Biblia Todo Logo
Bib sou entènèt

- Piblisite -




ଯିରିମୀୟ 27:19 - ପବିତ୍ର ବାଇବଲ

19 “କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ୱୟ, ସମୁଦ୍ର, ବୈଠିକି ଓ ସମସ୍ତ ବାସନ କୁସନ ସମ୍ବନ୍ଧରେ କହନ୍ତି, ଯାହାକି ଏହି ନଗରରେ ଛାଡ଼ିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 କାରଣ ବାବିଲର ରାଜା ନବୂଖଦ୍ନିତ୍ସର ଯିହୋୟାକୀମ୍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ, ଆଉ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରଧାନ ବର୍ଗଙ୍କୁ ବନ୍ଦୀ କରି ଯିରୂଶାଲମରୁ ବାବିଲକୁ ନେଇ ଯିବା ସମୟରେ,

Gade chapit la Kopi

ଓଡିଆ ବାଇବେଲ

19 କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ଯିହୋୟାକୀମର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍‍କୁ, ଆଉ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରଧାନ ବର୍ଗଙ୍କୁ ବନ୍ଦୀ କରି ଯିରୂଶାଲମରୁ ବାବିଲକୁ ନେଇ ଯିବା ସମୟରେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ଯିହୋୟାକୀମ୍‍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍‍କୁ, ଆଉ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ବନ୍ଦୀ କରି ଯିରୂଶାଲମରୁ ବାବିଲକୁ ନେଇଯିବା ସମୟରେ,

Gade chapit la Kopi




ଯିରିମୀୟ 27:19
10 Referans Kwoze  

ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ୟ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ଦ୍ୱୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନେଇଗଲେ।


ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।


ତା'ପରେ ସେ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମ ଦେଲା “ସମୁଦ୍ର”। ସେହି କୁଣ୍ତର ପରିଧି ତିରିଶ୍ ହାତ, ବ୍ୟାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।


ତା'ପରେ ହୀରମ୍ ଦଶ ଗୋଟି କଂସା ଶଗଡ଼ ନିର୍ମାଣ କଲା। ପ୍ରତ୍ୟେକ ଶଗଡ଼ର ଦୈର୍ଘ୍ୟ ଗ୍ଭରି ହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନି ହାତ ଥିଲା।


ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ।


ତାହାର ସମସ୍ତ ବିପକ୍ଷମାନେ ସେମାନଙ୍କର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନେଇଗଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିରରେ ପ୍ରବେଶ କରିବାର ପର୍ଯ୍ୟବେକ୍ଷଣ କଲେ। ସେହି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମେଳନୀରେ ଯୋଗଦେବାକୁ ଆଦେଶ ଦେଇଥିଲେ।


Swiv nou:

Piblisite


Piblisite