Biblia Todo Logo
Bib sou entènèt

- Piblisite -




ଯିରିମୀୟ 31:6 - ପବିତ୍ର ବାଇବଲ

6 ଏପରି ଏକ ସମୟ ଆସିବ ଯେତେବେଳେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ‘ଆସ, ଆମ୍ଭେମାନେ ସିୟୋନକୁ ଯିବା ଓ ଆମ୍ଭର ସଦାପ୍ରଭୁ’ ପରମେଶ୍ୱରଙ୍କୁ ପୂଜା କରିବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଛାମୁକୁ ଯାଉ, ଏପରି ଦିନ ଆସିବ।

Gade chapit la Kopi

ଓଡିଆ ବାଇବେଲ

6 କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛାମୁକୁ ଯାଉ,ଏପରି ଦିନ ଆସିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ‘ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛାମୁକୁ ଯାଉ, ଏପରି ଦିନ ଆସିବ।’”

Gade chapit la Kopi




ଯିରିମୀୟ 31:6
23 Referans Kwoze  

“‘ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତା'ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପରେ ଚରିବ। ଆଉ ସେ ଇଫ୍ରୟିମର ଓ ଗିଲିୟଦର ପର୍ବତମାନଙ୍କ ଉପରେ ଭୋଜନ କରି ପରିତୃପ୍ତ ହେବ।’”


ଭବିଷ୍ୟ‌ଦ୍‌ବକ୍ତା ଇଫ୍ରୟିମ, ମୋର ପରମେଶ୍ୱରଙ୍କ ଲୋକ ଉପରେ ଜଗୁଆଳି ଅଟେ। କିନ୍ତୁ ପଥ ମଧ୍ୟରେ ଅନେକ ଫାଶ ଅଛି ଏବଂ ଲୋକମାନେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ୱରଙ୍କ ଘରେ ମଧ୍ୟ ଶତ୍ରୁତା ରହିଛି।


“ତା'ପରେ ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକତ୍ରିତ ହେବେ। ସେମାନେ ସେମାନଙ୍କ ପାଇଁ ଜଣେ ରାଜା ବାଛିବେ ଏବଂ ସେମାନଙ୍କର ଦେଶ ସବୁଠାରୁ ବଡ଼ ହେବ। ଯିଷ୍ରିୟେଲର ସମୟ ପ୍ରକୃତ ବଡ଼ ହେବ।”


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିଜ ଲୋକମାନଙ୍କୁ କୁହ, ‘ଆମ୍ଭେ ଯେତେବେଳେ କୌଣସି ଦେଶ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣୁ, ସେ ଦେଶର ଲୋକମାନେ ନିଜ ଲୋକମାନଙ୍କ ମଧ୍ୟରୁ ଜଣଙ୍କୁ ସେତେବେଳେ ଏକ ପ୍ରହରୀ କରି ନିଯୁକ୍ତ କରନ୍ତି।


“ହେ ମନୁଷ୍ୟ ପୁତ୍ର, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ।


ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ୟରେ ପ୍ରହରୀ ନିଯୁକ୍ତ କରି କହିଲୁ, ‘ତୂରୀର ଶବ୍ଦ ଶୁଣ।’ ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବୁ ନାହିଁ।’


“ହେ ଯିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ କି ଦିନ କି ରାତି ନୀରବ ରହିବେ ନାହିଁ।” ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭେମାନେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।


ହେ ଲୋକମାନେ, ସିୟୋନରେ ସୁସମାଗ୍ଭର ପ୍ରଗ୍ଭର କର, ଉଚ୍ଚ ପର୍ବତକୁ ଯାଅ। ଉଚ୍ଚ ସ୍ୱରରେ କୁହ, ହେ ଲୋକମାନେ ଯିରୁଶାଲମ ନିକଟରେ ସୁସମାଗ୍ଭର ପ୍ରଗ୍ଭର କର। ଜୋ‌ର୍‌ରେ କୁହ, ଭୟ କର ନାହିଁ। ଯିହୁଦା ନଗରୀକୁ କୁହ, “ଦେଖ, ଏହିଠାରେ ତୁମ୍ଭର ପରମେଶ୍ୱର।”


ଏହା ପରେ ଇଫ୍ରୟିମର ପାର୍ବତ୍ୟମୟ, ଦେଶସ୍ଥ ସମାରୟିମ୍ ପର୍ବତ ଉପରେ ଅବିୟ ଠିଆ ହେଲେ। ଅବିୟ କହିଲେ, “ଯାରବିୟାମ୍ ଓ ସମଗ୍ର ଇସ୍ରାଏଲ, ମୋ’ କଥା ଶୁଣ!


ଯିହୁଦା ଏବଂ ବିନ୍ୟାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲେବୀୟମାନେ ଯିରୁଶାଲମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନେ ସେଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ୱର ଯେଉଁମାନଙ୍କ ମନରେ ପ୍ରବୃତ୍ତ ଦେଇଥିଲେ, ସେମାନଙ୍କ ସହିତ ପ୍ରତ୍ୟେକ ଲୋକ ଯିବା ପାଇଁ ପ୍ରସ୍ତୁତ ହେଲେ।


ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ। ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।


ସଦାପ୍ରଭୁ କହନ୍ତି, “ହେ ବିପଥଗାମୀ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ। ଆମ୍ଭେ ପ୍ରତି ନଗରରୁ ଏକ ଜଣ ଓ ପ୍ରତି ଗୋଷ୍ଠୀ ମଧ୍ୟରୁ ଦୁଇଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା।


ପୁଣି ସେମାନେ ଆସି ସିୟୋନର ପର୍ବତରେ ଗାନ କରିବେ ଓ ସ୍ରୋତତୁଲ୍ୟ ସଦାପ୍ରଭୁଙ୍କ ପ୍ରାସାଦକୁ, ଶସ୍ୟ, ଦ୍ରାକ୍ଷାରସ, ତେଲ, ପଲର ମେଷଛୁଆ ଓ ଗୋପଲର ଗୋବତ୍ସ ବହି ଆସିବ ଓ ସେମାନଙ୍କର ଜୀବନ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ। ସେମାନେ ଆଉ ଦୁଃଖୀ ହେବେ ନାହିଁ।


ସେଦିନ ଗୋଟିଏ ବଡ଼ ମେଷର ତୂରୀବାଜିବ। ଅଶୂର ଦେଶରେ ହଜି ଯାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହୋଇଥିବା ଲୋକମାନେ ସେଦିନ ଆସିବେ। ଯିରୁଶାଲମର ପବିତ୍ର ପର୍ବତରେ ସେମାନେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରିତ ହେବେ।


Swiv nou:

Piblisite


Piblisite