Biblia Todo Logo
Bib sou entènèt

- Piblisite -




ଯିରିମୀୟ 29:17 - ପବିତ୍ର ବାଇବଲ

17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଯିରୁଶାଲମରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅଯୋଗ୍ୟ ମନ୍ଦ ଡିମ୍ବିରି ଫଳ ତୁଲ୍ୟ ସେମାନଙ୍କୁ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଖଡ଼୍‍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା ଓ ଘୃଣାଜନକ ଯେଉଁ ଡିମିରି ଫଳ ଅତି ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ତାହାରି ତୁଲ୍ୟ ସେମାନଙ୍କୁ କରିବା।

Gade chapit la Kopi

ଓଡିଆ ବାଇବେଲ

17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ପଠାଇବା ଓ ଘୃଣାଜନକ ଯେଉଁ ଡିମ୍ବିରି ଫଳ ଅତି ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ତାହାରି ତୁଲ୍ୟ ସେମାନଙ୍କୁ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ପଠାଇବା ଓ ଘୃଣାଜନକ ଯେଉଁ ଡିମ୍ବିରି ଫଳ ଅତି ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ତାହାରି ତୁଲ୍ୟ ସେମାନଙ୍କୁ କରିବା।

Gade chapit la Kopi




ଯିରିମୀୟ 29:17
14 Referans Kwoze  

ଆମ୍ଭେ ଯିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସେମାନେ ଏକ ବସ୍ତୁ ହେବେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ଶୀସ୍ ଶବ୍ଦର ବସ୍ତୁରୂପେ ବ୍ୟବହାର କରିବ। ଆଉ ସେମାନେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜାର ଏକ ବିଷୟ ହେବେ


ଗର୍ଭବତୀ ସ୍ତ୍ରୀ ଓ କୋଳରେ ଛୋଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସେହି ଦିନଗୁଡ଼ିକ ଅତ୍ୟନ୍ତ ଭୟାନକ ହେବ। କାରଣ ସେହି ଦିନମାନଙ୍କରେ ଏହି ଦେଶ ଉପରକୁ ବହୁତ ବିପଦ ମାଡ଼ି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ୱର କ୍ରୋଧ କରିବେ।


ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନେକ ସ୍ଥାନରେ ଘଟିବ। କେତେକ ସ୍ଥାନରେ ମରୁଡ଼ି ପଡ଼ିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ଆକାଶରେ ଅନେକ ଆଶ୍ଚର୍ଯ୍ୟ ଜନକ ବିଷୟ ଦେଖାଯିବ।


ସେହି ବର୍ଷ ଚତୁର୍ଥ ମାସର ନବମ ଦିନରେ ନଗରରେ ମହା ଦୁର୍ଭିକ୍ଷ ଦେଖା ଦେଲା। ତହିଁରେ ଦେଶୀୟ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ।


ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀ ହେବା ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ‌‌ଖ‌ଡ଼୍‌ଗଯୋଗ୍ୟ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ସମର୍ପଣ କରିବ।


“‘ପୁଣି ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲ ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ,” ସଦାପ୍ରଭୁ କହନ୍ତି, “ଆମ୍ଭେ ସେ ଦେଶକୁ ତାହାର ହସ୍ତରେ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭର ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା।


ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆରୋହୀଙ୍କର ନାମ ଥିଲା, ‘ମୃତ୍ୟୁ’। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଯାଇଥିଲା। ସେମାନଙ୍କୁ ଖ‌‌ଡ଼୍‌ଗ, ଅନାହାର, ରୋଗ ଓ ପୃଥିବୀର ବନ୍ୟ ପଶୁଙ୍କ ଦ୍ୱାରା ଲୋକମାନଙ୍କୁ ମାରିଦେବାକୁ ଶକ୍ତି ଦିଆଗଲା।


“ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସେମାନେ ଯେପରି ଶତ୍ରୁ ନଗରକୁ ପରାସ୍ତ କରି ପାରିବେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରୁଥିବା କ‌‌ଲ୍‌‌ଦୀୟମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।


Swiv nou:

Piblisite


Piblisite