ୍କର ସେବା କରିବେ ନାହିଁ। ସେମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କୁ ସେବା କରିବେ। ଆଉ ସେମାନଙ୍କ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସେବା କରିବେ।


ଯେଉଁମାନେ ସେମାନଙ୍କୁ ପାଇଲେ, ସେମାନଙ୍କୁ ଗ୍ରାସ କରିଅଛନ୍ତି। ସେମାନଙ୍କର ଶତ୍ରୁମାନେ କହିଲେ, ‘ଆମ୍ଭେମାନେ କୌଣସି ପାପ କରି ନାହୁଁ।’ କାରଣ ସେମାନେ ସଦାପ୍ରଭୁଙ୍କର ବିରୁଦ୍ଧରେ ପାପ କରିଅଛନ୍ତି, ସେମାନଙ୍କର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପରେ ସେମାନଙ୍କର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।


Swiv nou:

Piblisite


Piblisite