Biblia Todo Logo
Bib sou entènèt

- Piblisite -




ଯିରିମୀୟ 30:9 - ପବିତ୍ର ବାଇବଲ

9 ଆଉ ସେମାନେ ବିଦେଶୀମାନଙ୍କର ସେବା କରିବେ ନାହିଁ। ସେମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କୁ ସେବା କରିବେ। ଆଉ ସେମାନଙ୍କ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସେବା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯାହାଙ୍କୁ ଉତ୍ପନ୍ନ କରିବା, ଆପଣାମାନଙ୍କର ସେହି ରାଜା ଦାଉଦଙ୍କର ଦାସ୍ୟକର୍ମ କରିବେ।

Gade chapit la Kopi

ଓଡିଆ ବାଇବେଲ

9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯାହାଙ୍କୁ ଉତ୍ପନ୍ନ କରିବା, ଆପଣାମାନଙ୍କର ସେହି ରାଜା ଦାଉଦଙ୍କର ଦାସ୍ୟକର୍ମ କରିବେ।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯାହାଙ୍କୁ ଉତ୍ପନ୍ନ କରିବା, ଆପଣାମାନଙ୍କର ସେହି ରାଜା ଦାଉଦଙ୍କର ଦାସ୍ୟକର୍ମ କରିବେ।

Gade chapit la Kopi




ଯିରିମୀୟ 30:9
14 Referans Kwoze  

ତା'ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା'ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।


ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ, ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।


ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣି ଥରେ କବରପ୍ରାପ୍ତ ହୋଇ କ୍ଷୟ ନ ହୁଏ। ଏ ବିଷୟରେ ସେ କହିଲେ, ‘ମୁଁ ଦାଉଦଙ୍କ ନିକଟରେ ପ୍ରତିଜ୍ଞା କରିଥିବା ପବିତ୍ର ଓ ପ୍ରକୃତ ଆର୍ଶୀବାଦ ତୁମ୍ଭମାନଙ୍କୁ ଦେବି।’


“ପରମେଶ୍ୱର ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇସ୍ରାଏଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।


ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ।


ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଦାଉଦ ବଂଶରେ ଆମ୍ଭେ ଏକ ଧାର୍ମିକ ‘ଶାଖା’ ଉତ୍ପନ୍ନ କରିବା। ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳରେ ଦେଶରେ ସୁବିଗ୍ଭର ଓ ନ୍ୟାୟ ପ୍ରତିଷ୍ଠା କରିବେ।


ସେମାନେ ପଗ୍ଭରିଲେ, “ଯିହୂଦୀମାନଙ୍କର ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ, ସେ ଜନ୍ମ ହୋଇଛନ୍ତି, ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।”


ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା? ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।


ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଅଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି।


ପୁଣି ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ। ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ସୃଷ୍ଟି ହେବେ। ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ?


ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମସ୍ୱରୂପ ଏକ ‘ଶାଖା’ ଉତ୍ପନ୍ନ କରାଇବା। ସେହି ‘ଶାଖା’ ସେ ଦେଶରେ ନ୍ୟାୟ ଓ ଧାର୍ମିକତା ବିଗ୍ଭର ପ୍ରତିଷ୍ଠା କରିବେ।


Swiv nou:

Piblisite


Piblisite