Biblia Todo Logo
Bib sou entènèt

- Piblisite -




ଯିରିମୀୟ 28:6 - ପବିତ୍ର ବାଇବଲ

6 ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟକୁ ଏହା କହିଲେ, “ଆମେନ୍! ସଦାପ୍ରଭୁ ସେପରି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଅର୍ଥାତ୍, ଯିରିମୀୟ ଭବିଷ୍ୟଦ୍ବକ୍ତା ଏହା କହିଲେ, ଆମେନ୍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

6 ଅର୍ଥାତ୍‍, ଯିରିମୀୟ ଭବିଷ୍ୟଦ୍‍ବକ୍ତା ଏହା କହିଲେ, “ଆମେନ୍‍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଅର୍ଥାତ୍‍, ଯିରିମୀୟ ଭବିଷ୍ୟଦ୍‍ବକ୍ତା ଏହା କହିଲେ, “ଆମେନ୍‍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।

Gade chapit la Kopi




ଯିରିମୀୟ 28:6
22 Referans Kwoze  

ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର। ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ। ଆମେନ୍, ଆମେନ୍।


ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଏମନ୍ତ ହେଉ, ମୋ’ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କୁହନ୍ତୁ।


“ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁ‌ଗ୍‌ଧମଧୁର ଉର୍ବର ଦେଶ ଦେବା ଓ ତାହା ତୁମ୍ଭେମାନେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେକେହି ଏହି ନିୟମ ପାଳନ ନ କରିବ ସେ ଶାପଗ୍ରସ୍ତ ହେବ।” ମୁଁ ଯିରିମିୟ ଉତ୍ତରରେ କହିଲି, “ହେ ସଦାପ୍ରଭୁ ଆମେନ୍।”


ତା'ପରେ ଚବିଶ ଜଣ ପ୍ରାଚୀନ ଓ ଗ୍ଭରି ଜଣ ଜୀବିତ ପ୍ରାଣୀ ସିଂହାସନରେ ଉପବିଷ୍ଟ ପରମେଶ୍ୱରଙ୍କ ଆଗରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସେମାନେ କହିଲେ: “ଆମେନ୍! ହାଲ୍ଲିଲୂୟା!”


ଗ୍ଭରି ଜଣ ଜୀବିତ ପ୍ରାଣୀ କହିଲେ, “ଆମେନ୍!” ଏବଂ ଚବିଶ ଜଣ ପ୍ରାଚୀନ ବ୍ୟକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।


“ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ: “ଯେ ଏହିସବୁ ତୁମ୍ଭକୁ କହୁଛନ୍ତି, ସେ ଆମେନ୍ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଅଟନ୍ତି। ପରମେଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟର ଶାସକ। ସେ ଏହି କଥା କହନ୍ତି:


ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବେଳ ପାଇଁ ଜୀବିତ ହୋଇଅଛି। ମୋ’ ପାଖରେ ମୃତ୍ୟୁ ଓ ପାତାଳର ଗ୍ଭବି ରହିଛି।


କାରଣ ପରମେଶ୍ୱର ଯେଉଁ ସମସ୍ତ ପ୍ରତିଜ୍ଞା କରିଛନ୍ତି, ସେ ଖ୍ରୀଷ୍ଟଙ୍କଠାରେ ସେ ସବୁଗଡ଼ିକ “ହଁ” ହୋଇଛି। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ମହିମା ନିମନ୍ତେ ଖ୍ରୀଷ୍ଟଙ୍କ ନାମରେ “ଆମେନ୍” ବୋଲି କହିଥାଉ।


ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ?


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।’


ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ଦୁଇ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫେରାଇ ଆଣିବା।


ଲୋକେ ମଙ୍ଗଳ ପରିଶୋଧରେ କ’ଣ ଅମଙ୍ଗଳ କରିବେ? ତୁମ୍ଭେ ସ୍ମରଣ କର, ମୁଁ କିପରି ସେମାନଙ୍କର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇଥିଲି ଓ ସେମାନଙ୍କୁ ଦଣ୍ଡ ନ ଦେବା ପାଇଁ କହିଥିଲି। ମାତ୍ର ସେମାନେ ମୋର ବିନାଶ ନିମନ୍ତେ ଗର୍ତ୍ତ ଖୋଳି ଅଛନ୍ତି।


ମୋ’ ନିମନ୍ତେ ତୁମ୍ଭ ପରେ ଅନିଷ୍ଟ ଦେଖିବା ପାଇଁ ବେଗଗାମୀ ନ ଥିଲି କିଅବା ମୁଁ ସେହି ବିଭୀଷିକାମୟ ଦିନ ଆସୁ ବୋଲି ଗ୍ଭହୁଁ ନାହିଁ। ମୋ’ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ। ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ। ସମସ୍ତ ଲୋକ କହନ୍ତୁ “ଆମେନ୍!” ସଦାପ୍ରଭୁଙ୍କର ପ୍ରଶଂସା କର।


ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍! ଆମେନ୍!


ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର। ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ! ଆମେନ୍, ଆମେନ୍।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଯୁଗେ ଯୁଗେ ପ୍ରଶଂସା କର। ତା'ପରେ ସମସ୍ତ ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।


ତହିଁରେ ‘ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ଯିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡ଼ିଯିବାର କାରଣ ହେବ’ ଏବଂ ସେହି ସ୍ତ୍ରୀ କହିବ ‘ଆମେନ୍! ଆମେନ୍!’


“ହି‌‌ଲ୍‌‌ଦୟ, ଟୋବିୟ ଓ ଯିଦାୟ ବାବିଲରୁ ଆସିଥିବା ସେହି ନିର୍ବାସିତଙ୍କ ମଧ୍ୟରୁ ଅଟନ୍ତି। ସୁନା ଓ ରୂପା ସେମାନଙ୍କଠାରୁ ନିଅ ଏବଂ ସିଫନିୟର ପୁତ୍ର ଯୋଶିୟର ଗୃହକୁ ଯାଅ।


Swiv nou:

Piblisite


Piblisite