ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ।