Biblia Todo Logo
Bib sou entènèt

- Piblisite -




ଯିରିମୀୟ 3:5 - ପବିତ୍ର ବାଇବଲ

5 ତୁମ୍ଭେ ପୁଣି କୁହ, ‘ପରମେଶ୍ୱର କ’ଣ ସଦାକାଳ କୃଦ୍ଧ ହୋଇଥିବେ? ତାଙ୍କର କ୍ରୋଧ ଚିରକାଳ ରହିବ ନାହିଁ।’ “ଆଉ ତୁମ୍ଭେ କଥା କହୁଅଛ ତଥାପି ଦୁଷ୍କର୍ମ କରିବାରେ ଲାଗିଛ ଏବଂ ନିଜ ପଥରେ ଗ୍ଭଲିଛ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେ କି ସଦା କାଳ କ୍ରୁଦ୍ଧ ହୋଇଥିବେ? ସେ କି ଶେଷ ପର୍ଯ୍ୟନ୍ତ ତାହା ରଖିବେ? ଦେଖ, ତୁମ୍ଭେ କଥା କହିଅଛ, ପୁଣି ଦୁଷ୍କ୍ରିୟା କରିଅଛ ଓ ନିଜ ପଥରେ ଚାଲିଅଛ।

Gade chapit la Kopi

ଓଡିଆ ବାଇବେଲ

5 ସେ କି ସଦାକାଳ କ୍ରୁଦ୍ଧ ହୋଇଥିବେ ? ସେ କି ଶେଷ ପର୍ଯ୍ୟନ୍ତ ତାହା ରଖିବେ ? ଦେଖ, ତୁମ୍ଭେ କଥା କହିଅଛ, ପୁଣି ଦୁଷ୍କ୍ରିୟା କରିଅଛ ଓ ନିଜ ପଥରେ ଚାଲିଅଛ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେ କି ସଦାକାଳ କ୍ରୁଦ୍ଧ ହୋଇଥିବେ? ସେ କି ଶେଷ ପର୍ଯ୍ୟନ୍ତ ତାହା ରଖିବେ?’ ଦେଖ, ତୁମ୍ଭେ କଥା କହିଅଛ, ପୁଣି ଦୁଷ୍କ୍ରିୟା କରିଅଛ ଓ ନିଜ ପଥରେ ଚାଲିଅଛ।”

Gade chapit la Kopi




ଯିରିମୀୟ 3:5
14 Referans Kwoze  

ଲୋକମାନେ ଦୁଇ ହାତରେ ମନ୍ଦକାର୍ଯ୍ୟ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳୟରେ ସେମାନଙ୍କର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। “ପ୍ରଧାନ ବ୍ୟକ୍ତିମାନେ” ଉତ୍ତମ ଓ ନ୍ୟାୟ ବିଗ୍ଭର କରୁ ନାହାନ୍ତି। ସେମାନେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।


ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସେମାନଙ୍କ ନିକଟକୁ ଆସେ। ସେହି ଲୋକମାନେ ନିଜ ନିଜ ଶଯ୍ୟା ଉପରେ ପଡ଼ିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତେବେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ଯ୍ୟକାରୀ କରନ୍ତି। କାରଣ ସହଜରେ ସେ କାର୍ଯ୍ୟ କରିବାକୁ ତାଙ୍କର ସେ ଶକ୍ତି ଥାଏ।


“‘ଆଉ, ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି।


ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ଯାଇ ଏହି କଥା ପ୍ରଗ୍ଭର କର ଏବଂ କୁହ, “‘ହେ ବିପଥଗାମିନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେରି ଆସ, ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ। ଆମ୍ଭେ ଦୟାବାନ,’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’


ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କ୍ରୋଧ କରିବା ନାହିଁ। ଯଦି କରିବା ତାହାହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ।


ହେ ସଦାପ୍ରଭୁ, ଅତ୍ୟନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନେରଖ ନାହିଁ। ଆମ୍ଭେମାନେ ବିନତି କରୁଅଛୁ, ଆମ୍ଭ ପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।


ତୁମ୍ଭେ କି ସଦାକାଳ ଆମ୍ଭ ଉପରେ କ୍ରୋଧିତ ହୋଇ ରହିବ?


ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ।


ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ। ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।


ଯିହୁଦା ଓ ଯିରୁଶାଲମର ଲୋକମାନେ କାହିଁକି ଚିରକାଳ ବିପଥଗାମୀ ହୋଇଅଛନ୍ତି? ସେମାନେ ମିଥ୍ୟା ଓ ପ୍ରବଞ୍ଚନାରେ ବିଶ୍ୱାସ ରଖନ୍ତି ଓ ସେମାନେ ଫେରିବାକୁ ଅସମ୍ମତ।


ଆମ୍ଭେ ସେମାନଙ୍କ କଥା ମନୋଯୋଗ ସହକାରେ ଶୁଣିଲେ ମଧ୍ୟ ସେମାନେ ନ୍ୟାୟକଥା କହିଲେ ନାହିଁ। ସେମାନେ ସେମାନଙ୍କର ପାପଲାଗି ଅନୁତପ୍ତ ନୁହନ୍ତି। ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ପୃଷ୍ଠରେ ଧାବମାନ ହୁଏ ସେମାନେ ସେହିପରି ଆପଣା ଆପଣା ପଥରେ ଦୌଡ଼ନ୍ତି।


Swiv nou:

Piblisite


Piblisite