Biblia Todo Logo
Bib sou entènèt

- Piblisite -




ଯିରିମୀୟ 27:20 - ପବିତ୍ର ବାଇବଲ

20 ଯେତେବେଳେ ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ପୁତ୍ର ଯିହୋୟାଖୀ‌‌‌ନ୍‌‌‌ଙ୍କୁ ଓ ଯିହୁଦାର ଓ ଯିରୁଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ନବୂଖ‌ଦ୍‌ନିତ୍ସର ବନ୍ଦୀକରି ବାବିଲକୁ ନେଇଗଲେ ସେତେବେଳେ ସେ ସବୁ ଜିନିଷ ନେଇ ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଯେଉଁ ସ୍ତମ୍ଭଦ୍ଵୟ ଓ ସମୁଦ୍ରପାତ୍ର ଓ ବୈଠିକି ଓ ଯେସମସ୍ତ ପାତ୍ର ସଙ୍ଗରେ ନେଇ ନ ଥିଲା, ଯାହା ଏହି ନଗରରେ ଅବଶିଷ୍ଟ ଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;

Gade chapit la Kopi

ଓଡିଆ ବାଇବେଲ

20 ଯେଉଁ ସ୍ତମ୍ଭଦ୍ୱୟ ଓ ସମୁଦ୍ରପାତ୍ର, ବୈଠିକି ଓ ଯେସମସ୍ତ ପାତ୍ର ସଙ୍ଗରେ ନେଇ ନ ଥିଲା, ଯାହା ଏହି ନଗରରେ ଅବଶିଷ୍ଟ ଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଯେଉଁ ସ୍ତମ୍ଭଦ୍ୱୟ ଓ ସମୁଦ୍ରପାତ୍ର, ବୈଠିକି ଓ ଯେସମସ୍ତ ପାତ୍ର ସଙ୍ଗରେ ନେଇ ନ ଥିଲା, ଯାହା ଏହି ନଗରରେ ଅବଶିଷ୍ଟ ଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;

Gade chapit la Kopi




ଯିରିମୀୟ 27:20
14 Referans Kwoze  

ବାବିଲର ରାଜା ନବୂଖ‌ଦ୍‌ନିତ୍ସର, ଯିହୋୟାକୀ‌‌‌ମ୍‌‌‌ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀ‌‌‌ନ୍‌‌‌କୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ଯିରୁଶାଲମରୁ ବନ୍ଦୀକରି ବାବିଲକୁ ନେଇଗଲା ଉତ୍ତାରେ, ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖା ଯାଇଅଛି।


ବସନ୍ତ ଋତୁରେ, ରାଜା ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀ‌ନଙ୍କର ଜଣେ ଆତ୍ମୀୟ ଥିଲେ।


କନିୟ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ୟ ଯାହା ବାହାରେ ନିକ୍ଷିପ୍ତ ହେବା ଯୋଗ୍ୟ। ସେ ଏକ ଅପ୍ରୀତିକର ପାତ୍ର। ସେ ଓ ତାହାର ବଂଶ କାହିଁକି ଦୂରିକୃତ ହୋଇ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ?


ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ।


ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।)


ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ: ଯିକନିୟ ଶ‌‌‌ଲ୍‌ଟୀୟେଲଙ୍କ ବାପା। ଶ‌‌‌ଲ୍‌ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା।


ଏହିଭଳି ଭାବରେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ ଚଉଦ ପୁରୁଷ।


ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀ‌‌ନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖ‌ଦ୍‌ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା।


ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ୱ କରିବାକୁ ଡାକିବେ। ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ।


ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ସଦାପ୍ରଭୁଙ୍କ ମନ୍ଦିରରେ, ଯିହୁଦାର ରାଜପ୍ରାସାଦରେ ଓ ଯିରୁଶାଲମରେ ଅବଶିଷ୍ଟ ଥିବା, ସେହି ସମସ୍ତ ବାସନ କୁସନ ବାବିଲକୁ ଅଣାଯିବ।


ରାଜା ଯିହୋୟାଖୀନ୍, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ଯିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ ଏହି ପତ୍ର ପଠାଗଲା।


ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱ କାଳରେ ସଦାପ୍ରଭୁଙ୍କ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।


ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।


Swiv nou:

Piblisite


Piblisite