Biblia Todo Logo
Bib sou entènèt

- Piblisite -




ଯିରିମୀୟ 3:7 - ପବିତ୍ର ବାଇବଲ

7 ସେ ଏହିସବୁ ଅପକର୍ମ କଲାପରେ ମୁଁ ଇସ୍ରାଏଲକୁ କହିଲି, ‘ତୁମ୍ଭେ ମୋ’ ନିକଟକୁ ଫେରି ଆସିବା ଉଚିତ୍? ମାତ୍ର ସେ ଫେରି ଆସିଲା ନାହିଁ ଆଉ ତାହାର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଏହା ଦେଖିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ସେ ଆମ୍ଭ ନିକଟକୁ ଫେରି ଆସିବ; ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ଵାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା।

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ‘ସେ ଆମ୍ଭ ନିକଟକୁ ଫେରି ଆସିବ,’ ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ସେ ଆମ୍ଭ ନିକଟକୁ ଫେରି ଆସିବ, ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା।

Gade chapit la Kopi




ଯିରିମୀୟ 3:7
15 Referans Kwoze  

ଏବଂ ତୁମ୍ଭର ବଡ଼ ଭଉଣୀ ଶମରିୟା, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ବାମ ଦିଗରେ ବାସ କରେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି।


ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ।


ସଦାପ୍ରଭୁ କହନ୍ତି, “ଏହିପରି କର କାରଣ ଇସ୍ରାଏଲ ଓ ଯିହୁଦା ପରିବାର ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ପ୍ରତାରଣା କରିଅଛନ୍ତି।”


ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ବିପକ୍ଷରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ଯ୍ୟ ହୁଅନ୍ତି? ଅତି ବିଶ୍ୱାସଘାତକ କାହିଁକି ନିରାପଦରେ ରହନ୍ତି?


“ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କେବେ ତାହା ବିବେଚନା କରିଛ? ସେମାନେ କହନ୍ତି, ‘ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି। ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।” ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ରହିବେ ନାହିଁ।’”


ତୁମ୍ଭେ କେବଳ ସେମାନଙ୍କର ଘୃଣ୍ୟ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଗ୍ଭର କରିଛ।


“ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫେରିବାକୁ ଆଶା କରନ୍ତି। ସେମାନେ ଊର୍ଦ୍ଧ୍ୱକୁ ଡାକିବେ। କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।”


ତେଣୁ ଅନାବୃଷ୍ଟି ଯୋଗୁଁ ଦୁଇ କିମ୍ବା ତିନୋଟି ନଗରରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଜଳପାନ କରିବାକୁ ଧାଇଁଲେ। କିନ୍ତୁ ସେଠାରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା ହିଁ କହିଲେ।


ଯିହୁଦାର ଲୋକମାନେ ଅବିଶ୍ୱସ୍ତ ଥିଲେ। ଯିରୁଶାଲମ ଓ ଇସ୍ରାଏଲର ଲୋକମାନେ ବହୁତ ଘୃଣିତ କାର୍ଯ୍ୟ କରିଛନ୍ତି। ପରମେଶ୍ୱର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସେମାନେ ବିଦେଶୀ ଦେବତାର କନ୍ୟାକୁ ବିବାହ କଲେ।


ଯିହୋଶାଫ‌ଟଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ଯିହୋଶାଫଟ୍ ତାଙ୍କର ଅନ୍ୱେଷଣ କଲେ। ସେ ପରମେଶ୍ୱରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ଇସ୍ରାଏଲର ଲୋକମାନେ ଯେପରି ଜୀବନ କାଟୁଥିଲେ, ସେ ସେପ୍ରକାର ଜୀବନ କାଟୁ ନ ଥିଲେ।


Swiv nou:

Piblisite


Piblisite