Biblia Todo Logo
Bib sou entènèt

- Piblisite -




ଯିରିମୀୟ 32:30 - ପବିତ୍ର ବାଇବଲ

30 ପୁଣି ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ ତାହା ସେମାନଙ୍କ ବାଲ୍ୟକାଳରୁ କରି ଆସୁଛନ୍ତି। ଇସ୍ରାଏଲ ସନ୍ତାନଗଣ ନିଜ ହସ୍ତକୃତ ପ୍ରତିମା ପୂଜା କରି କେବଳ ଆମ୍ଭକୁ ବିରକ୍ତ କରିଛନ୍ତି।” ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ଵାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

30 କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି,” ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi




ଯିରିମୀୟ 32:30
25 Referans Kwoze  

“ତୁମ୍ଭେମାନେ ଆମ୍ଭ କଥାପ୍ରତି ଧ୍ୟାନ ଦେଲ ନାହିଁ।” ତଥାପି ସଦାପ୍ରଭୁ କହନ୍ତି, “ନିଜ ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରିଅଛ। ତେଣୁ ତୁମ୍ଭମାନଙ୍କର ଅମଙ୍ଗଳ ହେବ।”


“ଆମ୍ଭେ ତୁମ୍ଭର ସୌଭାଗ୍ୟ ସମୟରେ ତୁମ୍ଭକୁ କଥା କହିଲୁ ଓ ତୁମ୍ଭକୁ ସାବଧାନ କଲୁ। ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ। ଆମ୍ଭ ବାକ୍ୟ ପ୍ରତି ତୁମ୍ଭେ ବାଲ୍ୟାବସ୍ଥାରୁ ଅବଧାନ କରି ନାହଁ।


ଆମ୍ଭେମାନେ ନିଜ ଲଜ୍ଜାରେ ଅବନତ ହେଉ। ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ। କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ୟକାଳରୁ ଅଦ୍ୟାବଧି ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛୁ।’”


ପୁଣି ସଦାପ୍ରଭୁ କହନ୍ତି, “ମୁଁ ତୁମ୍ଭମାନଙ୍କୁ ଏକ ଉର୍ବର ଦେଶକୁ ଆଣିଲି, ଯେଉଁଠାରେ ତୁମ୍ଭେମାନେ ଅତି ଉତ୍ତମ ଖାଦ୍ୟ ଓ ଫଳ ଭୋଜନ କରିବ। ମାତ୍ର ତୁମ୍ଭେମାନେ ପ୍ରବେଶ କଲାପରେ ମୋ’ ଦେଶକୁ ‘ଅଶୁଚି’ ଓ ମୋର ବିରୁଦ୍ଧାଚରଣ କଲ।


ମାତ୍ର ସେମାନେ ସଦାପ୍ରଭୁଙ୍କ ବିପକ୍ଷରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ରଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସେମାନଙ୍କର ଶତ୍ରୁ ହୋଇଗଲେ ଓ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।


ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।


ସେମାନେ କିଶୋରୀ ସମୟରେ ମିଶରରେ ବ୍ୟଭିଗ୍ଭରିଣୀ ହେଲେ। ସେ ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ମନ୍ଥନ କଲେ।


ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ।


କିନ୍ତୁ ସେମାନେ ମୋର ବିରୁଦ୍ଧାଚରଣ କଲେ ଓ ମୋ’ କଥା ଶୁଣିଲେ ନାହିଁ। ସେମାନେ ପ୍ରତ୍ୟେକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ୟ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀୟ ପ୍ରତିମାମାନଙ୍କୁ ପରିତ୍ୟାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧ୍ୟରେ ସେମାନଙ୍କୁ ଧ୍ୱଂସ କରିବାକୁ ସେମାନଙ୍କ ପ୍ରତିକୂଳରେ ଆପଣା କୋପ ଢାଳିଲି।


ମୋର ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା ଆର୍ତ୍ତଚିତ୍କାର ଶୁଣ। ସେମାନେ କହନ୍ତି, “ସଦାପ୍ରଭୁ କ’ଣ ସିୟୋନରେ ନାହାନ୍ତି? ତହିଁର ରାଜା କ’ଣ ତହିଁ ମଧ୍ୟରେ ନାହାନ୍ତି?” ମାତ୍ର ପରମେଶ୍ୱର କହନ୍ତି, “ସେମାନେ ନିଜର ଖୋଦିତ ପ୍ରତିମା ଓ ବିଦେଶୀୟ ଅସାର ବସ୍ତ୍ର ସମୂହଦ୍ୱାରା ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।”


ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପରେ ମହାବିପଦ ଆସିବ। କାରଣ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସେମାନେ ବା‌‌ଲ୍‌‌ଦେବ ଉଦ୍ଦେଶ୍ୟରେ ଧୂପ ଜଲାଇ ଆମ୍ଭକୁ ବିରକ୍ତ କରିବା ସକାଶେ ନିଜେ ନିଜେ ତାହା ସବୁ କରିଛନ୍ତି।”


ତୁମ୍ଭେ ବହୁ ଗୋଷ୍ଠୀ ସହିତ ବନ୍ଧୁତା ସ୍ଥାପନ କରିଅଛ। ମାତ୍ର ‘ବନ୍ଧୁମାନେ’ ତୁମ୍ଭକୁ ପାଶୋରି ଅଛନ୍ତି। ସେମାନେ ତୁମ୍ଭକୁ ମନେ ପକାନ୍ତି ନାହିଁ। କାରଣ ତୁମ୍ଭର ବହୁ ଅଧର୍ମ ଓ ବହୁ ପାପ ଯୋଗୁଁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।


“ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ।


କାରଣ ସେମାନେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସେମାନେ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ଯ୍ୟ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତରେ କରୁ ନ ଥିଲେ।


ଆଉ ଅନ୍ୟ ଦେବଗଣର ପଶ୍ଚା‌‌‌ତ୍‌‌‌ଧାବନ କର ନାହିଁ କିଅବା ସେମାନଙ୍କୁ ସେବା ଓ ପ୍ରଣାମ କର ନାହିଁ। ପୁଣି ଆପଣା ହସ୍ତକୃତ ପ୍ରତିମାଗଣକୁ ପୂଜା କରି ଆମ୍ଭକୁ ବିରକ୍ତ କର ନାହିଁ। ତାହାହେଲେ ଆମ୍ଭେ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବା ନାହିଁ।”


ତୁମ୍ଭେମାନେ ଏହି ଯେ ମିଶର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏ ସ୍ଥାନରେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇ କାହିଁକି ଆପଣା ଆପଣା ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ? ତୁମ୍ଭେମାନେ ବିନଷ୍ଟ ହେବ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରେ ଅଭିଶପ୍ତ ଓ ନିନ୍ଦାର ପାତ୍ର ହେବ।


Swiv nou:

Piblisite


Piblisite