Biblia Todo Logo
Bib sou entènèt

- Piblisite -




ଯିରିମୀୟ 30:18 - ପବିତ୍ର ବାଇବଲ

18 ସଦାପ୍ରଭୁ କହନ୍ତି, “ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ୱର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାକୁବର ତମ୍ଵୁସକଳର ବନ୍ଦୀତ୍ଵ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା; ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ।

Gade chapit la Kopi

ଓଡିଆ ବାଇବେଲ

18 ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା; ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା; ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ।

Gade chapit la Kopi




ଯିରିମୀୟ 30:18
38 Referans Kwoze  

ତୁମ୍ଭେ ଉଠ ଓ ସିୟୋନକୁ ଦୟା କର। ସେହି ଯଥାର୍ଥ ସମୟ ଆସିଅଛି। ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।


କାରଣ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱ ଅବସ୍ଥା ପରିବର୍ତ୍ତନ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।”


ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ୱ ଅବସ୍ଥାର ପରିବର୍ତ୍ତନ କରି ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା। ସେମାନଙ୍କୁ ଅତୀତ ପରି ଶକ୍ତିଶାଳୀ କରିବା।


ମାତ୍ର ସଦାପ୍ରଭୁ କହନ୍ତି, “ଆମ୍ଭେ ଶେଷ କାଳରେ ଏଲମକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।”


“ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କର ବାସ ସ୍ଥାନକୁ ଫେରାଇ ଆଣିବା। ସେତେବେଳେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ।


ତେଣୁ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଆମ୍ଭେ ପୁଣି ଯିରୁଶାଲମ ଫେରି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦେଖାଇବା।” ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭର ଘର ସେହି ସ୍ଥାନରେ ନିର୍ମିତ ହେବ ଏବଂ ସମଗ୍ର ଯିରୁଶାଲମରେ ପୁନଃନିର୍ମାଣର ଲକ୍ଷଣ ଦେଖାଯିବ।”


“ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ କିଅବା ହେ ଇସ୍ରାଏଲ ତୁମ୍ଭେ ନିରାଶ ହୁଅ ନାହିଁ। ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା। ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିତରେ ରହିଲା। ଆଉ କେହି ତାହାକୁ ଭୟ ଦେଖାଇଲେ ନାହିଁ।”


ସଦାପ୍ରଭୁ କହନ୍ତି, “ଅମ୍ମୋନୀୟ ସନ୍ତାନଗଣ ବନ୍ଦୀ ହୋଇ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ଫେରାଇ ଆଣିବା।”


ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ। ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି, “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ। ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।”


“ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହେବ। ତୁମ୍ଭେ ପୁଣି ଆପଣା ତବଲାରେ ବିଭୂଷିତା ହୋଇ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ।


ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”


ଆଉ, ମୋର ପୁତ୍ର ଶଲୋମନକୁ ତୁମ୍ଭ ପ୍ରତି ବିଶ୍ୱସ୍ତ ହେବା ନିମନ୍ତେ ସାହାଯ୍ୟ କର। ସର୍ବଦା ତୁମ୍ଭର ଆଜ୍ଞା, ବିଧି ଓ ଶାସନ ସକଳର ବାଧ୍ୟ ହେବା ନିମନ୍ତେ ତାହାକୁ ସାହାଯ୍ୟ କର। ଶଲୋମନଙ୍କୁ ଏହି ସମସ୍ତ ବିଷୟ କରିବା ନିମନ୍ତେ ସାହାଯ୍ୟ କର ଓ ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଯେଉଁ ଯୋଜନା କରିଅଛି, ସେଥିରେ ତାହାକୁ ସାହାଯ୍ୟ କର।”


ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ପୁନଃ ଏକତ୍ରିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫେରାଇ ଆଣିବା।”


ଆମ୍ଭେ କୋରସ୍ ବିଷୟରେ କହୁ, “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ। ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’ ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”


ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେତେବେଳେ ଯିରୁଶାଲମ ନଗର ପୁନର୍ବାର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ। ତା'ପରେ ହନନେଲ ଦୁର୍ଗରୁ କୋଣ ଫାଟକ ପର୍ଯ୍ୟନ୍ତ ତାହା ନିର୍ମିତ ହେବ।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହନ୍ତି, “ଆମ୍ଭେ ପୁନର୍ବାର ଯିହୁଦାର ଲୋକମାନଙ୍କର ମଙ୍ଗଳ କରିବା। ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱରୁ ମୁକ୍ତ କରିବା। ଯିହୁଦା ଦେଶରେ ଓ ତାହାର ନଗର ସକଳରେ ସେମାନେ ପୁନର୍ବାର ଏହା ବ୍ୟବହାର କରିବେ। ‘ହେ ଧାର୍ମିକମାନଙ୍କର ବାସସ୍ଥାନ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।’


ସେହି ଦିନ ଯିହୁଦା ପରିବାରର ନେତାଗଣଙ୍କୁ ଆମ୍ଭେ ଗଛ ମଧ୍ୟରେ ଜଳନ୍ତା ପାତ୍ର ପରି କରିବା ଏବଂ କଟା ହୋଇଥିବା ନୂତନ ଶସ୍ୟ ମଧ୍ୟରେ ଏକ ଜଳନ୍ତା ମଶାଲ ସଦୃଶ କରିବା। ସେମାନେ ତାଙ୍କ ବାମ ଓ ଦକ୍ଷିଣରେ ଥିବା ଲୋକମାନଙ୍କୁ ଧ୍ୱଂସ କରିବେ କିନ୍ତୁ ଯିରୁଶାଲମ ତା'ର ସ୍ଥାନରେ ଅକ୍ଷତ ରହିବ।”


ପରମେଶ୍ୱର ଉଚ୍ଚତମ ସ୍ୱର୍ଗପରି ତାଙ୍କର ମନ୍ଦିର ନିର୍ମାଣ କଲେ। ଚିରସ୍ଥାୟୀ ପୃଥିବୀ ତୁଲ୍ୟ ସେ ତାଙ୍କର ପବିତ୍ର ମନ୍ଦିର ନିର୍ମାଣ କଲେ।


ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧ୍ୟରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା।


ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ। ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ। ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।


ଆଉ ମଧ୍ୟ ସେହି ସମୟରେ, ସମସ୍ତ ଦେଶ ଯିରୁଶାଲମର ଦକ୍ଷିଣ ଗେବାଠାରୁ ରିମ୍ମୋନ ପର୍ଯ୍ୟନ୍ତ ଭୂମି ସମତଳ ଭୂମିରେ ପରିଣତ ହେବ। କିନ୍ତୁ ଯିରୁଶାଲମ ତା’ ସ୍ଥାନରୁ ଉଚ୍ଚରେ ଠିଆ ହେବ। ଏହା ବିନ୍ୟାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ଯ୍ୟନ୍ତ ହନ୍ନେଲର କୋଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତୁତ ହେବ।


ପୁଣି ଶବ ଭସ୍ମରେ ପୂର୍ଣ୍ଣ ହୋଇଥିବା ଉପତ୍ୟକା, କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଓ ପୂର୍ବ ଦିଗସ୍ଥ ଅଶ୍ୱ ଦ୍ୱାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ଆଉ ସେହି ଯିରୁଶାଲମ ନଗର କେବେ ଉତ୍ପାଟିତ ବା ନିପାତିତ ହେବ ନାହିଁ।”


ଏକତ୍ରିତ ହୋଇଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, “ପରମେଶ୍ୱର ମୋର ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶଲୋମନ ଅଳ୍ପବୟସ୍କ ଅଟେ ଓ ଏହି କାର୍ଯ୍ୟ ନିମନ୍ତେ ଯେଉଁ ସମସ୍ତ ବିଷୟ ଆବଶ୍ୟକ, ସେ ତାହା ଜାଣେ ନାହିଁ? କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ।


ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ, ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।


ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ। ସିୟୋନ ପ୍ରାସାଦକୁ ନୀରିକ୍ଷଣ କର, ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।


ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ। ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”


ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଅଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି।


ଆଉ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଭବିଷ୍ୟତରେ ଆମ୍ଭର ଲୋକମାନେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରିବେ।’”


ପୁଣି ମୁଁ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ଦ୍ୱିଗୁଣିତ କରିବି। ସେମାନଙ୍କର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ୟକାଳ ଅପେକ୍ଷା ଅଧିକ ମଙ୍ଗଳ କରିବି। ତାହାହେଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ।


ଆମ୍ଭେ ଇସ୍ରାଏଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସେମାନଙ୍କୁ ସେମାନଙ୍କର ଭୂମିକୁ ଫେରାଇ ଆଣିବା। ସେମାନେ ଧ୍ୱଂସ ବିଧ୍ୱଂସ ନଗରଗୁଡ଼ିକୁ ପୁନଃନିର୍ମାଣ କରିବେ ଏବଂ ସେହି ନଗରୀରେ ବାସ କରିବେ। ସେମାନେ ଦ୍ରାକ୍ଷାବୃକ୍ଷ କ୍ଷେତରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସେଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସେମାନେ ମଧ୍ୟ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ୟକୁ ଭକ୍ଷ୍ୟଣ କରିବେ।


ତା'ପରେ ସଦାପ୍ରଭୁଙ୍କ ସ୍ୱର୍ଗଦୂତ କହିଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ କେତେକାଳ ତୁମ୍ଭେ ତୁମ୍ଭର ଦୟାରୁ ଯିରୁଶାଲମ ଏବଂ ଯିହୁଦା ନଗରକୁ ଦୂରେଇ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡ଼ିକ ଉପରେ ତୁମ୍ଭର କ୍ରୋଧ ପ୍ରକାଶ କରିଛ।”


ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡ଼ିକୁ ରକ୍ଷା କରିବେ। ସେ ଏପରି କରିବେ ଯଦ୍ଦ୍ୱାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ଯିରୁଶାଲମର ପରାକ୍ରମ ଯିହୁଦାର ଗୌରବଠାରୁ ଅଧିକ ହେବ ନାହିଁ।


ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି। ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।


ଲୋକମାନେ ବିନ୍ୟାମୀନ ପ୍ରଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗର ସମୂହରେ, ପାର୍ବତୀୟ, ପ୍ରଦେଶସ୍ଥ ନାନା ନଗରରେ, ନିମ୍ନ ଭୂମିସ୍ଥ ନଗରମାନଙ୍କରେ ଓ ଦକ୍ଷିଣ ଦିଗସ୍ଥ ନଗରଗୁଡ଼ିକରେ ମୂଲ୍ୟଦେଇ କ୍ଷେତ୍ର କ୍ରୟ କରିବେ ଓ ଦଲିଲ୍ ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ। ଆଉ ସାକ୍ଷୀ ରଖିବେ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ମୁକ୍ତ କରିବା।”


Swiv nou:

Piblisite


Piblisite