Biblia Todo Logo
Bib sou entènèt

- Piblisite -




ଯିରିମୀୟ 29:1 - ପବିତ୍ର ବାଇବଲ

1 ଯିରିମିୟ ନିର୍ବାସିତମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କ ପାଖକୁ, ଯାଜକଗଣଙ୍କ ପାଖକୁ, ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ରେରଣ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖ‌ଦ୍‌ନିତ୍ସର ଯିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନେଇଯାଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯିହୋୟାଖୀନ୍ ରାଜା ଓ ରାଜମାତା ଓ ନପୁଂସକ-ଗଣ, ଆଉ ଯିହୁଦାର ଓ ଯିରୂଶାଲମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଯିରୂଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ,

Gade chapit la Kopi

ଓଡିଆ ବାଇବେଲ

1 ଯିହୋୟାଖୀନ୍‍ ରାଜା ଓ ରାଜମାତା ଓ ନପୁଂସକଗଣ, ଆଉ ଯିହୁଦାର ଓ ଯିରୂଶାଲମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଯିରୂଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯିହୋୟାଖୀନ୍‍ ରାଜା ଓ ରାଜମାତା ଓ ନପୁଂସକଗଣ, ଆଉ ଯିହୁଦାର ଓ ଯିରୂଶାଲମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଯିରୂଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ,

Gade chapit la Kopi




ଯିରିମୀୟ 29:1
16 Referans Kwoze  

ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା।


ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ।


ସେମାନେ ତାହାଙ୍କ ହାତରେ ଏହି ଚିଠିଟି ଦେଲେ: ଆନ୍ତିୟଖିଆ, ସୁରିଆ, କିଲିକିଆସ୍ଥ ଅନ୍ୟଜାତୀୟ ବିଶ୍ୱାସୀ ଭାଇମାନଙ୍କୁ ପ୍ରେରିତ, ପ୍ରାଚୀନ ଓ ଅନ୍ୟ ଭାଇମାନଙ୍କର ନମସ୍କାର।


ଯଦିଓ ପତ୍ର ଲେଖି ମୁଁ ତୁମ୍ଭମାନଙ୍କ ମନରେ ଦୁଃଖ ଦେଲି, କିନ୍ତୁ ମୁଁ ଏହା ଲେଖିଲି ବୋଲି ମୁଁ ଦୁଃଖିତ ନୁହେଁ। ମୁଁ ଜାଣେ ଯେ ସେହି ପତ୍ର ତୁମ୍ଭମାନଙ୍କୁ ଦୁଃଖ ଦେଲା ସେଥିପାଇଁ ମୁଁ ଦୁଃଖିତ। କିନ୍ତୁ ତାହା ତୁମ୍ଭମାନଙ୍କୁ ଅଳ୍ପ ସମୟ ପାଇଁ ଦୁଃଖ ଦେଲା।


ପୁଣି ଯିହୋୟାକୀ‌‌‌ମ୍‌‌‌ର ପୁତ୍ର ଯିହୁଦାର ରାଜା ଯିହୋୟାଖୀ‌‌‌ନ୍‌‌‌କୁ ଓ ଯିହୁଦାର ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା।’ ଏହା ସଦାପ୍ରଭୁ କହନ୍ତି, ‘କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।’”


ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି।


ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀ‌‌ନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖ‌ଦ୍‌ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା।


ବସନ୍ତ ଋତୁରେ, ରାଜା ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀ‌ନଙ୍କର ଜଣେ ଆତ୍ମୀୟ ଥିଲେ।


ଆଉ ହନାନିୟ ଭବିଷ୍ୟ‌ଦ୍‌ବକ୍ତା ସେହି ବର୍ଷ ସପ୍ତମ ମାସରେ ମଲା।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତା ଓ ଗଣକମାନଙ୍କ କଥାରେ ଭୁଲ ନାହିଁ। ସେମାନେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋଯୋଗ କର ନାହିଁ।


ଏଣୁ ଆମ୍ଭଦ୍ୱାରା ଯିରୁଶାଲମରୁ ବାବିଲକୁ ତଡ଼ିତ ନିର୍ବାସିତ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ।”


ଆଉ ଯିରିମିୟ ସରାୟକୁ କହିଲେ, “ହେ ସରାୟ, ତୁମ୍ଭେ ବାବିଲକୁ ଯାଇ ଏହି ବାର୍ତ୍ତା ସମସ୍ତଙ୍କ ଗୋଚରାର୍ଥେ ପାଠ କର।


Swiv nou:

Piblisite


Piblisite