Biblia Todo Logo
Bib sou entènèt

- Piblisite -




ଯିରିମୀୟ 29:19 - ପବିତ୍ର ବାଇବଲ

19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ।” ପୁଣି ସଦାପ୍ରଭୁ କହନ୍ତି, “ସେମାନଙ୍କ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍ବକ୍ତାଗଣକୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ଏହି ବାକ୍ୟରେ ମନୋଯୋଗ କରି ନାହାନ୍ତି; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ନୋହିଲ।

Gade chapit la Kopi

ଓଡିଆ ବାଇବେଲ

19 କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ସେହି ବାକ୍ୟରେ ମନୋଯୋଗ କରି ନାହାନ୍ତି;” ମାତ୍ର ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ହେଲ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ସେହି ବାକ୍ୟରେ ମନୋଯୋଗ କରି ନାହାନ୍ତି; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ହେଲ ନାହିଁ।

Gade chapit la Kopi




ଯିରିମୀୟ 29:19
14 Referans Kwoze  

ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ ଆଣିବା। କାରଣ ସେମାନେ ଆମ୍ଭ ବାକ୍ୟରେ ଅବଧାନ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥାକୁ ଅମାନ୍ୟ କରିଅଛନ୍ତି।”


ଆମ୍ଭେ ଆମ୍ଭର ଦାସ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ବାରମ୍ବାର ପଠାଇ ଆସିଛୁ। ମାତ୍ର ତୁମ୍ଭେମାନେ ସେମାନଙ୍କ କଥା ପ୍ରତି ଅବଧାନ କରି ନାହଁ।


ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ।


“ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ପ୍ରତିବାସୀଙ୍କୁ “ମୁକ୍ତ ଦେବା ପାଇଁ “‘ଆମ୍ଭ ନିୟମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।


“ସେମାନେ ଆମ୍ଭ ପ୍ରତି ବିମୁଖ ହୋଇ ଆମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଆମ୍ଭେ ସେମାନଙ୍କୁ ବାରମ୍ବାର ଶିକ୍ଷା ଦେଲେ ହେଁ ସେମାନେ ତାହା ଶୁଣି ନାହାନ୍ତି।


ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହିସବୁ ଦୁଷ୍କର୍ମ କରିଅଛ। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଲି, କିନ୍ତୁ ତୁମ୍ଭେମାନେ ମୋ’ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଡାକିଲି, କିନ୍ତୁ ତୁମ୍ଭେମାନେ ଉତ୍ତର ଦେଲ ନାହିଁ।


ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଧ୍ୟାନ ଦେଉ ନାହଁ।”


କାରଣ ସେମାନେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସେମାନେ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ଯ୍ୟ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତରେ କରୁ ନ ଥିଲେ।


Swiv nou:

Piblisite


Piblisite