ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ। କବାର ନଦୀ କୂଳରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖୋଲିଗଲା ଏବଂ ତିରିଶତମ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲରେ ମୁଁ ପରମେଶ୍ୱରଙ୍କ ଦର୍ଶନ ପାଇଲି। ରାଜା ଯିହୋୟାଖୀନ୍ର ନିର୍ବାସିତ ହେବାର ପଞ୍ଚମ ବର୍ଷର ମାସର ପଞ୍ଚମ ଦିନରେ ଯାଜକ ଯିହିଜିକଲ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କର ଶକ୍ତି ତାଙ୍କ ଉପରକୁ ଆସିଲା।